Posted inଖେଳ

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛି। ଏହି ବିଜୟରେ ୧୭ ବର୍ଷୀୟା କୁମକୁମଙ୍କ ପ୍ରଦର୍ଶନ ବିଶେଷ ଚର୍ଚ୍ଚାରେ ରହିଛି।

ଦକ୍ଷିଣ କୋରିଆ ୧୦ ଥରର ଅଲିମ୍ପିକ ଚାମ୍ପିଅନ ଦଳ ହୋଇଥିବା ବେଳେ ୧୯୭୮ ପରଠାରୁ ଏସିଆନ ଗେମ୍ସରେ କୋରିଆ ଦଳର ଦବଦବା ରହିଆସିଛି। ଏଭଳି ଏକ ଶକ୍ତିଶାଳୀ ପ୍ରତିପକ୍ଷକୁ ହରାଇ ଭାରତୀୟ ମହିଳା ରିକର୍ଭ ଦଳର ସ୍ବର୍ଣ୍ଣ ବିଜୟକୁ ବଡ଼ ସଫଳତା ଭାବେ ଦେଖାଯାଉଛି। ଫାଇନାଲର ନିର୍ଣ୍ଣାୟକ ମୁହୂର୍ତ୍ତରେ କୁମକୁମ ନିଜକୁ ଶାନ୍ତ ରଖି ଅତ୍ୟନ୍ତ ସଠିକ ନିଶାନା ଲଗାଇଥିଲେ। ତାଙ୍କ ଏହି ନିର୍ଣ୍ଣାୟକ ପ୍ରଦର୍ଶନ ଭାରତକୁ ସ୍ବର୍ଣ୍ଣ ପଦକ ଦେଇଥିଲା।

ମହାରାଷ୍ଟ୍ରର ୧୭ ବର୍ଷୀୟା କୁମକୁମ ମୋହୋଦ ଅଳ୍ପ ବୟସରେ ହିଁ ଭାରତୀୟ ରିକର୍ଭ ତୀରନ୍ଦାଜୀରେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ପ୍ରତିଯୋଗିତା ସମୟରେ ତାଙ୍କ ଧ୍ୟାନ କେବଳ ଧନୁ ଓ ଟାର୍ଗେଟ ଉପରେ ରହିଥାଏ। ଚାପପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିବା ତାଙ୍କ ବଡ଼ ଶକ୍ତି ବୋଲି ତାଙ୍କ କୋଚ ଓ ସହଖେଳାଳିମାନେ କହିଛନ୍ତି।

କୁମକୁମଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷ। ଆର୍ଥିକ ସମସ୍ୟା ଯୋଗୁ ସେ ଦୀର୍ଘ ସମୟ ଧରି ସେକେଣ୍ଡହ୍ୟାଣ୍ଡ ଉପକରଣରେ ଅଭ୍ୟାସ କରିଥିଲେ। ତାଙ୍କ ବାପା ଅନିଲ ମନୋହର ମୋହୋଦ ଅମରାବତିରେ କାର୍ଡବୋର୍ଡର ମିଠା ପ୍ୟାକେଟ୍‌ ତିଆରି କରି ପରିବାର ଚଳାଇବା ସହ ଝିଅର ତୀରନ୍ଦାଜୀ ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିଥିଲେ।

କୁମକୁମ ୨୦୨୫ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଏହାପରେ ସେ ଆର୍ଚେରୀ ୱାଲର୍‌ଡ କପ ଷ୍ଟେଜ ଏବଂ ବିଭିନ୍ନ କଣ୍ଟିନେଣ୍ଟାଲ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ନାଁରେ ଏପର୍ଯ୍ୟନ୍ତ ୨ଟି ଅନ୍ତର୍ଜାତୀୟ ପଦକ ରହିଛି ଏବଂ ଦୁଇଟି ଯାକ ସ୍ବର୍ଣ୍ଣ। ଶାଂଘାଇରେ ଆୟୋଜିତ ଆର୍ଚେରୀ ୱାଲର୍‌ଡ କପ ଷ୍ଟେଜ-୨ରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ଜିତିଥିବାବେଳେ କୁମକୁମ ସେହି ଦଳର ଅଂଶ ଥିଲେ। ସେଠାରେ ଭାରତ ଦକ୍ଷିଣ କୋରିଆ ଓ ଆୟୋଜକ ଚାଇନା ଭଳି ଦଳକୁ ପରାସ୍ତ କରିଥିଲା। ଏହାପରେ ସୋନିପତରେ ହୋଇଥିବା ଚୟନ ପରୀକ୍ଷାରେ କୁମକୁମ ନିଜ ଦଳର ଅଭିଜ୍ଞ ତୀରନ୍ଦାଜ ଦୀପିକା କୁମାରୀଙ୍କୁ ପରାସ୍ତ କରି ୨୦୨୬ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିଲେ।

