ଟୁଇଟରରୁ ବିରତି ନେଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଦୁନିଆର ଆଗ ଧାଡିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଥାଆନ୍ତି ଖୁବ୍ ଚର୍ଚ୍ଚାରେ । ପ୍ରାୟ ସମସ୍ତ ବିଷୟରେ ନିଜର ବେକାବୁ ବୟାନକୁ ନେଇ ସେ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ଏହି ନିର୍ଦ୍ଦେଶକ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଘଟଣା ହେଲା ନିକଟରେ ବିବେକ ତାଙ୍କ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସେ ନିଜ ଟୁଇଟର ଆକଉଣ୍ଟରେ ଏକ ଟୁଇଟ୍ କରିଛନ୍ତି ।
ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନିର୍ଦ୍ଦେଶକ ଟୁଇଟରରୁ ବିରତି ନେବା ଜଣାପଡିବା ପରେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଟୁଇଟ କରି ବିବେକ ଲେଖିଛନ୍ତି, ବର୍ତ୍ତମାନ ମୋ ପାଇଁ ସମୟ କିଛି ଭଲ ଚିନ୍ତା କରିବାର, ସେଥିପାଇଁ ମୁଁ କିଛି ସମୟ ପାଇଁ ଟୁଇଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରୁଛି । ଖୁବଶୀଘ୍ର ସାକ୍ଷାତ୍ ହେବ । ବିବେକଙ୍କ ଏହି ଟୁଇଟ ଦେଖିବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଆସିବାରେ ଲାଗିଛି । ଏହାସହ କତେଜଣ ୟୁଜର୍ସ ତାଙ୍କୁ ଟ୍ରୋଲ ବି କରିଛନ୍ତି ।
କେହି କେହି କମେଣ୍ଟ କରିଛନ୍ତି ଠିକ ସମୟରେ ଠିକ୍ ନିଷ୍ପତ୍ତି । ଆଉ କେହି ଲେଖିଛନ୍ତି ଦିଲ୍ଲୀ ଫାଇଲ୍ସ ପାଇଁ ସମୟ ମିଳିବ । ଆଉ କିଏ କହିଛି ନୂଆ ଚିନ୍ତା ମୁଣ୍ଡକୁ ଆସିବ । ଏହାକୁ ଦେଖି ଅନୁମାନ କରାଯାଉଛି କି ବିବେକ ହୁଏତ କିଛି ନୂଆ ଫିଲ୍ମର ଘୋଷଣା କରିବାକୁ ଯାଇ ଟୁଇଟରରୁ ଦୂରେଇ ଯାଇଛନ୍ତି । ଆଉ କେହି ଲେଖିଛନ୍ତି ଆପଣଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଗୁଡ ଲକ । ଆଉ କେହି ଲେଖିଛନ୍ତି ଏହି ଦିନକୁ ଅପେକ୍ଷା ଥିଲା ଅଲ ଦ ବେଷ୍ଟ । ଆଉ ଜଣେ ୟୁଜର ଲେଖିଛନ୍ତି କିଛି ସମୟ ପାଇଁ ନୁହେଁ ସବୁଦିନ ପାଇଁ ଟୁଇଟରରୁ ବିରତି ନିଅନ୍ତୁ ଏହା ଦେଶପାଇଁ ହିତକର ହେବ । ଆଉ କେହି ଲେଖିଛନ୍ତି ଆପଣଙ୍କ ଇଚ୍ଛା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ନିକଟରେ ତାଙ୍କୁ କେତୋଟି ଭଲ ଅଫର ମିଳିଥିଲା। ହେଲେ ସେଗୁଡ଼ିକୁ ହାତଛଡ଼ା କଲେ କିଆରା ଆଡଓ୍ବାନୀ। ଏବେ ତ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ...

ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ,...

ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’

ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍‌ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା...

ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର...

୩୦ ଲକ୍ଷରେ ବିଗ୍‌ ବି ବିକୁଛନ୍ତି କୋଟିଏରୁ ଅଧିକ ମୂଲ୍ୟର ଏହି କାର୍‌? ୧୪ ବର୍ଷ ପୂର୍ବେ ସଉକରେ କିଣିଥିଲେ

ବମ୍ବେ: କାର୍‌ ବିକିବେ ବିଗ୍‌ ବି ଅମିତାଭ। ନିଜର ପୋର୍ଚେ କେମ୍ୟାନ୍‌ ଏସ୍‌ କାର୍‌କୁ ବିକ୍ରି କରିବାକୁ ଅମିତାଭ ନିଷ୍ପତ୍ତି ନେଇଛନ୍ତି। କାରଟିର ମୂଲ୍ୟ ୧.୨୦...

୬୨ ବର୍ଷରେ ପାଦ ଦେଲେ ଶୋମା ଆନନ୍ଦ: ଗୋଟିଏ ଭୁଲ ପାଇଁ ଅଭିନୟ ଜୀବନରେ ଆସିଥିଲା ଭଟ୍ଟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶୋମା ଆନନ୍ଦ ରବିବାର ୬୨ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ...

ଡରୁଛନ୍ତି ରଣବୀର

ବଲିଉଡର ରୋମାଣ୍ଟିକ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମାତାପିତା ହୋଇଛନ୍ତି। ନିକଟରେ ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ରଣବୀର-ଆଲିଆଙ୍କ...

ଜାହ୍ନବୀଙ୍କ ଘରେ କରୋନା

ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍‌-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ...

Advertisement
Archives

Model This Week