Posted inଖେଳ

କ୍ରୀଡ଼ା ପ୍ରତି ସଚ୍ଚୋଟ ମନୋଭାବ ଆବଶ୍ୟକ: କୋହଲି

ନୂଆଦିଲ୍ଲୀ,୨୬ା୨(ପି.ଟି.): ଆଇସିସି ଟ୍ରଫିକୁ ନେଇ ବିରାଟ କୋହଲିଙ୍କୁ କିଛି କ୍ରିକେଟ ସମୀକ୍ଷକ ବିଫଳ ଅଧିନାୟକର ଟ୍ୟାଗ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୪ ବର୍ଷରେ ଗୋଟିଏ ଆଇସିସି ଟ୍ରଫି ଜିତି ନ ଥିଲା। ଆର୍‌ସିବିର ପୋଡକାଷ୍ଟରେ କୋହଲି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। କ୍ରୀଡା ପ୍ରତି ସଚ୍ଚୋଟ ରହିବା ବାସ୍ତବ ସଫଳତା ବୋଲି ସେ କହିଛନ୍ତି। ୨୦୧୧ ବିଶ୍ୱକପ୍‌ ବିଜୟୀ ଦଳ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜୟୀ ଦଳରେ ମୁଁ ସାମିଲ ଥିଲି। ଅଧିନାୟକ ଭାବରେ ମୁଁ ସଦାବେଳେ ବିଜୟୀ ହେବାକୁ ପ୍ରୟାସ କରିଥାଏ। ଦଳରେ ଏକ ଦୃଢ ମାନସିକତା ଆଣିବାରେ ସଫଳ ହୋଇଥିବାରୁ ମୁଁ ଗର୍ବିତ। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ, ୨୦୧୯ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଦଳ ପ୍ରବେଶ କରିଥିଲା। ଆଇସିସି ଟ୍ରଫିରୁ ସଫଳତା ନିର୍ଦ୍ଧାରଣ କରାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ସମ୍ପର୍କକୁ ନେଇ କୋହଲି ମତ ରଖିଛନ୍ତି। ମାହି ଭାଇ(ଧୋନୀ) ଏକମାତ୍ର ଖେଳାଳି ଯିଏ ମୋର ଖରାପ ଫର୍ମ ସମୟରେ ମୋତେ କଲ୍‌ କରିଥିଲେ। ୧୧ ବର୍ଷ ଧରି ଡ୍ରେସିଂ ରୁମ୍‌ ଶେୟାର କରିଥିବା ବେଳେ ସେ ସର୍ବଦା ମୋର ଅଧିନାୟକ ରହିବେ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଟ୍ୱିଷ୍ଟ! ଅମିତ ଶାହାଙ୍କ ସହ ଏହି ଏମପିଙ୍କ ବୈଠକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସ (TMC) ଛାଡ଼ିଥିବା ତିନିଜଣ ମୁସଲିମ ଏମପି ଆଜି ସଂସଦ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ…

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri