ଯୁଦ୍ଧ ଓ ସାମ୍ୟବାଦ

ସାରା ବିଶ୍ୱ ବର୍ତ୍ତମାନ ଯୁଦ୍ଧର ଆତଙ୍କ, ଉଗ୍ରବାଦର ଭୟ ଏବଂ ଜଳବାୟୁ ସଙ୍କଟରେ ଜର୍ଜରିତ। ଜନସାଧାରଣଙ୍କ ଧନଜୀବନ ବିପର୍ଯ୍ୟସ୍ତ। କେଉଁ ଦେଶରେ ଦାରିଦ୍ର୍ୟର କଷାଘାତରେ ସାଧାରଣ ମଣିଷ ମୁମୂର୍ଷୁ ଅବସ୍ଥାରେ ବଞ୍ଚୁଛି ତ କେଉଁ ଦେଶରେ ଉଗ୍ରବାଦ, ଅଶିକ୍ଷା, ଜାତି, ଧର୍ମ, ବର୍ଣ୍ଣକୁ ନେଇ ସୃଷ୍ଟ ସଙ୍କଟରେ ମଣିଷ ଦୟନୀୟ ଅବସ୍ଥାରେ କାଳାତିପାତ କରୁୁଛି ଏବଂ କେଉଁଠି ଦେଶ ଯୁଦ୍ଧରେ ଲିପ୍ତ। ଏହିସବୁ ସଙ୍କଟକୁ ଦୂରେଇବାକୁ ଓ ଦେଶଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷା କରିବାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୨୪ ଅକ୍ଟୋବର ୧୯୪୫ରେ ଜାତିସଂଘ ଗଠନ ହେଲା। ତଥାପି ଯେଉଁ ସଙ୍କଟକୁ ସେଇ ସଙ୍କଟ। ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କର ଦାଦାଗିରି ଓ ଏକଚ୍ଛତ୍ରବାଦୀ ନୀତି ବିଶ୍ୱ ଶାନ୍ତି ପ୍ରକ୍ରିୟାକୁ ଧୂଳିସାତ୍‌ କରୁଛି। ଏଥି ନିମନ୍ତେ ସମସ୍ତ ବୁଦ୍ଧିଜୀବି ଏବଂ ଜନନାୟକମାନେ ବିଚଳିତ ଓ ମର୍ମାହତ। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏ ବିଶ୍ୱ ସୁରକ୍ଷିତ ରହିବ କେମିତି ? କେମିତି ଏ ସଙ୍କଟରୁ ପୃଥିବୀ ଉଦ୍ଧାର ପାଇବ ? ବିଶ୍ୱ ଅସୁରକ୍ଷିତ ରହିବାର ପାଞ୍ଚଟି କାରଣ ଭାବେ ଯୁଦ୍ଧ, ଧର୍ମାନ୍ଧତା, ପରିବେଶ ପ୍ରଦୂଷଣ, ସାମ୍ପ୍ରଦାୟିକତା ଓ ଦାରିଦ୍ର୍ୟକୁ ଗଣାଯାଇପାରେ। ସବୁଠୁ ପ୍ରମୁଖ କାରଣ ହେଉଛି ‘ଯୁଦ୍ଧ’ ଓ ପରମାଣୁ ବୋମା ସଙ୍କଟ।
୧୯୩୯ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ ଓ ମଣିଷର ହତ୍ୟା ମାନବ ସଭ୍ୟତାକୁ ଦୋହଲାଇ ଦେଇଥିଲା। ଜାପାନର ହିରୋସିମା ଓ ନାଗାସାକିରେ ଆମେରିକା ପକେଇଥିବା ପରମାଣୁ ବୋମାର ଆତଙ୍କ ଏବେ ବି ମଣିଷ ଭୁଲିପାରୁନି। ହିଟଲରଙ୍କ ଭଳି ଏକଚ୍ଛତ୍ରବାଦୀ ଓ ସାମ୍ରାଜ୍ୟବାଦୀ ଶାସକଙ୍କୁ ସୋଭିଏଟ୍‌ ରୁଷିଆର ଲାଲ୍‌ବାହିନୀର ବୀରତ୍ୱ ଓ ପରାକ୍ରମ ବିନାଶ କରିପାରିଥିଲା। ପୁଞ୍ଜିବାଦୀ ସାମ୍ରାଜ୍ୟବାଦ ବିରୋଧରେ ସୋଭିଏଟ୍‌ ରୁଷିଆ ଭଳି ସମାଜବାଦୀ ରାଷ୍ଟ୍ର ଶକ୍ତ ଲୌହଦଣ୍ଡ ଭଳି ଦଣ୍ଡାୟମାନ ହେଲା। ୟୁରୋପର ବହୁଦେଶରେ ସମାଜବାଦ ପ୍ରତିଷ୍ଠା ହେଲା, ଯାହାଫଳରେ ବିଶ୍ୱର ଏକ ନୂଆ ସମୀକରଣ ସୃଷ୍ଟି ହେଲା। ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କ ଭିତରେ କମ୍ପନ ସୃଷ୍ଟି ହେଲା। ଏକଚ୍ଛତ୍ରବାଦ ବନ୍ଦ ହେଲା। ଏହାସହ ବିଶ୍ୱରେ ସନ୍ତୁଳନ ରକ୍ଷା ହେଲା ଏବଂ ଯୁଦ୍ଧର ଭୟ କମିଲା। ଏହାର ଏକ ଉଦାହରଣ ଏଠାରେ ପ୍ରଦାନ କରାଯାଇପାରେ। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତକୁ ପରାଜିତ କରିବାକୁ ପାକିସ୍ତାନ ଅନୁରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ନୌସେନାର ସର୍ବାଧିକ କ୍ଷମତାଶାଳୀ ସେଭେନ୍ଥ ଫ୍ଳିଟ୍‌ର ଟାସ୍କଫୋର୍ସ-୭୪କୁ ବଙ୍ଗୋପସାଗରରେ ପ୍ରବେଶ କରାଇଲା ଏବଂ ସେହିପରି ଆମେରିକାର ବନ୍ଧୁରାଷ୍ଟ୍ର ଚରମ ସାମ୍ରାଜ୍ୟବାଦୀ ଚରିତ୍ରର ଦେଶ ସଂଯୁକ୍ତ ରାଜ୍ୟ ଗ୍ରେଟ୍‌ ବ୍ରିଟେନ୍‌ ତା’ର ସର୍ବୋଚ୍ଚ କ୍ଷମତାଶାଳୀ ଏୟାରକ୍ରାଫ୍ଟ କ୍ୟାରିଅର୍‌ ଏଚ୍‌ଏମ୍‌ଏସ୍‌ ଇଗଲକୁ ଆରବ ସାଗରରେ ଛାଡ଼ିଲା। ଭାରତକୁ ତିନିପଟରୁ ଘେରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଥିଲା ସୁଚିନ୍ତିତ ଯୋଜନା। ଭାରତ ତୁରନ୍ତ ସୋଭିଏଟ୍‌ ଋଷିଆକୁ ସାହାଯ୍ୟ ପାଇଁ ଅନୁରୋଧ ଜଣାଇଲା। ରୁଷିଆ ତତ୍‌କାଳ ସାହାଯ୍ୟର ହାତବଢାଇ ରୁଷିଆନ୍‌ ଫ୍ଲିଟ୍‌ ଯାହା ପରମାଣୁ ଅସ୍ତ୍ର ଧ୍ୱଂସକାରୀ ଏବଂ ମିଶାଇଲ୍‌ ସୁସଜ୍ଜିତ ଯୁଦ୍ଧପୋତ ପଠାଇଲା। ଆମେରିକା ଓ ଗ୍ରେଟ୍‌ ବ୍ରିଟେନ୍‌ ଯୁଦ୍ଧପୋତକୁ ଏମିତି ଘେରିଦେଲା ସେମାନେ ବାଧ୍ୟ ହୋଇ ନିଜ ନିଜ ଦେଶକୁ ଫେରିଯାଇଥିଲେ। ତା’ପରେ ପାକିସ୍ତାନ ପରାଜୟ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସ୍ବାଧୀନ ବାଂଲାଦେଶ ଗଠନ ହେଲା। ଯଦି ରୁଷିଆର ଏପରି କ୍ଷମତା ନ ଥାନ୍ତା ତେବେ ଅନୁମାନ କରନ୍ତୁ ଭାରତର ଅବସ୍ଥା କ’ଣ ହୋଇଥାନ୍ତା।
