Posted inଖେଳ

ଅନୁଷ୍କାଙ୍କ ପାଇଁ କେକ୍‌ ତିଆରି କରିଥିଲେ ବିରାଟ

ନୂଆଦିଲ୍ଲୀ, ୨୬।୭: କରୋନା ମହାମାରୀ ଲାଗି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଧିକାଂଶ ସମୟ ଘରେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକାଠି ସମୟ ବିତାଇବାର ସୁଯୋଗ ପାଇଛନ୍ତି। ଏହି ଲକ୍‌ ଡାଉନ ସମୟ ମଧ୍ୟରେ ସେ ଅନୁଷ୍ଖାଙ୍କ ଜନ୍ମଦିନରେ ନିଜେ ଏକ କେକ୍‌ ପ୍ରସ୍ତୁତ କରିଥିଲେ। ଯାହାକୁ କ୍ୱାରାଣ୍ଟାଇନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା ବୋଲି କୋହଲି ଏକ ସାକ୍ଷାତ୍‌କାରରେ କହିଛନ୍ତି। ଭାରତୀୟ ଟେଷ୍ଟ ଦଳର ଓପନର୍‌ ମୟଙ୍କ ଅଗ୍ରଓ୍ବାଲ୍‌ଙ୍କ ସହ ଶୋ ‘ଓପନ୍‌ ନେଟ୍ସ ଓ୍ବିଥ୍‌ ମୟଙ୍କ’ରେ ବାର୍ତ୍ତାଳପ ସମୟରେ କୋହଲିଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା। ଯେଉଁଥିରେ କୋହଲିଙ୍କୁ ମୟଙ୍କ ପଚାରିଥିଲେ କ୍ୱାରାଣ୍ଟାଇନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ କ’ଣ ଥିଲା। ଏହାର ଉତ୍ତରରେ କୋହଲି କହିଥିଲେ, ‘ମୁଁ ମୋ ଜୀବନରେ ପ୍ରଥମ ଥର ଲାଗି ଏକ କେକ୍‌ ଅନୁଷ୍କାଙ୍କ ଜନ୍ମଦିନରେ ପ୍ରସ୍ତୁତ କରିଥିଲି। ଯାହାକି କ୍ୱାରାଣ୍ଟାଇନରେ ମୋ ଲାଗି ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା, କାହିଁକି ନା ପୂର୍ବରୁ ମୁଁ କେବେ କେକ୍‌ ତିଆରି କରି ନ ଥିଲି।’ ପ୍ରଥମ ପ୍ରୟାସରେ ଏହା ବହୁତ ଭଲ ହୋଇଥିଲା। ଅନୁଷ୍କା ମୋତେ କହିଥିଲେ ଯେ ସେ କେକ୍‌କୁ ଭଲ ପାଆନ୍ତି। ଯାହା ବହୁତ ସ୍ବତନ୍ତ୍ର ଥିଲା ବୋଲି କୋହଲି ଆହୁରି ମଧ୍ୟ କହିଛନ୍ତି। ଏଥିପୂର୍ବରୁ ଗତ ଏପ୍ରିଲରେ ଇଂଲଣ୍ଡର ପୂର୍ବତନ କ୍ରିକେଟର୍‌ କେଭିନ୍‌ ପିଟରସନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଏକ ଚାର୍ଟ ଅବସରରେ କୋହଲି କହିଥିଲେ, ସେ ଲକ୍‌ ଡାଉନ୍‌ ସମୟରେ ଘରେ ସ୍ତ୍ରୀଙ୍କ ସହ ଏକାଠି ସମୟ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri