Posted inଜାତୀୟ

ନିର୍ଭୀକ ସ୍ବର ହେବାକୁ ଚାହେଁ

ନୂଆଦିଲ୍ଲୀ, ୬ା୭: ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବିଭିନ୍ନ ଥାନାରେ ମାମଲା ରୁଜୁ ସତ୍ତ୍ୱେ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ସବୁପ୍ରକାର ଫଳାଫଳାକୁ ସାମ୍‌ନାକୁ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। କାହାକୁ ଭୟ ନ କରି ସେ ନିର୍ଭୀକର ଏକ ସ୍ବର ହେବାକୁ ଚାହଁାନ୍ତି ବୋଲି କହିଛନ୍ତି। ‘ଜଣେ କବୟିତ୍ରୀ ଏବଂ ଫିଲ୍ମ ନିର୍ମାତା ଭାବେ ସ୍ବାଧୀନ ଦର୍ଶନରେ କାଳୀଙ୍କୁ ପରିପ୍ରକାଶ କରିଛି। ମୋ ପାଖରେ ହରାଇବାକୁ କିଛି ନାହିଁ। ଏହି ସାହସ ମୋ ଜୀବନ ନେଇପାରେ। ଏହା ମଧ୍ୟ ଦେବାକୁ ପ୍ରସ୍ତୁତ’ ବୋଲି ସେ ଟୁଇଟ୍‌ କରିଛନ୍ତି। ଏଥିସହ ତାଙ୍କ ସମର୍ଥକମାନେ ‘ଲଭ୍‌ ୟୁ ଲୀନା ମାନିମେକଲାଇ’ ହାଶ୍‌ଟ୍ୟାଗ୍‌ ବ୍ୟବହାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ବିରୁଧୁନଗରରେ ଜନ୍ମିତ ଲୀନା ପିଲାବେଳୁ ଫିଲ୍ମ ସହ ଜଡ଼ିତ ଥିଲେ। କଳାରେ ଶିକ୍ଷା ଲାଭ କରିବାକୁ ଇଚ୍ଛା ଥିଲେ ହେଁ ତାଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ବାଧ୍ୟ କରାଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ୧୮ ବର୍ଷ ବୟସରେ ସେ ବିବାହ କରିଥିଲେ। ଆନ୍ତଧର୍ମ ଏବଂ ଜାତିରେ ବିବାହ କରିଥିବା ଲୀନା ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଘର ଛାଡ଼ିଥିଲେ। ସେ ନିଜକୁ ଜଣେ ତୃତୀୟଲିଙ୍ଗୀ (ବାଇସେକ୍ସୁଆଲ) ଭାବେ ଆବିଷ୍କାର କରିଥିଲେ। ୨୦୧୭ରେ ସେ ଏକ ଫେସ୍‌ବୁକ୍‌ ପୋଷ୍ଟ କରି ଫିଲ୍ମ ନିର୍ମାତା ସୁସି ଗାନେସାନ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ଡେବ୍ୟୁ ଫିଚର ଫିଲ୍ମ ସେନଗାଦଲ ସିବିଏଫ୍‌ସି ଦ୍ୱାରା କ୍ଲିୟରାନ୍ସ ପାଇ ନ ଥିଲା। ଏଥିରେ ଅଶ୍ଳୀଳତା ଏବଂ ଆପତ୍ତିଜନକ ଦୃଶ୍ୟ ରହିବା ସହ ଭାରତ-ଶ୍ରୀଲଙ୍କା ସମ୍ପର୍କ ଖରାପ ହେବା ଭଳି କାହାଣୀ ତଥା ସିନ୍‌ ରହିଥିବା କୁହାଯାଇଥିଲା। ପରେ ଆଉ ଏକ ଫିଚର ଫିଲ୍ମ ‘ମାଦାଥି, ଆନ୍‌ ଅନ୍‌ଫେୟାରୀ ଟେଲ୍‌’ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲା। ଜଣେ ମହିଳା କିପରି ଲିଙ୍ଗ ଓ ଜାତିକୁ ନେଇ ନିର୍ଯାତନାର ଶିକାର ହୋଇଛନ୍ତି ଏବଂ ପରେ ସେ କେମିତି ଅନ୍ୟମାନଙ୍କ ପାଇଁ ଦେବୀ ପାଲଟିଛନ୍ତି ତାହା ଉପରେ ଏହି ଫିଲ୍ମ ଗତିଶୀଳ ହୋଇଥିଲା। ନିକଟରେ କାନାଡା ଫେଷ୍ଟିଭାଲରେ ସ୍କ୍ରିନିଂ ହୋଇଥିବା ‘କାଳୀ’କୁ ନେଇ ମଧ୍ୟ ତାଙ୍କୁ ବିରୋଧର ସାମ୍‌ନା କରିବାକୁ ପଡ଼ିଛି। ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ନିକଟରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ୍‌ ସହପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ମୁକୁଳାଇବା ପାଇଁ ସେ ଅଭିଯାନ ଚଳାଇ ବିବାଦକୁ ଆସିଥିଲେ।
‘କାଳୀ’ ପୋଷ୍ଟରକୁ ଆଗା ଖାନ୍‌ ମ୍ୟୁଜିୟମ୍‌ରୁ ହଟାଇବା ପାଇଁ କାନାଡାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଟ୍ଟାଓ୍ବା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। କାନାଡାରେ ଥିବା ହିନ୍ଦୁ ସମୁଦାୟଙ୍କ ପକ୍ଷରୁ ଅଭିଯୋଗ ଆସିଛି। ହିନ୍ଦୁ ଦେବୀଙ୍କ ପ୍ରତି ଅପମାନଜନକ ଫଟୋ ପ୍ରଦର୍ଶନ ରୋକିବା ପାଇଁ ଆୟୋଜକଙ୍କୁ ମଧ୍ୟ କନ୍‌ସୁଲେଟ୍‌ ଜେନେରାଲଙ୍କ ପକ୍ଷରୁ କୁହାଯାଇଥିବା ଭାରତୀୟ ଦୂତାବାସ ଏକ ବିବୃତିରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?