ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ଆଶଙ୍କା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏବେ ଅଧ୍ୟାପକଙ୍କ ଆନ୍ଦୋଳନ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। କାରଣ ଗତ ୧୩ଦିନ ହେଲାଣି ୪ଦଫା ଦାବି ନେଇ ୬୬୨ବର୍ଗ ଅଧ୍ୟାପକ ସଂଘ ଭୁବନେଶ୍ୱରରେ ଆନ୍ଦୋଳନରେ ବସିଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏପରିକି ପରୀକ୍ଷା ପରିଚାଳନା ସହିତ ମୂଲ୍ୟାୟନ ବି ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଫଳରେ ପରୀକ୍ଷା ପରିଚାଳନା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ପରୀକ୍ଷା ଆଉମାତ୍ର ୩ଦିନ ଥିବାରୁ ପିଲାଙ୍କ ମଧ୍ୟରେ ଭାଳେଣି ପଡିଛି। ପରୀକ୍ଷା ଲାଗି ଯେତିକି ଚିନ୍ତା ଲାଗୁଛି, ନିଜ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ମଧ୍ୟ ସେତିକି ମନରେ ଛନକା ପଶୁଛି।
ଚଳିତବର୍ଷ ପ୍ରାୟ ସାଢ଼େ ତିନି ଲକ୍ଷ ପିଲା ଯୁକ୍ତ୨ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରେ ୬୬୨ ବର୍ଗ କଲେଜର ପ୍ରାୟ ୨ ଲକ୍ଷ ପରୀକ୍ଷାର୍ଥୀ ଅଛନ୍ତି। ଆଉ ଏହି ବର୍ଗର ପ୍ରାୟ ୪ହଜାର ଅଧ୍ୟାପକ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହୋଇଛନ୍ତି। ଏତେ ସଂଖ୍ୟକ ପରୀକ୍ଷକ ପରୀକ୍ଷା ବର୍ଜନ କଲେ, ନିଶ୍ଚିତ ଏହାର ପରିଚାଳନା ପ୍ରଭାବିତ ହୋଇପାରେ। ତେଣୁ ଅଧ୍ୟାପକଙ୍କ ଦାବି ସଂକ୍ରାନ୍ତରେ ରାଜ୍ୟ ସରକାର ଯଦି ତୁରନ୍ତ କିଛି ପଦକ୍ଷେପ ନ ନିଅନ୍ତି, ତେବେ ପରୀକ୍ଷା ପରିଚାଳନାରେ ଅସୁବିଧା ହେବାର ଆଶଙ୍କା ରହିଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।
ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମାର୍ଚ୍ଚ ୧ରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ପ୍ରଶ୍ନପତ୍ର ହବ୍‌ରେ ପହଞ୍ଚତ୍ସାରିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ଆମେ ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ। ଆନ୍ଦୋଳନରେ ଥିବା ଅଧ୍ୟାପକମାନେ ପିଲାଙ୍କ ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା ବର୍ଜନ ନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ଏନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ସରକାର ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି। ଆଗକୁ ଯୁକ୍ତ୨, ଯୁକ୍ତ୩ ପରୀକ୍ଷା ଅଛି। ପିଲାଙ୍କୁ ଆମେ ହଇରାଣ କରିବା ପାଇଁ ପାଇଁ ଚାହୁଁନୁ। ତେଣୁ ଯଦି ସରକାର ପିଲାଙ୍କ ସ୍ବାର୍ଥ ଚାହୁଁଛନ୍ତି, ତେବେ ଆଗ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନିଅନ୍ତୁ। ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଗଲେ ପରୀକ୍ଷା ପରିଚାଳନାରେ ସହଯୋଗ କରିବୁ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ଖାତା ଦେଖାରେ ମଧ୍ୟ ଅସହଯୋଗ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସମାନ ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନ୍‌ସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଆଦି ୪ ଦଫା ଦାବି ନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଗତ ୧୩ ତାରିଖରୁ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରହିଛି। ୧୩ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇ ନ ଥିବାବେଳେ ସଂଘର ଚେତାବନୀ ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?