Posted inଖେଳ

ଭିନ୍ନକ୍ଷମ ଫ୍ୟାନଙ୍କୁ ଉପହାର ଦେଲେ କୋହଲି

ମୋହାଲି,୮।୩: ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ନିକଟରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ଏହି ଅବସରରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମ୍ୟାଚ୍‌ ପରେ ଏକ ଭିନ୍ନକ୍ଷମ ଫ୍ୟାନଙ୍କ ପ୍ରତି ୩୩ ବର୍ଷୀୟ ବ୍ୟାଟରଙ୍କ ବ୍ୟବହାର ସୋସିଆଲ ମିଡିଆରେ ୟୁଜର୍ସଙ୍କ ମନ ଜିତିଛି।

ପ୍ରଥମ ଟେଷ୍ଟ ଶେଷ ହେବା ପରେ ରବିବାର ଧରମବୀର ପାଲ ନାମକ ଜଣେ ପ୍ରଶଂସକଙ୍କୁ କୋହଲି ତାଙ୍କ ଜର୍ସି ଉପହାର ଦେଇଥିଲେ। ଏହି ଘଟଣାର ଭିଡିଓ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି ଧରମବୀର।

’ଏହା ମୋ ଜୀବନର ବଡ଼ ଦିନ। କୋହଲି ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ୍‌ର ଟି ଶାର୍ଟ ମୋତେ ଉପହାର ଦେଇଛନ୍ତି‘ ବୋଲି କ୍ୟାପଶନରେ ଲେଖି ବିରାଟ କୋହଲିଙ୍କୁ ଟ୍ୟାଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୧୫୦ ଉଇକେଟ୍‌ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍‌ ଖେଳାଳି

ଆବୁଧାବି, ୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଏହି...

ପେଟ ପୋଷିବା ପାଇଁ ବାର୍‌ରେ କାମ କରୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ଥିଲେ ଅଧିନାୟକ ଜୋ ରୁଟ୍‌। ଭାରତ ବିପକ୍ଷରେ ୧୦୦ତମ...

ସୋରିଷ କ୍ଷେତରେ ଶାହରୁଖ ଖାନ୍‌ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ...

ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

ପୋର୍ଟ ଅଫ୍‌ ସ୍ପେନ୍‌,୧୧।୮(ପି.ଟି.)- ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।...

ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍‌ ମିଡ୍‌ଫିଲ୍ଡର...

ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ସଚିନ

ନୂଆଦିଲ୍ଲୀ,୨୫।୩- ମାରାତ୍ମକ କରୋନା ଭାଇରସ କବଳରୁ ବଞ୍ଚତ୍ବା ପାଇଁ କୌଣସି ନିର୍ଦ୍ଧିଷ୍ଟ ଉପାୟ କିମ୍ବା ଔଷଧ ନାହିଁ। ଏଭଳି ପରିସ୍ଥିତିରେ ଦେଶ ବାସୀଙ୍କୁ ଘରେ ରହିବାକୁ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦: ଧୋନୀଙ୍କୁ ସ୍ଥାନ ମିଳିଲାନି, ହାର୍ଦ୍ଦିକ ଫେରିଲେ

ନୂଆଦିଲ୍ଲୀ, ୩୦।୮ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି।...

ମହାନ କ୍ରିକେଟର ସଚିନଙ୍କ ସମକକ୍ଷ ହେଲେ ମିତାଲି

ନୂଆଦିଲ୍ଲୀ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ରେ ରବିବାର ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ସହ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week