Posted inଜାତୀୟ

ସୋମବାର ମେଘାଳୟ-ନାଗାଲାଣ୍ଡରେ ମତଦାନ: ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣ୍ରୟ କରିବେ ଭୋଟର…

ଶିଲଂ/କୋହିମା,୨୬।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ସୋମବାର ନିର୍ବାଚନ ହେବ। ଭୋଟର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନକୁ ଦୃଷ୍ଟିରେ ରଖି ମେଘାଳୟରେ ଭାରତ-ବାଂଲାଦେଶ ସୀମାକୁ ସିଲ କରାଯାଇଛି। ଏହା ସହିତ ଆସାମ ସହିତ ସୀମା ମଧ୍ୟ ସିଲ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ବୋଲି ମେଘାଳୟର ପୋଲିସ ମହାନିର୍ଦେଶକ ଏଲ.ଆର ବିଷ୍ଣୁ କହିଛନ୍ତି। ଏଥର ରାଜ୍ୟରେ ୩୬ ଜଣ ମହିଳାଙ୍କ ସମେତ ୩୭୫ ଜଣ ପ୍ରାର୍ଥୀ ଅଛନ୍ତି। ଏଠାରେ ବିଧାନସଭାରେ ୬୦ ଟି ସିଟ ଅଛି। କିନ୍ତୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଏଥର ୫୯ ଟି ଆସନରେ ମତଦାନ ହେବ। ରାଜ୍ୟରେ ମୋଟ ୨୧,୬୧,୭୨୯ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦,୬୮,୮୦୧ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧୦, ୯୨,୩୨୬ ରହିଛି। ସେହିପରି ଦିବ୍ୟାଙ୍ଗ ବର୍ଗରେ ୭୪୭୮ ଭୋଟର, ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସରେ ୨୨୬୫୮ ଭୋଟର ଅଛନ୍ତି। ରାଜ୍ୟରେ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ହେଉଛି ୮୧,୪୪୩।
ଅନ୍ୟପକ୍ଷରେ ନାଗାଲାଣ୍ଡରେ ସମୁଦାୟ ୬୦ ଟି ଆସନ ଅଛି, କିନ୍ତୁ ଏଥର ୫୯ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେଉଛି। କାରଣ ଜଣେ ଭାଜପା ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏଥର ନାଗାଲାଣ୍ଡରେ ଚାରିଜଣ ମହିଳା ସଦସ୍ୟଙ୍କ ସମେତ ମୋଟ ୧୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ନାଗାଲାଣ୍ଡର ପୋଲିସ ମହାନିର୍ଦ୍ଦେଶକ ରୁପିନ ଶର୍ମା କହିଛନ୍ତି ଯେ ନାଗାଲାଣ୍ଡର ସୀମା ସିଲ କରାଯାଇଛି। ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।

ଉଭୟ ରାଜ୍ୟରେ ଭାଜପାର ମିଳିତ ସରକାର ରହିଛି। ଏଥର ଭାଜପା ଏବଂ ଏନପିପି ମେଘାଳୟରେ ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ନାଗାଲାଣ୍ଡରେ ଭାଜପା ଏବଂ ପୁରୁଣା ସହଯୋଗୀ ଏନଡିପିପି ସହ ବିବାଦ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ଜୈଶ୍‌ ଆତଙ୍କବାଦୀ ଲମ୍ବୁ ନିହତ…

ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍‌ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର...

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା...

ପ୍ରଶାନ୍ତ କିଶୋରଙ୍କ ନାଁରେ ଅଭିଯୋଗ

ପାଟନା,୨୭।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ନାଁରେ ଆସିଛି ଅଭିଯୋଗ। ବିହାରର ପାଟନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ‘ବାତ ବିହାର କି’...

ସିଏଏକୁ ନେଇ ବିରୋଧ ପ୍ରଦର୍ଶନ: ସାମିଲ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୧୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜାମା ମସ୍‌ଦିଜ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ଏନ୍‌କାଉଣ୍ଟର ଭୟ, ହାତ ଟେକି ଥାନାରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟର…

ଲକ୍ଷ୍ନୌ,୯।୮: ଉତ୍ତରପ୍ରଦେଶରେ ଅପରାଧୀଙ୍କୁ ଏନ୍‌କାଉଣ୍ଟର ଭୟ ଘାରିଛି। ଶାମଲି ଅଞ୍ଚଳରେ ଗ୍ୟାଙ୍ଗଷ୍ଟରମାନେ ଆତ୍ମସମର୍ପଣ କରିବା ସହିତ ହାତ ଉଠାଇ ଥାନାରେ ପହଞ୍ଚିଛନ୍ତି। ଏହା ଏବେ ସୋସିିଆଲ...

କୋକେନ ମାମଲା: ମଡେଲ ଗିରଫ

କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍‌ ମାମଲାରେ କୋଲକାତା ନ୍ୟୁ ଟାଉନ୍‌ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା...

Advertisement
Archives

Model This Week