କୁମକୁମଙ୍କ ତୀରନ୍ଦାଜୀ ଯାତ୍ରା ୨୦୧୮ରେ ଆରମ୍ଭ ହୋଇଥିଲା। ତାଙ୍କ ମାଆଙ୍କ ପରାମର୍ଶରେ ସେ ଏହି କ୍ରୀଡ଼ା ସହ ଯୋଡ଼ି ହୋଇଥିଲେ। ଖୁବ କମ ସମୟ ମଧ୍ୟରେ ସେ ଭଲ ପ୍ରଦର୍ଶନ କରି ଜାତୀୟସ୍ତରରେ ପଦକ ଜିତିଥିଲେ। ସେହି ସଫଳତା ତାଙ୍କ ମନରେ ତୀରନ୍ଦାଜୀ ପ୍ରତି ଆଗ୍ରହକୁ ଆହୁରି ବଢ଼ାଇଥିଲା।

କୁମକୁମଙ୍କ କୋଚ ଡାଙ୍ଗେଙ୍କ ଅନୁଯାୟୀ, ସେ ଛୋଟବେଳେ ତାଙ୍କ ଏକାଡେମୀକୁ ଆସିଥିଲେ। ପ୍ରାୟ ୬ ମାସ ମଧ୍ୟରେ ବିଜୟୱାଡ଼ାରେ ଆୟୋଜିତ ଏକ ଜାତୀୟ ସ୍ତରର ଶିଶୁ ପ୍ରତିଯୋଗିତାରେ ପଦକ ଜିତିଥିଲେ। ଏହି ସଫଳତା ତାଙ୍କ ଆତ୍ମବିଶ୍ୱାସକୁ ନୂଆ ଦିଗ ଦେଇଥିଲା। ତୀରନ୍ଦାଜୀ ସହ ପାଠପଢ଼ାରେ ମଧ୍ୟ କୁମକୁମଙ୍କ ଯାତ୍ରା ଆହ୍ବାନପୂର୍ଣ୍ଣ ରହିଛି। ଅନ୍ତର୍ଜାତୀୟ ପ୍ରତିଯୋଗିତା ଯୋଗୁ ତାଙ୍କ ଏସଏସ୍‌ସି ବୋର୍ଡ ପରୀକ୍ଷାର ଏକ ପେପର୍‌ ଦେବାରେ ସମସ୍ୟା ହୋଇଥିଲା। ମରାଠୀ ପରୀକ୍ଷା ପାଇଁ ସେ ସମୟରେ ପହଞ୍ଚିପାରି ନ ଥିଲେ।

ପରେ ଫଳାଫଳ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଗୋଟିଏ ବିଷୟର ପରୀକ୍ଷା ଦେଇ ନ ଥିଲେ ମଧ୍ୟ ସେ ୭୨ ପ୍ରତିଶତ ମାର୍କ ହାସଲ କରିଥିଲେ। ଜାତୀୟ ପଦକ ପାଇଁ ମିଳିଥିବା ୨୦ ମାର୍କ ଏବଂ ସ୍କୁଲର ପ୍ରାକ୍ଟିକାଲ୍‌କୁ ମିଳିଥିବା ୧୫ ମାର୍କ ତାଙ୍କୁ ପାସ କରିବାରେ ସହାୟତା କରିଥିଲା।

ସାଧାରଣ ପରିବାରରୁ ଆସି ସୀମିତ ସମ୍ବଳରେ ଅଭ୍ୟାସ କରିବା ସତ୍ତ୍ୱେ କୁମକୁମ ମୋହୋଦ ଆଜି ଭାରତୀୟ ତୀରନ୍ଦାଜୀର ଏକ ଚର୍ଚ୍ଚିତ ନାଁ। ଏସିଆନ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ବିଜୟ ତାଙ୍କ ସଂଘର୍ଷମୟ ଯାତ୍ରାରେ ଆଉ ଏକ ବଡ଼ ଅଧ୍ୟାୟ ଯୋଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?