Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରିକେଟ ଜଗତରେ ହଇଚଇ: ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨।୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅର୍ଥାତ୍‌ ଏଣିକି କ୍ରିକେଟପ୍ରେମୀମାନେ ତାଙ୍କୁ ରେଡ-ବଲ କ୍ରିକେଟରେ ଖେଳୁଥିବା ଦେଖିପାରିବେ ନାହିଁ। ଚହଲ କେବେ ବି ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। ତେବେ ଦିନିକିଆ ଏବଂ ଟି-୨୦ ଦଳକୁ ତାଙ୍କର ପୁଣିଥରେ ଫେରିବା ଆଶା ଏବେ ବି ରହିଛି।

ଯୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ନିଜର ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରେଡ-ବଲ କ୍ରିକେଟ ତାଙ୍କ ପାଇଁ କେବଳ ଏକ ସାଧାରଣ ଫର୍ମାଟ ନଥିଲା। ଫର୍ଷ୍ଟ-କ୍ଲାସ କ୍ରିକେଟ ତାଙ୍କୁ ଧୈର୍ଯ୍ୟ ଏବଂ କଠିନ ପରିସ୍ଥିତିରୁ ଉପରକୁ ଉଠିବାର କ୍ଷମତା ଶିଖାଇଛି।

ଚହଲ କହିଛନ୍ତି ଯେ, ଟେଷ୍ଟ ମ୍ୟାଚରେ ଘଣ୍ଟା ଘଣ୍ଟା ଧରି ପଡ଼ିଆରେ ସଂଘର୍ଷ କରିବାର ଆନନ୍ଦ ହିଁ ଅଲଗା। ତେବେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିପାରିନଥିବାର ଅନୁତାପ ତାଙ୍କ ମନରେ ସବୁବେଳେ ରହିବ ବୋଲି ସେ କହିଛନ୍ତି। ନିଜର ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ଅବସର ଘୋଷଣା କରିବା ବହୁତ କଷ୍ଟକର ଲାଗୁଛି, କାରଣ ଟେଷ୍ଟ କ୍ରିକେଟ ଖେଳିବା ସବୁବେଳେ ମୋର ଏକ ସ୍ବପ୍ନ ଥିଲା। ସେ ଆହୁରି କହିଛନ୍ତି, ଟେଷ୍ଟ ଖେଳିବାର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ ସତ, କିନ୍ତୁ ମୋର ଏହି ସ୍ମରଣୀୟ ଯାତ୍ରାକୁ ନେଇ ମୁଁ ଖୁସି। ଏହି ଫର୍ମାଟରେ ମିଳିଥିବା ପ୍ରତ୍ୟେକ ସୁଯୋଗ ପାଇଁ ମୁଁ କୃତଜ୍ଞ।

ଯୁଜବେନ୍ଦ୍ର ଚହଲ କେବଳ ଫର୍ଷ୍ଟ-କ୍ଲାସ କ୍ରିକେଟକୁ ବିଦାୟ ଦେଇଛନ୍ତି। ସେ ଏବେ ବି ଦିନିକିଆ ଏବଂ ଟି-୨୦ କ୍ରିକେଟରେ ସକ୍ରିୟ ରହିବେ। ଭାରତୀୟ ଦଳ ପାଇଁ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଖେଳିବାର ସ୍ବପ୍ନ ଏବେ ବି ଜୀବନ୍ତ ରହିଛି ବୋଲି ଚହଲ ସ୍ପଷ୍ଟ କରିଛନ୍ତି।

ନିଜ ପୋଷ୍ଟରେ ସେ ଲେଖିଛନ୍ତି, ଟିମ ଇଣ୍ଡିଆ ପାଇଁ ଖେଳିବାର ଭୋକ ଏବେ ବି ମୋ ଭିତରେ ରହିଛି। ମୋତେ ଲାଗୁଛି ଯେ, ମୋ ଭିତରେ ଏବେ ବି ବହୁତ କ୍ରିକେଟ ବାକି ଅଛି। ଦିନିକିଆ ଏବଂ ଟି-୨୦ରେ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଁ ମୁଁ ମୋର ସମସ୍ତ ପ୍ରୟାସ ଜାରି ରଖିବି।

ଯୁଜବେନ୍ଦ୍ର ଚହଲ ନିଜର ୪୯ଟି ଫର୍ଷ୍ଟ-କ୍ଲାସ ମ୍ୟାଚରେ ମୋଟ ୧୪୮ଟି ଉଇକେଟ୍‌ ନେଇଛନ୍ତି। ତେବେ ସେ କେବେ ବି ଭାରତୀୟ ଦଳ ପାଇଁ ଟେଷ୍ଟ ମ୍ୟାଚ ଖେଳିପାରିନାହାନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସେ ୭୨ଟି ଦିନିକିଆ ମ୍ୟାଚରେ ୧୨୧ଟି ଉଇକେଟ୍‌ ଏବଂ ୮୦ଟି ଟି-୨୦ ମ୍ୟାଚ୍ରେ ୯୬ଟି ଉଇକେଟ୍‌ ହାସଲ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?