ଶାମ୍ବଦଶମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ,୧ା୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ବର୍ଗତ ସଭାପତି ବାଦଲ ଦାଶଙ୍କ ଆନ୍ଦୋଳନ ଯୋଗୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଛି। ରବିବାର ଶାମ୍ବଦଶମୀ ଅବସରରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦ୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଏହାର କଳାକୃତିକୁ ବୁଲି ଦେଖିପାରିବେ ବୋଲି ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି। ଏଥିସହ ଚଳିତ ବର୍ଷ କୋଣାର୍କ ସୌର ମହାଯଜ୍ଞ କମିଟି ଆନୁକୂଲ୍ୟରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସୂର୍ଯ୍ୟ ନାରାୟଣଙ୍କ ଜନ୍ମସ୍ଥାନ ମୈତ୍ରୀୟ ବନ ତଥା ଅଧୁନା ଅନନ୍ତ ଅବଧୂତ ମଠ ପ୍ରାଙ୍ଗଣରୁ ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସହ ଶ୍ରଦ୍ଧାଳୁ ସୂର୍ଯ୍ୟରଥକୁ ଟାଣି ଚନ୍ଦ୍ରଭାଗା ତୀର୍ଥ ଅଭିମୁଖେ ଯାତ୍ରା କରିବେ। ଅନନ୍ତ ଅବଧୂତ ମଠର ମଠାଧିଶ ବାବା ଅବଧୂତ ଆଦିତ୍ୟ ଚରଣ ଦାସ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ସୂର୍ଯ୍ୟ ରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ଦୀର୍ଘ ୨୭ଦିନ ଛୋଟାରାମ ଦାସଙ୍କ ଆଶ୍ରମରେ ଅବସ୍ଥାନ କରିବା ସହ ସେଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ମଠାଧିଶ ଦାସ କହିଛନ୍ତି। ମାଘ ସପ୍ତମୀ ଦିନ ଏହି ସୂର୍ଯ୍ୟ ରଥ ମୈତ୍ରୀୟ ବନ ତଥା ଅନନ୍ତ ଅବଧୂତ ମଠକୁ ପ୍ରତ୍ୟାବର୍ତ୍ତନ କରିବେ। ଶାମ୍ବଦଶମୀରେ ଏହି ସୂର୍ଯ୍ୟରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅନନ୍ତ ଅବଧୂତ ମଠରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଅବ୍ୟାହତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?