ଏହିପରି କୋରିଆ ଯୁଦ୍ଧ, କ୍ୟୁବା ଯୁଦ୍ଧ, ସୁଏଜ ସଙ୍କଟ, ହଙ୍ଗେରୀ ସଙ୍କଟ ଇତ୍ୟାଦି ସହ ଆମେରିକାର ଉଦଣ୍ଡତା ଓ ପଶ୍ଚିମ ଦେଶ ସମୂହର ଉଗ୍ରଯୁଦ୍ଧପ୍ରବଣତାକୁ ରୋକିବାରେ ସୋଭିଏଟ୍‌ ରୁଷିଆର ଉଦ୍ୟମ ସର୍ବବିଦିତ। ଏହି ସାମ୍ରାଜ୍ୟବାଦୀ ଓ ପୁଞ୍ଜିବାଦୀ ଦେଶସମୂହ ରୁଷିଆ ପରି ସମାଜତାନ୍ତ୍ରିକ ଦେଶର ଶକ୍ତିରେ ଖୁବ୍‌ ଭୟଭୀତ ହୋଇପଡ଼ିଥିଲେ। ସିଧା ଯୁଦ୍ଧରେ ରୁଷିଆକୁ ପରାସ୍ତ କରିପାରିବେ ନାହିଁ ହୃଦୟଙ୍ଗମ କଲା ପରେ ସେମାନେ ରୁଷିଆର ସାମ୍ୟବାଦକୁ ଧ୍ୱଂସବିଧ୍ୱଂସ୍ତ କରିବାକୁ ବିଭିନ୍ନ କୂଟନୀତି ପ୍ରୟୋଗ କଲେ ଏବଂ ସୋଭିଏଟ ରୁଷିଆକୁ ଖଣ୍ଡବିଖଣ୍ଡିତ କରିବାକୁ ସକ୍ଷମ ହେଲେ। ଏବେ ଆମେରିକାର ଶିଳ୍ପପତିମାନେ ସାରା ସଂସାରକୁ ପ୍ରଭାବିତ କରି ତାଙ୍କର ବ୍ୟବସାୟିକ ବଜାର ଖୋଜିବାରେ ବ୍ୟସ୍ତ ଏବଂ ମିଛ ଜାତୀୟତାବାଦ ସୃଷ୍ଟି କରି ସାରା ବିଶ୍ୱକୁ ନିଜ ଇସାରାରେ ନଚେଇବାକୁ ସାମ୍ରାଜ୍ୟବାଦୀ ଆମେରିକା ତପତ୍ର। ଏହାର ସଦ୍ୟ ଉଦାହରଣ ନେଦରଲାଣ୍ଡର ହେଗ୍‌ ସହରରେ ଶେଷ ହୋଇଥିବା ‘ନାଟୋ’ ସମ୍ମିଳନୀ। ଏଥିରେ ସବୁ ସଦସ୍ୟ ରାଷ୍ଟ୍ର ତା’ର ଜିଡିପିର ୫ ପ୍ରତିଶତ ପ୍ରତିରକ୍ଷା ଖର୍ଚ୍ଚ ବଢାଇବାକୁ ପ୍ରସ୍ତାବ ରଖିଛି ଏବଂ ଏକପ୍ରକାର ବାଧ୍ୟ କରିଛି ଆମେରିକା। ବହୁ ରାଷ୍ଟ୍ର ଏହାକୁ ବିରୋଧ କରିଛନ୍ତି। ସେହିପରି ଏବେ ଆମେରିକାର ଆଇନ ପ୍ରଣେତାମାନେ ସିନେଟ୍‌ରେ ‘ଶାଙ୍କସନିଂ ରୁଷିଆ ଆକ୍ଟ – ୨୦୨୫’ ନାମରେ ଏକ ନୂଆ ବିଲ୍‌ ଆଗତ କରିଛନ୍ତି। ଉକ୍ତ ବିଧେୟକ ଅନୁଯାୟୀ ରୁଷିଆ ସହ ୟୁରାନିୟମ୍‌ ଓ ପେଟ୍ରୋଲିୟମ୍‌ ସାମଗ୍ରୀ କାରବାରରେ ସମ୍ପୃକ୍ତ ଥିବା ଦେଶଗୁଡ଼ିକରୁ ଆମେରିକା ରପ୍ତାନି କରୁଥିବା ସମସ୍ତ ସାମଗ୍ରୀ ଓ ସେବା ଉପରେ ଶୁଳ୍କ ପରିମାଣକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୫୦୦% ପର୍ଯ୍ୟନ୍ତ ବଢାଇପାରିବେ। ବର୍ତ୍ତମାନ ଭାରତକୁ ସର୍ବାଧିକ ତୈଳ ଯୋଗାଉଥିବା ଦେଶ ହେଉଛି ରୁଷିଆ। ଜୁନ୍‌ରେ ଭାରତ ରୁଷିଆଠାରୁ ଦୈନିକ ୨ରୁ ୨.୨ ନିୟୁତ ବ୍ୟାରେଲ୍‌ ତୈଳ ଆମଦାନୀ କରିଛି, ଯାହାକି ଗତ ୨ ବର୍ଷରେ ସର୍ବାଧିକ। ଭାରତୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟାରିଫ୍‌ ଲଗାଇପାରେ ଆମେରିକା। ଏହି ଦୁଇଟି ଉଦାହରଣରୁ ଅନୁମାନ କରାଯାଉ, ଆମେରିକା ବଜାର ବୃଦ୍ଧି ପାଇଁ କେତେ ବ୍ୟଗ୍ର ଏବଂ ଯେଉଁଥିପାଇଁ ଟିକସ୍‌ ବୃଦ୍ଧିଠାରୁ ଯୁଦ୍ଧ ପର୍ଯ୍ୟନ୍ତ ସବୁ ଲାଗୁ କରିପାରିବ। ଏହା ଆମେରିକାର ଏକଚାଟିଆ ଗୁଣର ପରିପ୍ରକାଶ ନୁହେଁ କି ?
ପରମାଣୁ ବୋମା ଗଚ୍ଛିତ କରିପାରିବ ନାହିଁ ଇରାନ୍‌,ଏହା ଏକ ବାହ୍ୟ ଧମକ। ବାସ୍ତବରେ ସାରା ଦୁନିଆକୁ ନିଜ ଅକ୍ତିଆରରେ ରଖିବା ମୂଳ ଉଦ୍ଦେଶ୍ୟ। ଏବେ ପାଶ୍ଚାତ୍ୟର କେତେକ ଖଳନାୟକ ଦେଶ ବିଶ୍ୱକୁ ଯୁଦ୍ଧର ସଙ୍କଟ ଭିତରକୁ ଟାଣି ନେଉଛନ୍ତି। ତଥାପି ସେମାନଙ୍କୁ ଉଚିତ ଶିକ୍ଷା ଶିଖେଇବାକୁ ରୁଷିଆ, ଚାଇନା ଆଦି ଦେଶ ଅଛନ୍ତି। କିନ୍ତୁ ଦୁଃଖ ଯେ ଏହି ଦୁଇଟି ଦେଶ ଆଉ ପ୍ରକୃତ ସମାଜବାଦ କି ସାମ୍ୟବାଦ ରାସ୍ତାରେ ନାହାନ୍ତି। ତଥାପି ଯେହେତୁ ଏମାନଙ୍କର ମୂଳଦୁଆ ସମାଜବାଦ ତେଣୁ ଏମାନଙ୍କର ପ୍ରତିଟି ପଦକ୍ଷେପ ହୁଏତ ବିଶ୍ୱ ପାଇଁ କଲ୍ୟାଣକାରୀ ହୋଇପାରେ। ସାମ୍ୟବାଦ ଯୁଦ୍ଧ ଚାହେଁନା, ଶାନ୍ତି ଚାହେଁ। ସାମ୍ୟବାଦୀ ରାଷ୍ଟ୍ରରେ ପୁଞ୍ଜିପତିଙ୍କ ପ୍ରଭାବ ନଥାଏ, ତେଣୁ ତାଙ୍କର ମନଇଚ୍ଛା ମୁନାଫା ଆବଶ୍ୟକ ପଡ଼େନା। କେବଳ ଶାନ୍ତି ପାଇଁ ଏବଂ ଦୁଷ୍ଟ ଶକ୍ତିଙ୍କ ଦମନ ପାଇଁ ସାମ୍ୟବାଦୀ ବା ସମାଜବାଦୀ ରାଷ୍ଟ୍ରମାନେ ନିଜ ନିଜର ପ୍ରତିରକ୍ଷା ଶକ୍ତିବୃଦ୍ଧି କରିଥାନ୍ତି। ଏବେ ବିଶ୍ୱଶାନ୍ତି ପାଇଁ ଏବଂ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କର ଯୁଦ୍ଧ ପ୍ରବଣତାକୁ ରୋକିବା ପାଇଁ ସାମ୍ୟବାଦୀ ବା ସମାଜବାଦୀ ତଥା ଭାରତ ଭଳି ରାଷ୍ଟ୍ରମାନେ ଏକଜୁଟ୍‌ ହେବାର ସମୟ ଆସିଛି। ବିଶ୍ୱର ସମସ୍ତ ଶାନ୍ତିପ୍ରିୟ ରାଷ୍ଟ୍ର ଏକାଠି ହୋଇ ‘ସାମ୍ରାଜ୍ୟବାଦୀ ଓ ଉଗ୍ରବାଦୀ ବିରୋଧୀ ରାଷ୍ଟ୍ର ସମୂହ ସଂଘ’ ଗଠନ କରିବା ବିଧେୟ ।

ନିରାକାର ଦାସ
ଏସ୍‌ବିଟି ଇଣ୍ଡସ୍‌ ଭ୍ୟାଲି, ରଘୁନାଥପୁର, ଭୁବନେଶ୍ୱର
ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?