Posted inଫୁରସତ

ଅନ୍‌ଲାଇନ୍‌ କ୍ଲାସ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହୋଇଥିଲେ ହରିଶ: ଏବେ ସହଯୋଗର ହାତ ବଢ଼ାଇଲେ ସେହଓ୍ବାଗ୍‌

କରୋନା ମୁକାବିଲାକୁ ନେଇ ସାରା ଦେଶରେ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ସ୍କୁଲ-କଲେଜ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏସବୁ ମଧ୍ୟରେ ଏବେ ଅନ୍‌ଲାଇନ୍‌ ଶିକ୍ଷା ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ କିଛି ଗ୍ରାମରେ ରହୁଥିବା ପିଲାଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ମୋବାଇଲ୍‌ ନେଟଓ୍ବାର୍କ ରହୁ ନ ଥିବା ଯୋଗୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କ୍ରମରେ ରାଜସ୍ଥାନର ବାର୍‌ମେର ଜିଲା ଦରୁଡ଼ାରେ ରହୁଥିବା ହରିଶ କୁମାର ଅନ୍‌ଲାଇନ୍‌ ପଢ଼ିବା ପାଇଁ ପ୍ରତ୍ୟେହ ୨ କିମି ଦୂରରେ ଥିବା ପାହାଡ଼ ଉପରେ ଚଢ଼ୁଛନ୍ତି। ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ୪୦ ରୁ ୪୫ ଡିଗ୍ରୀ ତାପମାତ୍ରାରେ ବସି ପାଠ ପଢ଼ୁଛନ୍ତି। ଏହାସତ୍ତ୍ୱେ ହରିଶଙ୍କ ମନୋବଳ ଭାଙ୍ଗିବା ବଦଳରେ ଶହେ ଗୁଣା ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏ ସଙ୍କ୍ରାନ୍ତରେ ଅନେକ ଫଟୋ ଭାଇରାଲ ହେବା ପରେ ଏବେ ଲୋକପ୍ରିୟ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ୍‌ ହରିଶଙ୍କ ସହାୟତା କରିବାକୁ ଆଗକୁ ଆସିଛନ୍ତି। ଏକ ଟୁଇଟ୍‌ କରି ସେହଓ୍ବାଗ୍‌ ଏହି ସୂଚନା ଦେଇଛନ୍ତି।

ହରିଶ ଏବେ ପଚପଦରା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ୁଛନ୍ତି। ଏବେ କୋଭିଡ-୧୯କୁ ନେଇ ସ୍କୁଲ ବନ୍ଦ ରହିଛି। ହେଲେ ଦେଢ଼ ମାସରୁ ଅଧିକ ସମୟ ଧରି ଅନ୍‌ଲାଇନ୍‌ କ୍ଲାସ ଚାଲିଥିବାରୁ ସେ ପାହାଡ଼ ଚଢ଼ି ପାଠ ପଢ଼ିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ସକାଳୁ ଉଠି ୨ କିଲୋମିଟର ଚାଲିବାକୁ ପଡ଼ୁଛି। ଟେବୁଲ ଏବଂ ଚଉକି ସହ ପାହାଡ଼ ଉପରେ ବସି ପାଠ ପଢ଼ୁଛନ୍ତି। ଗାଁରେ ଇଣ୍ଟରନେଟ୍‌ ସେବା ଠିକ୍‌ ଭାବେ ନ ଥିବାରୁ ହରିଶ ଏପରି କରୁଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ଅନ୍‌ଲାଇନ୍‌ ପଢ଼ାକୁ ନେଇ ସରକାରଙ୍କୁ ଗ୍ରାମୀଣସ୍ତରରେ ଫୋନ୍‌ ସେବାକୁ ଠିକ୍‌ କରିବାକୁ ହରିଶଙ୍କ ବାପା ବିରମଦେବ କହିଛନ୍ତି। ଏପରି ହେଲେ ପିଲାମାନେ ପାଠ ପଢ଼ିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri