Odisha Elections 2024
Posted inଖେଳ

ବିରାଟ ଆର୍‌ସିବି ଛାଡି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳନ୍ତୁ: କେଭିନ୍‌ ପିଟରଶନ

ନୂଆଦିଲ୍ଲୀ,୨୩।୫: ବିରାଟ କୋହଲି ୨୦୦୮ରୁ ଆର୍‌ସିବି ପାଇଁ ଖେଳି ଆସୁଛନ୍ତି। ଏହି ୧୬ସିଜିନ୍‌ ମଧ୍ୟରେ ସେ ଟିମ୍‌ ପାଇଁ ୭୫୦୦ରୁ ଅଧିକ ରନ୍‌ କରିଛନ୍ତି। ୧୬ତମ ସିଜିନ୍‌ରେ ବିରାଟ ଶତକ ହାସଲ କରିଥିଲେ ମଧ୍ୟ ଟିମ୍‌ ଜିତି ପାରି ନ ଥିଲା। ତେବେ ଇଂଲଣ୍ଡର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ କେଭିନ୍‌ ପିଟରଶନ୍‌ କୋହଲିଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍‌ କରି କହିଛନ୍ତି, ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ ହୋଇଛି। ସେ କହିଛନ୍ତି, କୋହଲି ଆର୍‌ସିବି ଛାଡି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳନ୍ତୁ।

ଆଇପିଏଲ୍‌ ୨୦୨୩ ଶେଷ ଲିଗ୍‌ ମ୍ୟାଚ୍‌ରେ କୋହଲି ଆଉ ଏକ ଶତକ ହାସଲ କରିଥିଲେ। କୋହଲିଙ୍କ ଆଇପିଏଲ୍‌ କ୍ୟାରିୟରର ଏହା ସପ୍ତମ ଶତକ। ମ୍ୟାଚ୍‌ରେ କୋହଲି ୬୧ ବଲ୍‌ରେ ୧୦୧ରନ୍‌ କରି ଅପରାଜିତ ରହିଥିଲେ। ତେବେ ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟାନ୍ସ ଆର୍‌ସିବିିକୁ ୬ ଓ୍ବିକେଟ୍‌ରେ ହରାଇଥିଲା। ତେଣୁ ଦଳର ପ୍ଲେ ଅଫ୍‌ରେ ଖେଳିବା ସ୍ବପ୍ନ ଭାଙ୍ଗି ଯାଇଥିଲା। ଶୁବମନ ଗିଲ୍‌ଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ୧୦୪ ରନ୍‌ରେ ଗୁରୁରାଟ ଜିତିଥିଲା।

ଆରସିବିର ଏହି ପରାଜୟ ଯୋଗୁ ପିଟରଶନ, ଆର୍‌ସିବିି ଛାଡି ଆଗାମୀ ସିଜିନ୍‌ରୁ ଦିଲ୍ଲୀ ପାଇଁ ଖେଳିବାକୁ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଆର୍‌ସିବିିର କ୍ୟାପ୍‌ଟେନ୍‌ ପଦ ଛାଡିବା ପରେ କୋହଲି କହିଥିଲେ ଯେ, ସେ ଯେପର୍ଯ୍ୟନ୍ତ ଆଇପିଏଲରେ ରହିବେ ସେପର୍ଯ୍ୟନ୍ତ ସେ ଆର୍‌ସିବିି ପାଇଁ ହିଁ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri