Posted inଫୁରସତ

ଅନ୍‌ଲାଇନ୍‌ କ୍ଲାସ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହୋଇଥିଲେ ହରିଶ: ଏବେ ସହଯୋଗର ହାତ ବଢ଼ାଇଲେ ସେହଓ୍ବାଗ୍‌

କରୋନା ମୁକାବିଲାକୁ ନେଇ ସାରା ଦେଶରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସ୍କୁଲ-କଲେଜ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏସବୁ ମଧ୍ୟରେ ଏବେ ଅନ୍‌ଲାଇନ୍‌ ଶିକ୍ଷା ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ କିଛି ଗ୍ରାମରେ ରହୁଥିବା ପିଲାଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ମୋବାଇଲ୍‌ ନେଟଓ୍ବାର୍କ ରହୁ ନ ଥିବା ଯୋଗୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କ୍ରମରେ ରାଜସ୍ଥାନର ବାର୍‌ମେର ଜିଲା ଦରୁଡ଼ାରେ ରହୁଥିବା ହରିଶ କୁମାର ଅନ୍‌ଲାଇନ୍‌ ପଢ଼ିବା ପାଇଁ ପ୍ରତ୍ୟେହ ୨ କିମି ଦୂରରେ ଥିବା ପାହାଡ଼ ଉପରେ ଚଢ଼ୁଛନ୍ତି। ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ୪୦ ରୁ ୪୫ ଡିଗ୍ରୀ ତାପମାତ୍ରାରେ ବସି ପାଠ ପଢ଼ୁଛନ୍ତି। ଏହାସତ୍ତ୍ୱେ ହରିଶଙ୍କ ମନୋବଳ ଭାଙ୍ଗିବା ବଦଳରେ ଶହେ ଗୁଣା ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏ ସଙ୍କ୍ରାନ୍ତରେ ଅନେକ ଫଟୋ ଭାଇରାଲ ହେବା ପରେ ଏବେ ଲୋକପ୍ରିୟ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ୍‌ ହରିଶଙ୍କ ସହାୟତା କରିବାକୁ ଆଗକୁ ଆସିଛନ୍ତି। ଏକ ଟୁଇଟ୍‌ କରି ସେହଓ୍ବାଗ୍‌ ଏହି ସୂଚନା ଦେଇଛନ୍ତି।

ହରିଶ ଏବେ ପଚପଦରା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ୁଛନ୍ତି। ଏବେ କୋଭିଡ-୧୯କୁ ନେଇ ସ୍କୁଲ ବନ୍ଦ ରହିଛି। ହେଲେ ଦେଢ଼ ମାସରୁ ଅଧିକ ସମୟ ଧରି ଅନ୍‌ଲାଇନ୍‌ କ୍ଲାସ ଚାଲିଥିବାରୁ ସେ ପାହାଡ଼ ଚଢ଼ି ପାଠ ପଢ଼ିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ସକାଳୁ ଉଠି ୨ କିଲୋମିଟର ଚାଲିବାକୁ ପଡ଼ୁଛି। ଟେବୁଲ ଏବଂ ଚଉକି ସହ ପାହାଡ଼ ଉପରେ ବସି ପାଠ ପଢ଼ୁଛନ୍ତି। ଗାଁରେ ଇଣ୍ଟରନେଟ୍‌ ସେବା ଠିକ୍‌ ଭାବେ ନ ଥିବାରୁ ହରିଶ ଏପରି କରୁଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ଅନ୍‌ଲାଇନ୍‌ ପଢ଼ାକୁ ନେଇ ସରକାରଙ୍କୁ ଗ୍ରାମୀଣସ୍ତରରେ ଫୋନ୍‌ ସେବାକୁ ଠିକ୍‌ କରିବାକୁ ହରିଶଙ୍କ ବାପା ବିରମଦେବ କହିଛନ୍ତି। ଏପରି ହେଲେ ପିଲାମାନେ ପାଠ ପଢ଼ିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?