୫G ସେବା ଆରମ୍ଭ କଲା Vodafone Idea; ଆଣିଲା ନୂଆ ପ୍ଲାନ୍‌, ଏହି ୧୪ ସହରରେ…

ନୂଆଦିଲ୍ଲୀ,୨୨।୧: ଯଦି ଆପଣ Vodafone Idea (Vi)ର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଉଲ ଖବର ଅଛି। ତିନି ବର୍ଷର ଲମ୍ବା ଅପେକ୍ଷା ଶେଷ ହୋଇଛି। Vi କମ୍ପାନୀ ଶେଷରେ ଏହାର ୫G ସେବା ଲଞ୍ଚ କରିଦେଇଛି। କମ୍ପାନୀ କେରଳର ସମସ୍ତ ୧୪ଟି ଜିଲ୍ଲାକୁ କଭର୍‌ କରି ରାଜ୍ୟବ୍ୟାପୀ ୫G ଉପଲବ୍ଧ କରାଇଛି। ଏହା ସହିତ Vi କେରଳର ଉପଭୋକ୍ତାଙ୍କ ପାଇଁ ଇଣ୍ଡଷ୍ଟ୍ରିର ସବୁଠାରୁ ଶସ୍ତା ୫G ପ୍ଲାନ ପ୍ରସ୍ତୁତ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୨୯୯ ଟଙ୍କା ରଖାଯାଇଛି।

୨୯୯ ଟଙ୍କାରୁ ଆରମ୍ଭ ହେଉଥିବା Vi ୫G ପ୍ଲାନ
Vi ଏହି ୫G ଲଞ୍ଚ ଅବସରରେ ଇଣ୍ଟ୍ରୋଡକ୍ଟରି ଅଫର୍‌ ଭାବରେ ୨୯୯ ଟଙ୍କାରୁ ଆରମ୍ଭ ହେଉଥିବା ୫G ପ୍ୟାକ ପ୍ରଦାନ କରିଛି। କମ୍ପାନୀ କହିଛି ଯେ ଆଗାମୀ ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ୫G କଭରେଜ୍‌କୁ ଆହୁରି ମଜବୁତ କରାଯିବ।

ଏହି ସହର ଓ ଜିଲ୍ଲାଗୁଡ଼ିକରେ ଉପଲବ୍ଧ Vi ୫G
ରାଜ୍ୟବ୍ୟାପୀ ରୋଲଆଉଟ ପରେ Vi ୫G କେରଳର ସମସ୍ତ ୧୪ଟି ଜିଲ କନ୍ନୁର, କଲାମାସେରି, କାସରଗୋଡ଼, କଲ୍ପେଟ୍ଟା, କୋଚି, କୋଲ୍ଲମ, କୋଟ୍ଟାୟମ, କୋଝିକୋଡ଼, ମଞ୍ଜେରି-ମଲପ୍ପୁରମ, ପାଲକ୍କାଡ଼, ପଥନମଥିଟ୍ଟା, ତିରୁର, ତ୍ରିଶୂର, ଥୋଡୁପୁଝା, ତିରୁବନନ୍ତପୁରମ ଓ ବାୟନାଡ଼ ଆଦି ଅନ୍ତର୍ଭୁକ୍ତ।

ଆଡଭାନ୍ସ ଓ AI-ଚାଳିତ ନେଟୱର୍କ ଉପରେ ଜୋର
କେରଳରେ ୫G ଲଞ୍ଚ ଉପରେ ପ୍ରତିକ୍ରିୟା ଦେଇ Viର କ୍ଲଷ୍ଟର ବିଜନେସ ହେଡ (କେରଳ) ଜର୍ଜ ମ୍ୟାଥ୍ୟୁ ଭି. କହିଛନ୍ତି ଯେ ୨୦୨୫ର ଦ୍ୱିତୀୟ ଅର୍ଦ୍ଧବର୍ଷରେ କଂପାନୀ ରାଜ୍ୟରେ ୫G ଡିପ୍ଲୟମେଣ୍ଟକୁ ତୀବ୍ରତର କରିଛି। ଏହା ପାଇଁ ଆଡଭାନ୍ସ, ଏନର୍ଜି-ଏଫିସିଏଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍‌ ଓ AI-ଚାଳିତ ସେଲ୍ଫ-ଅର୍ଗାନାଇଜିଂ ନେଟୱର୍କ୍ସ (SON)ର ବ୍ୟବହାର କରାଯାଇଛି, ଯାହାଦ୍ୱାରା ନେଟୱର୍କ ପରଫର୍ମାନ୍ସ ଆପେ ଆପେ ଅପ୍ଟିମାଇଜ ହୋଇ ଉଚ୍ଚ-ଗତି ଓ ବିଶ୍ୱସନୀୟ କନେକ୍ଟିଭିଟି ମିଳିପାରୁଛି।

କେରଳରେ ୪G ନେଟୱର୍କ ମଧ୍ୟ ମଜବୁତ ହୋଇଛି:
୫G ସହିତ Vi କେରଳରେ ତାଙ୍କର ୪G ନେଟୱର୍କ୍କୁ ମଧ୍ୟ ସଶକ୍ତ କରିଛି। ସେପ୍ଟେମ୍ବର ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ କଂପାନୀ ୯୦୦ MHz, ୧୮୦୦ MHz ଓ ୨୧୦୦ MHz ସ୍ପେକ୍ଟ୍ରମ ବ୍ୟାଣ୍ଡରେ ୩,୫୦୦ରୁ ଅଧିକ ନୂଆ ୪G ସାଇଟ ତୈନାତ କରିଛି। ଏହାଦ୍ୱାରା ରାଜ୍ୟବ୍ୟାପୀ ଇଣ୍ଡୋର ଓ ଆଉଟଡୋର ନେଟୱର୍କ ପରଫର୍ମାନ୍ସରେ ଉନ୍ନତି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?