Posted inଖେଳ

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଶୁଭମନ ଗିଲ ଏହି ତାଲିକାର ଶୀର୍ଷରେ ଥିବାବେଳେ ବିରାଟ କୋହଲି ତୃତୀୟ ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି।

ଚଳିତ ବର୍ଷ ଶୁଭମନ ଗିଲ୍‌ଙ୍କ ବ୍ୟାଟରୁ ରନର ବର୍ଷା ଜାରି ରହିଛି। ୨୦୨୬ରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚରେ ୧୦ଟି ଇନିଂସରେ ସେ ୮୯୪ ରନ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ODIରେ ଗିଲ ଅପରାଜିତ ୨୨୩ ରନର ଧୂଆଁଧାର ପାଳି ଖେଳିଥିଲେ। ଏହି ପାଳି ପରେ ତାଙ୍କ ମୋଟ ରନ ୮୯୪ରେ ପହଞ୍ଚିଛି।

ଭାରତୀୟ ଦଳର ଅଭିଜ୍ଞ ବ୍ୟାଟର୍‌ ବିରାଟ କୋହଲି ମଧ୍ୟ ଚଳିତ ବର୍ଷ ରନ ତାଲିକାର ଟପ-୩ରେ ରହିଛନ୍ତି। ୮ଟି ଇନିଂସରୁ କୋହଲି ୫୫୨ ରନ କରିଥିବାବେଳେ ତାଙ୍କ ବ୍ୟାଟିଂ ଆଭେରେଜ ୭୮.୮୬ ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ସେ ଅପରାଜିତ ୧୩୯ ରନର ବଡ଼ ପାଳି ଖେଳିଥିଲେ। ଦ୍ୱିତୀୟ ODIରେ କୋହଲିଙ୍କ ବ୍ୟାଟରୁ ୨୯ ରନ ଆସିଥିଲା।

ରୋହିତ ଶର୍ମା ମଧ୍ୟ ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ବ୍ୟାଟର୍ଙ୍କ ଟପ-୫ରେ ସାମିଲ ହୋଇଛନ୍ତି। ୧୧ଟି ଇନିଂସରେ ତାଙ୍କ ନାମରେ ୫୧୨ ରନ ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ODIରେ ରୋହିତ ୧୦୧ ରନ୍ର ଶତକୀୟ ପାଳି ଖେଳିଥିଲେ। ମାତ୍ର ୭୫ଟି ବଲରେ ଶତକ ପୂରଣ କରିଥିବା ରୋହିତ, ଶୁଭମନ ଗିଲଙ୍କୁ ସହ ମିଶି ୨୫୫ ରନର ବଡ଼ ଭାଗୀଦାରି ଗଢ଼ିଥିଲେ।

୧. ଶୁଭମନ ଗିଲ (ଭାରତ) ୮୯୪ ରନ
୨. ଜୋ ରୁଟ (ଇଂଲଣ୍ଡ) ୫୭୩ ରନ
୩. ବିରାଟ କୋହଲି (ଭାରତ) ୫୫୨ ରନ
୪. ଦୀପେନ୍ଦ୍ର ସିଂହ ଐରୀ (ନେପାଳ) ୫୧୩ ରନ
୫. ରୋହିତ ଶର୍ମା (ଭାରତ) ୫୧୨ ରନ

ଏହି ତାଲିକାରୁ ସ୍ପଷ୍ଟ ଯେ ୨୦୨୬ରେ ଭାରତୀୟ ବ୍ୟାଟିଂରେ ଶୁଭମନ ଗିଲ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି। ଟପ-୫ରେ ଏକାସାଙ୍ଗେ ୩ ଜଣ ଭାରତୀୟ ବ୍ୟାଟର୍ସଙ୍କ ଉପସ୍ଥିତି ଚଳିତ ବର୍ଷର ODI ରନ ତାଲିକାର ଏକ ଉଲ୍ଲେଖନୀୟ ତଥ୍ୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?