ଭିସା ଷ୍ଟିଲ୍‌ କାରଖାନାକୁ ବନ୍ଦ ଚେତାବନୀ

ଯାଜପୁର,୧୨ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ପରିସରରୁ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ଫେନୋଲିକ କମ୍ପାଉଣ୍ଡ ଏବଂ ସାଇନାଇଡ୍‌ ପାଣି ଗଣ୍ଡାନାଳରେ ମିଶି ପ୍ରଦୂଷିତ କରୁଛି। ନିୟମିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ପ୍ରତିନିଧି ଦଳ କାରଖାନା ପରିସରରୁ ବାହାରୁଥିବା ବର୍ଜ୍ୟଜଳ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି। ଏଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ବାହାରୁଥିବା ପ୍ରମାଣିତ ହେଉଥିଲେ ବି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ହେଉଛି। ତେଣୁ ତଦନ୍ତ ରିପୋର୍ଟ ଏକ ପ୍ରହସନ ବୋଲି ମତପ୍ରକାଶ ପାଇଛି। ତେବେ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣି ଥରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଭିସା ଷ୍ଟିଲ କାରଖାନାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଟି କଲଭର୍ଟ ଦେଇ ବାହାରକୁ ଛଡ଼ାଯାଉଥିବା ବର୍ଜ୍ୟପାଣି ନମୁନାରେ ଧାର୍ଯ୍ୟ ସୀମାଠାରୁ ବହୁ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ ଓ ସାଇନାଇଡ ଥିବା ଜଣାପଡ଼ିବା ପରେ ଏଥର କାହିଁକି କାରଖାନାକୁ ବନ୍ଦ କରା ନ ଯିବ ସେ ନେଇ ଭିସା ଷ୍ଟିଲ୍‌ର ନିର୍ଦ୍ଦେଶକଙ୍କୁ ଏସ୍‌ପିସିବିର ସଦସ୍ୟ ସଚିବ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଭିସା ଷ୍ଟିଲ୍‌ କାରଖାନା ପରିସରରରୁ ନିର୍ଗତ ବର୍ଜ୍ୟଜଳ ପ୍ରଦୂଷଣକୁ ଭୋଗୁଥିବା ଯଖପୁରା, ବାଲୁଙ୍ଗାବନ୍ଦି, ରୁଙ୍ଗୁରୁଙ୍ଗା, ଅଁଳାପାଳ, ମଙ୍ଗଲପୁର, ଖରଡି, ତେଲିବାହାଲି ପ୍ରଭୃତି ଗ୍ରାମବାସୀଙ୍କ ଦୁଃଖ ବଢ଼ିଚାଲିଛି। ଜଳ ପ୍ରଦୂଷଣ ପ୍ରଭାବରେ ଗାଁର ପାଣି, ପବନ, ମୃତ୍ତିକା ସବୁ ବିଷ ପାଲଟିଛି। ୨୪ା୭ା୨୦୨୪ରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଭିସା ଷ୍ଟିଲ କାରଖାନାର ନିରୀକ୍ଷଣ କରିଥିଲେ। ତଦନ୍ତ ରିପୋର୍ଟରେ ବାୟୁ ଓ ଜଳ ପ୍ରଦୂଷଣ ଆଇନ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏସ୍‌ପିସିବିର ସଦସ୍ୟ ସଚିବ ୮ା୮ା୨୦୨୪ରେ ଭିସା ଷ୍ଟିଲ କାରଖାନା ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଉପଯୁକ୍ତ ଏବଂ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ ଆଇନ ଅନୁସାରେ କାରଖାନାକୁ ବନ୍ଦ ନିର୍ଦ୍ଦେଶ ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପିସିବି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ଭିସା ଷ୍ଟିଲ ପକ୍ଷରୁ ୪ା୯ା୨୦୨୪ରେ ଅନୁପାଳନ ରିପୋର୍ଟ ଏସ୍‌ପିସିବି ନିକଟରେ ଦାଖଲ କରାଯାଇଥିଲା। କିନ୍ତୁ ପୂର୍ବଭଳି ବାହାରକୁ ବିନା ବିଶୋଧନରେ ବର୍ଜ୍ୟଜଳ ଛଡ଼ାଯାଉଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣି ଅଭିଯୋଗ ହୋଇଥିଲା। ତେଣୁ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣିଥରେ ନିରୀକ୍ଷଣ କରାଯାଇ ଜଳ ନମୁନା ସଂଗ୍ରହ ହୋଇଥିଲା। ଏସ୍‌ପିସିବିର ସେଣ୍ଟ୍ରାଲ ଲାବରେଟୋରିରେ ୨୭ା୯ା୨୦୨୪ରୁ ୪ା୧୦ା୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ଜଳ ନମୁନା ପରୀକ୍ଷା ପରେ ସେଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ମିଶିଥିବା ଜଣାପଡ଼ିଥିଲା।
ଭିସା ଷ୍ଟିଲ କାରଖାନାକୁ ୩୧ା୩ା୨୦୨୫ ପର୍ଯ୍ୟନ୍ତ ଆବଶ୍ୟକ ଗାଇଡ୍‌ଲାଇନ ପାଳନ କରିବା ସର୍ତ୍ତରେ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। କିନ୍ତୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଏହି କାରଖାନା ବାହାରକୁ ବର୍ଜ୍ୟପାଣି ଛାଡ଼ି ଚାଷଜମିକୁ କ୍ଷତିଗ୍ରସ୍ତ କରିବା ସହ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି। ଏହି କ୍ରମରେ ଉକ୍ତ କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି ଯେ, ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାରଖାନାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?