ଶାହଜହାଁପୁରରୁ ଶିକୋଗୋର ଯାତ୍ରା

ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ ସେସବୁ ପୂର୍ବରୁ ନିର୍ଦ୍ଧାରିତ ହେବା ସହ ଶେଷ ମୁହୂର୍ତ୍ତ ଯାଏଁ ବି ଅନିଶ୍ଚିତତା ହୋଇ ରହିଥାଏ। ତେବେ କିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଯେଉଁଠି ବିଦେଶୀ କନ୍ୟାର ହାତ ଧରିଛନ୍ତି ଦେଶୀ ବର। ଆଉ ଅନ୍‌ଲାଇନ୍‌ରେ ସାମିଲ ହୋଇଛନ୍ତି ବରଯାତ୍ରୀ। ଶାହଜହାଁପୁର ସ୍ଥିତ ରୋଶନଗଞ୍ଜରେ ରହୁଥିବା ଡ. ବିଶ୍ୱାସ ପାଣ୍ଡେଙ୍କ ଏହି ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବିଶ୍ୱାସ ଆମେରିକାର ସିକାଗୋରେ ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ଆସୋସିଏଟ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପଟେ ୟୁରୋପର ସ୍ଲୋଭେନିଆ ବାସିନ୍ଦା ଡ.ମିତା ବେଲିଜିୟମ୍‌ ବୁସେଲ୍ସରେ କାଉନସିଲର ରହିଛନ୍ତି। ଗତ ବର୍ଷରୁ ବିଶ୍ୱାସ ଓ ମିତାଙ୍କ ବିବାହ ନିର୍ଦ୍ଧାରିତ ହୋଇଥିବା ବେଳେ ଉତ୍ତରପ୍ରଦେଶ ଶାହଜହାଁପୁରରେ ଏହା ଅନୁଷ୍ଠିତ ହେବାର ଥିଲା। କିନ୍ତୁ କରୋନା ସଙ୍କଟ ଯୋଗୁ ଅର୍ନ୍ତଜାତୀୟ ବିମାନ ବନ୍ଦ ହେବାରୁ ଗତ ବର୍ଷରୁ ସେମାନଙ୍କର ବିବାହ ସ୍ଥଗିତ ହୋଇ ରହିଥିଲା। କିନ୍ତୁ ଚଳିତ ବର୍ଷ ଅକ୍ଷୟ ତୃତୀୟ ଅବସରରେ ଘର ଲୋକଙ୍କ ସହମତିରେ ଦୁହେଁ ହିନ୍ଦୁ ରୀତିନୀତିରେ ଶିକାଗୋର କୃଷ୍ଣଙ୍କ ମନ୍ଦିରରେ ବିବାହ କରିଛନ୍ତି। ଆଉ ଏହି ଅବସରରେ ଉଭୟ ପରିବାର ଅନ୍‌ଲାଇନ୍‌ରେ ସାମିଲ ହୋଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆର୍ଶୀବାଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri