Posted inଜାତୀୟ

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ଲୋକାର୍ପିତ…

ନୂଆଦିଲ୍ଲୀ,୧୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲାର ୭୫ ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ପୁଣି ଥରେ ଡିଜିଟାଲ ଇଣ୍ଡିଆର ସାମର୍ଥ୍ୟର ସାକ୍ଷୀ ପାଲଟିଛି।

ସେ କହିଛନ୍ତି, ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜୀବନକୁ ସହଜ କରିବା ଲାଗି ହେଉଛି ଏକ ବଡ଼ ପଦକ୍ଷେପ। ଏହା ହେଉଛି ଏକ ସ୍ବତନ୍ତ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଯାହା ସର୍ବନିମ୍ନ ଡିଜିଟାଲ ଭିତ୍ତିଭୂମି ସହିତ ସର୍ବାଧିକ ସେବା ଯୋଗାଇବାରେ କାର୍ଯ୍ୟ କରିବ। ସେ କହିଛନ୍ତି, ଆମେ ସାଧାରଣ ମଣିଷମାନଙ୍କର ଜୀବନଧାରଣର ମାନ ପରିବର୍ତ୍ତନ କରିବାକୁ ସଂକଳ୍ପ ନେଇ ଦିନରାତି କାର୍ଯ୍ୟ କରୁଛୁ। ଆମର ସଂକଳ୍ପ ହେଉଛି ସିଷ୍ଟମଗୁଡ଼ିକର ଉନ୍ନତି। ଯାହାଦ୍ୱାରା ସେବା ସ୍ବଚ୍ଛତା ଭାବେ ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାଜପା ସରକାର ଏକାସାଙ୍ଗରେ ଦୁଇଟି ଜିନିଷ ଉପରେ କାମ କରିଛନ୍ତି। ଗୋଟିଏ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଉନ୍ନତି, ମଜବୁତ ଏବଂ ସ୍ବଚ୍ଛତା ଆଣିବା ଏବଂ ଅନ୍ୟଟି ହେଉଛି ଆର୍ଥିକ ଅନ୍ତର୍ଭୁକ୍ତି କରଣ କରିବା। ସେ କହିଛନ୍ତି, ବ୍ୟାଙ୍କିଙ୍ଗ ସେବାକୁ ସୁଦୂର, ଦ୍ୱାରରୁ ଦ୍ୱାରକୁ ନେବାକୁ ଆମେ ପ୍ରାଥମିକତା ଦେଇଛୁ। ଆଜି ଭାରତର ୯୯ ପ୍ରତିଶତରୁ ଅଧିକ ଗାଁରେ କିଛି ବା ଅନ୍ୟ ବ୍ୟାଙ୍କ ଶାଖା, ବ୍ୟାଙ୍କିଙ୍ଗ ଆଉଟଲେଟ କିମ୍ବା ୫ କିଲୋମିଟର ମଧ୍ୟରେ ବ୍ୟାଙ୍କିଙ୍ଗ ବନ୍ଧୁ ଅଛନ୍ତି। ଆଜି ଜର୍ମାନୀ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶ ତୁଳନାରେ ଭାରତର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟା ପାଇଁ ଅଧିକ ବ୍ୟାଙ୍କ ଶାଖା ରହିଛି।

ସେ କହିଛନ୍ତି ଯେ ଆମର ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମି ଉଦ୍ୟମକୁ ଆଇଏମଏଫ ପ୍ରଶଂସା କରିଛି। ଯେତେବେଳେ ଆମେ ଜନ ଧନ ଆକାଉଣ୍ଟ ଅଭିଯାନ ଆରମ୍ଭ କରିଥିଲୁ, ବ୍ୟାଙ୍କ ଆକାଉଣ୍ଟ ସହିତ ଗରିବ ଲୋକ କଣ କରିବେ ସେନେଇ ସ୍ବର ଉଠିଥିଲା ବୋଲି ସେ କହିଛନ୍ତି। ଏପରିକି ଏହି କ୍ଷେତ୍ରର ଅନେକ ବିଶେଷଜ୍ଞ ବୁ ଝିବାକୁ ସକ୍ଷମ ହୋଇ ନଥିଲେ, ଏହି ଅଭିଯାନର ମହତ୍ତ୍ୱ କ’ଣ? କିନ୍ତୁ ବ୍ୟାଙ୍କ ଖାତାର ଶକ୍ତି କ’ଣ, ଏହାକୁ ଆଜି ସାରା ଦେଶର ଲୋକେ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri