ଦକ୍ଷ, ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀ ଖୋଜୁଛନ୍ତି ଭୋଟର

ଯୋଡ଼ା,୧୪ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କରିଦେଲେଣି। ସଭା, ବୈଠକ କରି ୨ପ୍ରମୁଖ ଭାଜପା ଓ ବିଜେଡି ଶକ୍ତି ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଫଳରେ ଆସନ୍ତା ନିର୍ବାଚନରେ ଭାଜପା-ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହେବା ଆଶଙ୍କା କରାଯାଉଛି। ଗତ ନିର୍ବାଚନରେ ଭତ୍ତା ଓ ଲୋଭନୀୟ ଉପହାରରେ ନିର୍ବାଚନ ଲଢ଼େଇ ହୋଇଥିବାରୁ ଚମ୍ପୁଆ ବିକାଶରେ ଆଶାନୁରୂପକ ଉନ୍ନତି ହୋଇପାରିନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତେଣୁ ଆଗାମୀ ନିର୍ବାଚନରେ ଭୋଟର ଜଣେ ଦକ୍ଷ ଓ ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀ ଖୋଜୁଥିବା ଆଲୋଚନା ହେଉଛି।
ଚମ୍ପୁଆ ବିଧାନସଭା ଆସନ ପୂର୍ବରୁ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିଲା। ୨୦୦୯ରେ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ ହେବାପରେ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା। ସବୁବର୍ଗର ନେତାମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ନିର୍ବାଚନମଣ୍ଡଳୀ ସର୍ବଦା ଚର୍ଚ୍ଚାରେ ରହିଆସିଛି। ୨୦୦୯ରେ ଜିତୁ ପଟ୍ଟନାୟକ, ୨୦୧୪ରେ ସ୍ବାଧୀନ ଭାବେ ସନାତନ ମହାକୁଡ ଓ ୨୦୧୯ରେ ବିଜେଡି ଟିକେଟରେ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ଅତୀତରେ ସନାତନ ମହାକୁଡ଼ ବିଧାୟକ ଥିବାବେଳେ କିଛି ବର୍ଷ ଭୋଟରଙ୍କୁ ଭତ୍ତା ବାଣ୍ଟିଥିଲେ, ଯାହାକି ପରବର୍ତ୍ତୀ ସମୟରେ ବନ୍ଦ କରି ଦେଇଥିଲେ। ଖଣି ଖାଦାନରେ ବ୍ୟବସାୟ କରି ଲୋକଙ୍କୁ ଭତ୍ତା ଦେଇ ପ୍ରଭାବିତ କରିଥିଲେ। ଏବେ ଖଣିଖାଦାନ ବନ୍ଦ ଓ ନିଯୁକ୍ତି ସୀମିତ ହେବା ପରେ ସୀମିତ ପ୍ରଲୋଭନରୁ ଭୋଟର ଦୂରେଇ ଯାଉଛନ୍ତି। ଭତ୍ତା ବନ୍ଦ କରିବା ପରେ ସନାତନ ଲୋକଙ୍କ ଆସ୍ଥା ହରାଇଥିବା ଆଲୋଚନା ହେଉଥିବାବେଳେ ଗତ କିଛି ମାସ ତଳେ ଇଡି ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସନାତନଙ୍କ ପ୍ରଭାବ ହ୍ରାସ ପାଇଥିବା ମଧ୍ୟ ଦେଖିବାକୁ ମିଳିଛି। ୨୦୨୪ ସାଧାରଣ ନିର୍ବାଚନରେ ଚମ୍ପୁଆ ରାଜନୀତିରେ ପରିବର୍ତ୍ତନର ଆଭାସ ମିଳୁଛି। ଚମ୍ପୁଆରେ ଦୀର୍ଘବର୍ଷ ଧରି କୌଣସି ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଫଳରେ ଯୁବଗୋଷ୍ଠୀ ଅର୍ଥ ପ୍ରଲୋଭନଠାରୁ ଦୂରେଇ ଯାଇ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନେତାଙ୍କ ନିକଟରେ ଦାବି କଲେଣି। ଯୁବ, ଦକ୍ଷ ଓ ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀଙ୍କୁ ଅଞ୍ଚଳବାସୀ ଖୋଜୁଛନ୍ତି। ଅଧୁନା ଶାସକ ଦଳର ପ୍ରତିନିଧିମାନଙ୍କ ତୁହାକୁତୁହା ନିର୍ବାଚନମଣ୍ଡଳୀ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ ଓ ସମୀକ୍ଷା କରିବା ପାଇଁ ୫-ଟି ସଚିବଙ୍କୁ ଅଞ୍ଚଳକୁ ପଠାଇବା, କାନପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, ଯୋଡ଼ା ଫ୍ଲାଏଓଭର ନିର୍ମାଣ ଶେଷ କରିବା, ବଡ଼ବିଲ ବାଇପାସ ଆରମ୍ଭ, ଯୋଡ଼ା ଡାକ୍ତରଖାନା ଓ ଚମ୍ପୁଆ ଡାକ୍ତରଖାନାର ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ପ୍ରତି ଦୃଷ୍ଟି ଦିଆଯିବା ଆଦି କାର୍ଯ୍ୟ କରାଇବାରେ ସର୍ବଦା ଉଦ୍ୟମ କରାଯାଉଥିବାରୁ ଶାସକ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ ହେବାରେ ଲାଗିଛି। ଅପରପକ୍ଷରେ ଭାଜପାର ନେତାମାନେ ବିଭିନ୍ନ ଅଞ୍ଚଳରେ ବୈଠକ କରି ସଂଗଠନ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ଏକଦା ଅତୀତରେ କଂଗ୍ରେସର ଗଡ଼ ଥିବା ଚମ୍ପୁଆ ଏବେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଫଳରେ ଅନୁଶାସନବିହୀନ ହୋଇ ଅଡ଼ୁଆରେ ପଡ଼ିରହିଛି। କିଛି ଆଶାୟୀ ପ୍ରାର୍ଥୀ ଅର୍ଥବଳ ମାଧ୍ୟମରେ ନିର୍ବାଚନ ଜିତିବା ପାଇଁ ଉଦ୍ୟମ କରୁଛନ୍ତି। କଂଗ୍ରେସ ଲଢ଼େଇରୁ ବହୁ ପଛରେ ରହିଯାଇଛି ବୋଲି ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ମହାନ୍ତି କହିଛନ୍ତି।
ଏନେଇ ବିଜେଡିର ଯୁବନେତା ସୁଶାନ୍ତ ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଗତ ଦିନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଭତ୍ତା ଏକ ମାଧ୍ୟମ ସାଜିଥିଲା। କିନ୍ତୁ ୨୦୧୯ ନିର୍ବାଚନ ପରଠାରୁ ଲୋକଙ୍କ ମଧ୍ୟରେ ଅଞ୍ଚଳର ବିକାଶ ହିଁ ମୁଖ୍ୟ ମାଧ୍ୟମ ସାଜିଛି। ଲୋକମାନେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି, ଯାହାର ଫଳ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିବ।
ଏନେଇ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ କହିବା ହେଲା ୨୦୨୪ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ। ଚମ୍ପୁଆରେ ଦଳ ଜଣେ ଯୁବ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଛି। ଲୋକଙ୍କ ସାଙ୍ଗରେ ଆମେ ଅଛୁ। ଅଗାମୀ ନିର୍ବାଚନରେ କଂଗ୍ରେସ ଚମ୍ପୁଆଗଡ଼କୁ ପୁନଃଦଖଲ କରିବା ନେଇ ଆମେ ଆଶାବାଦୀ ବୋଲି ନିରଞ୍ଜନ କହିଛନ୍ତି।
ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାଧା ମହାନ୍ତ କହିଛନ୍ତି, ଭତ୍ତା ରାଜନୀତି ଆଉ କାମ ଦେବ ନାହିଁ। ଭୋଟରମାନେ ସଚେତନ ହୋଇଗଲେଣି। ଚଳିତ ନିର୍ବାଚନ ବିଜେଡି ଓ ଭାଜପା ମଧ୍ୟରେ ଲଢ଼େଇ ହେବ। ସେହିପରି ଯୋଡ଼ା ଭାଜପା ନେତା ସୁଶାନ୍ତ ବେବର୍ତ୍ତା କହିଛନ୍ତି, ଏଥର ସିଧାସଳଖ ଭାବେ ଭାଜପା ଓ ବିଜେଡି ମଧ୍ୟରେ ଲଢ଼େଇ ହେବ। ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଭତ୍ତା ରାଜନୀତି କାମ କରିବ ନାହିଁ। ଆଗାମୀ ନିର୍ବାଚନରେ ଭାଜପା ବିଜେଡ଼ିକୁ କଡ଼ା ଟକ୍କର ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?