Posted inଜାତୀୟ

ଭିପି ସିଂଙ୍କଠାରୁ ମୋଦିଙ୍କ ପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି ପାଶୱାନ

ନୂଆଦିଲ୍ଲୀ,୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦଳିତ ନେତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହେବା ତାଙ୍କ ଦଳ ପାଇଁ ଏକ ବଡ ଝଟକା । ତେବେ ବିହାରରେ ପାଶୱାନ ଏକ ମାତ୍ର ନେତା ଥିଲେ ଯିଏ ୯ଥର ଏମ୍‌ପି ଓ ୭ଥର କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି । ଏହି ସମୟରେ ସେ ୬ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିବାର ଅବସର ପାଇଥିଲେ । ୧୯୭୭ରେ ପ୍ରଥମେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୧୯୮୦, ୧୯୮୯, ୧୯୯୬, ୧୯୯୯, ୨୦୦୪ ଓ ୨୦୧୪ରେ ବିଜୟ ଲାଭ କରିଥିଲେ । ୧୯୯୧ରେ ସେ ଜନତା ଦଳରୁ ଟିକେଟ ପାଇ ରୋସଡା ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତାଃ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ହାଜିପୁର ଆସନରୁ ୧୯୮୪ରେ ୨୦୦୯ରେ ହାରି ଯାଇଥିଲେ । ସେ ୭ ଥର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ସେ ୨ଥର ଅଟଳ ବିହାରୀ ବାଜପେୟି ଓ ୨ ଥର ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ମନ୍ତ୍ରୀ ରହି୍‌ଥିଲେ । ୧୯୮୯ରୁ ଆଜି ପର୍ଯ୍ୟନ୍ତ ଚନ୍ଦ୍ରଶଖର ଓ ପିଭି ନରସିଂହରାଓଙ୍କ ସରକାରଙ୍କୁ ବାଦ୍ ଦେଲେ ପାଶୱାନ ମନ୍ତ୍ରୀ ରହିଆସିଛନ୍ତି । ବିଶ୍ୱନାଥ ପ୍ରତାପ ସିଂ, ଏଚ୍‌ଡି ଦେବେଗୌଡା, ଇନ୍ଦ୍ର କୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ଡା. ମନମୋହନ ସିଂ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ରହି ଆସିଛନ୍ତି ପାଶୱାନ ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?