ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.):  କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)କୁ ଏଯାଏ ସଂରକ୍ଷିତ ଜଙ୍ଗଲ(ଆର୍‌ଏଫ୍‌) ଭାବେ ଘୋଷଣା କରାଯାଇ ପାରିନାହିଁ। ଏହାର ସୁଯୋଗରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ୪୩୪୬.୭୫ ହେକ୍ଟର ଜଙ୍ଗଲ ଜମି ମଧ୍ୟରୁ ଅଧିକାଂଶ ଅଞ୍ଚଳରେ ବେଆଇନ ଭାବେ କଳାପଥର, ମୋରମ, ମାଙ୍କଡା ପଥର ଖାଦାନ ଚଳାଇଛନ୍ତି। ଏଥିଯୋଗୁ ହଜାର ହଜାର ହେକ୍ଟର ଘନ ଜଙ୍ଗଲ ସହ ଜୈବବିବିଧତା ନଷ୍ଟ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ସରକାରୀସ୍ତରରେ ଅଭିଯୋଗ କରାଗଲେ ଜଙ୍ଗଲ ଓ ରାଜସ୍ବ ବିଭାଗ ଦୋଷ ଲଦାଲଦିରେ ବ୍ୟସ୍ତ ରହି ବର୍ଷ ବର୍ଷ ଧରି ସମୟ ଗଡ଼ାଇ ଚାଲିଛନ୍ତି। ଏଭଳି ସ୍ଥିତିରେ ଉଭୟ ବିଭାଗର କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ୧୯୭୦ରୁ ୧୯୮୧ ମଧ୍ୟରେ ବିଭିନ୍ନ ସମୟରେ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ଫରେଷ୍ଟ ବ୍ଲକକୁ ଓଡିଶା ଜଙ୍ଗଲ ଆଇନ-୧୯୭୨ କିମ୍ବା ଭାରତୀୟ ଜଙ୍ଗଲ ଆଇନ-୧୯୨୭ର ଧାରା ୪(୧)ରେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ୧୫ଟି ଫରେଷ୍ଟ ବ୍ଲକକୁ ଏଯାଏ ଓଡିଶା ଜଙ୍ଗଲ ଆଇନ-୧୯୭୨ର ଧାରା ୨୧ ଅନୁଯାୟୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇ ପାରିନାହିଁ। ଏହି ମର୍ମରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ତାଙ୍କ ପତ୍ରସଂଖ୍ୟା ୭୧୭୦/୧୩ା୯ା୨୦୧୯, ୧୬୯୧/୧୬ା୨ା୨୦୧୯ରେ ଯାଜପୁର ଜିଲାପାଳଙ୍କୁ ଅବଗତ କରାଇଥିଲେ। ଡିଏଫ୍‌ଓ ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଥିଲେ ଯେ, ସାଧାରଣ ଲୋକଙ୍କ ଉଚ୍ଚତ୍ତର ସ୍ବାର୍ଥଦୃଷ୍ଟିରୁ ସଂରକ୍ଷିତ ଜଙ୍ଗଲ ଘୋଷଣାର ଆବଶ୍ୟକତା ରହିଛି। ତେଣୁ ଫରେଷ୍ଟ ସେଟଲମେଣ୍ଟ ଅଫିସରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପତ୍ରରେ ଅନୁରୋଧ କରାଯାଇଥିଲା। କିନ୍ତୁ ଏହି ପ୍ରସ୍ତାବ କେବଳ ପତ୍ର ଆଦାନ ପ୍ରଦାନରେ ସୀମିତ ରହିଛି। ଅତୀତରେ ଏହି ସବୁ ଜଙ୍ଗଲଗୁଡ଼ିକରେ ବହୁ ସଂଖ୍ୟାରେ ବାଘ, ଭାଲୁ, ହାତୀ, କୁଟୁରା, ଝିଙ୍କ ଓ ହରିିଣ ପ୍ରଭୃତି ବିରଳ ପ୍ରଜାତିର ବନ୍ୟପ୍ରାଣୀ ବାସ କରୁଥିଲେ। କିନ୍ତୁ ଏବେ ବନ୍ୟପ୍ରାଣୀ ପ୍ରାୟ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ବୟୋଜ୍ୟେଷ୍ଠ ଲୋକମାନେ କହୁଛନ୍ତି। ଜଙ୍ଗଲଗୁଡିକରୁ ବ୍ୟାପକ ଗଛକଟା, ବେଆଇନ ଖାଦାନ ଓ ବିସ୍ପୋରଣ ସମେତ ଆବଶ୍ୟକ ଜଳଉତ୍ସର ଅଭାବ ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ହାତଗଣତି ହୋଇଯାଇଛି। ଉଦାହରଣ ଭାବେ ଅସିଆ-ଚାରିନଙ୍ଗଳ, ବଳରାମପୁର, ମଧୁପୁର, ବନ୍ଧପାଲି, କଣ୍ଟିଗଡିଆ, ମଉଳାଭଞ୍ଜ, ବିଜ୍ରଗିରି ଆଦି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିଶ୍ଚହ୍ନ ହେବାକୁ ବସିଲାଣି।
୨୦୧୨-୧୩ରୁ ଅଦ୍ୟାବଧି ବନ ବିଭାଗ ପକ୍ଷରୁ ପ୍ରାୟ ପାଞ୍ଚଶହ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯାଇଛି। ମାତ୍ର ଜଙ୍ଗଲର ସୁରକ୍ଷା ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହଁି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସଂରକ୍ଷିତ ଜଙ୍ଗଲ ଘୋଷଣା ରାଜସ୍ବ ବିଭାଗ ହାତରେ ରହିଛି। ଏନେଇ ଜିଲାପାଳଙ୍କୁ ଏକାଧିକ ଥର ପତ୍ର ଦିଆଯାଇଛି। ଏପରିକି ତହସିଲଦାରମାନଙ୍କୁ ଫରେଷ୍ଟ ସେଟଲମେଣ୍ଟ ଅଧିକାରୀ ଭାବେ ମାନ୍ୟତା ଦିଆଯାଇଛି। ତଥାପି ଯାଜପୁର ଜିଲାରେ ସଂରକ୍ଷିତ ଜଙ୍ଗଲ ଘୋଷଣା ହୋଇପାରିନାହିଁ ବୋଲି ସେ କହିଛନ୍ତି। ଏ ନେଇ ଯାଜପୁର ଉପଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri