ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.):  କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)କୁ ଏଯାଏ ସଂରକ୍ଷିତ ଜଙ୍ଗଲ(ଆର୍‌ଏଫ୍‌) ଭାବେ ଘୋଷଣା କରାଯାଇ ପାରିନାହିଁ। ଏହାର ସୁଯୋଗରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ୪୩୪୬.୭୫ ହେକ୍ଟର ଜଙ୍ଗଲ ଜମି ମଧ୍ୟରୁ ଅଧିକାଂଶ ଅଞ୍ଚଳରେ ବେଆଇନ ଭାବେ କଳାପଥର, ମୋରମ, ମାଙ୍କଡା ପଥର ଖାଦାନ ଚଳାଇଛନ୍ତି। ଏଥିଯୋଗୁ ହଜାର ହଜାର ହେକ୍ଟର ଘନ ଜଙ୍ଗଲ ସହ ଜୈବବିବିଧତା ନଷ୍ଟ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ସରକାରୀସ୍ତରରେ ଅଭିଯୋଗ କରାଗଲେ ଜଙ୍ଗଲ ଓ ରାଜସ୍ବ ବିଭାଗ ଦୋଷ ଲଦାଲଦିରେ ବ୍ୟସ୍ତ ରହି ବର୍ଷ ବର୍ଷ ଧରି ସମୟ ଗଡ଼ାଇ ଚାଲିଛନ୍ତି। ଏଭଳି ସ୍ଥିତିରେ ଉଭୟ ବିଭାଗର କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ୧୯୭୦ରୁ ୧୯୮୧ ମଧ୍ୟରେ ବିଭିନ୍ନ ସମୟରେ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ଫରେଷ୍ଟ ବ୍ଲକକୁ ଓଡିଶା ଜଙ୍ଗଲ ଆଇନ-୧୯୭୨ କିମ୍ବା ଭାରତୀୟ ଜଙ୍ଗଲ ଆଇନ-୧୯୨୭ର ଧାରା ୪(୧)ରେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ୧୫ଟି ଫରେଷ୍ଟ ବ୍ଲକକୁ ଏଯାଏ ଓଡିଶା ଜଙ୍ଗଲ ଆଇନ-୧୯୭୨ର ଧାରା ୨୧ ଅନୁଯାୟୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇ ପାରିନାହିଁ। ଏହି ମର୍ମରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ତାଙ୍କ ପତ୍ରସଂଖ୍ୟା ୭୧୭୦/୧୩ା୯ା୨୦୧୯, ୧୬୯୧/୧୬ା୨ା୨୦୧୯ରେ ଯାଜପୁର ଜିଲାପାଳଙ୍କୁ ଅବଗତ କରାଇଥିଲେ। ଡିଏଫ୍‌ଓ ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଥିଲେ ଯେ, ସାଧାରଣ ଲୋକଙ୍କ ଉଚ୍ଚତ୍ତର ସ୍ବାର୍ଥଦୃଷ୍ଟିରୁ ସଂରକ୍ଷିତ ଜଙ୍ଗଲ ଘୋଷଣାର ଆବଶ୍ୟକତା ରହିଛି। ତେଣୁ ଫରେଷ୍ଟ ସେଟଲମେଣ୍ଟ ଅଫିସରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପତ୍ରରେ ଅନୁରୋଧ କରାଯାଇଥିଲା। କିନ୍ତୁ ଏହି ପ୍ରସ୍ତାବ କେବଳ ପତ୍ର ଆଦାନ ପ୍ରଦାନରେ ସୀମିତ ରହିଛି। ଅତୀତରେ ଏହି ସବୁ ଜଙ୍ଗଲଗୁଡ଼ିକରେ ବହୁ ସଂଖ୍ୟାରେ ବାଘ, ଭାଲୁ, ହାତୀ, କୁଟୁରା, ଝିଙ୍କ ଓ ହରିିଣ ପ୍ରଭୃତି ବିରଳ ପ୍ରଜାତିର ବନ୍ୟପ୍ରାଣୀ ବାସ କରୁଥିଲେ। କିନ୍ତୁ ଏବେ ବନ୍ୟପ୍ରାଣୀ ପ୍ରାୟ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ବୟୋଜ୍ୟେଷ୍ଠ ଲୋକମାନେ କହୁଛନ୍ତି। ଜଙ୍ଗଲଗୁଡିକରୁ ବ୍ୟାପକ ଗଛକଟା, ବେଆଇନ ଖାଦାନ ଓ ବିସ୍ପୋରଣ ସମେତ ଆବଶ୍ୟକ ଜଳଉତ୍ସର ଅଭାବ ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ହାତଗଣତି ହୋଇଯାଇଛି। ଉଦାହରଣ ଭାବେ ଅସିଆ-ଚାରିନଙ୍ଗଳ, ବଳରାମପୁର, ମଧୁପୁର, ବନ୍ଧପାଲି, କଣ୍ଟିଗଡିଆ, ମଉଳାଭଞ୍ଜ, ବିଜ୍ରଗିରି ଆଦି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିଶ୍ଚହ୍ନ ହେବାକୁ ବସିଲାଣି।
୨୦୧୨-୧୩ରୁ ଅଦ୍ୟାବଧି ବନ ବିଭାଗ ପକ୍ଷରୁ ପ୍ରାୟ ପାଞ୍ଚଶହ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯାଇଛି। ମାତ୍ର ଜଙ୍ଗଲର ସୁରକ୍ଷା ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହଁି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସଂରକ୍ଷିତ ଜଙ୍ଗଲ ଘୋଷଣା ରାଜସ୍ବ ବିଭାଗ ହାତରେ ରହିଛି। ଏନେଇ ଜିଲାପାଳଙ୍କୁ ଏକାଧିକ ଥର ପତ୍ର ଦିଆଯାଇଛି। ଏପରିକି ତହସିଲଦାରମାନଙ୍କୁ ଫରେଷ୍ଟ ସେଟଲମେଣ୍ଟ ଅଧିକାରୀ ଭାବେ ମାନ୍ୟତା ଦିଆଯାଇଛି। ତଥାପି ଯାଜପୁର ଜିଲାରେ ସଂରକ୍ଷିତ ଜଙ୍ଗଲ ଘୋଷଣା ହୋଇପାରିନାହିଁ ବୋଲି ସେ କହିଛନ୍ତି। ଏ ନେଇ ଯାଜପୁର ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?