Virat Kohli: ଆଜି କଟକରେ ଖେଳିବେ କି ନାହିଁ କୋହଲି, ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୯।୨: ବାରବାଟୀ ମହାମୁକାବିଲା ପାଇଁ ଆଉ କେଇ ମିନିଟ ବାକି ରହିଛି । ହୁଲସ୍ତୁଲ ହେବ ଷ୍ଟାଡିୟମ ଆଉ ମତୁଆଲା ହେବେ କ୍ରିକେଟ ପ୍ରେମୀ । ସବୁ ପ୍ରକାର ପ୍ରସ୍ତୁତି ବି ଶେଷ ହୋଇସାରିଛି । କେବଳ ଅପେକ୍ଷା ଟସ ପଡିବାକୁ । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ରେଜ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । ମହାମୁକାବିଲା ପାଇଁ ସବୁ ପ୍ରସ୍ତୁତି ବି ଶେଷ ହୋଇସାରିଛି । ଟିମ ଇଣ୍ଡିଆ ବର୍ତ୍ତମାନ ଭୁବନେଶ୍ବରରୁ ବାହାରି ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରୁଛନ୍ତି।

Barabati Match: କିନ୍ତୁ ଏବେ ବାରବାଟୀ ମ୍ୟାଚ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଯାହାକି କ୍ରିକେଟପ୍ରେମୀଙ୍କ ପାଇଁ ଦୁଖ ଖବର । ରନ ମେସିନ ବିରାଟ କୋହଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆହତ କାରଣରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପ୍ଲେଇଂ ଇଲେଭେନରେ ନଥିଲେ ବିରାଟ କୋହଲି । ନେଟ୍ସରେ ଅଭ୍ୟାସ କରୁଥିବା ବେଳେ କୋହଲି ସାମାନ୍ୟ ଆହତ ହୋଇଥିବାରୁ ପ୍ରଥମ ଦିନିକିଆରେ ଦଳରେ ନଥିଲେ। ଏବେ ବଡ଼ କଥା ହେଉଛି ବିରାଟ କୋହଲି ବାରବାଟୀ ମ୍ୟାଚ ଖେଳିବେ ତ? ୨ୟ ଦିନିକିଆରେ ବିରାଟ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ବାରବାଟୀରେ କୋହଲିଙ୍କ ଝଲକ ପାଇବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହିଥିବା ବେଳେ ଏବେ ସେ ଖେଳିବେ କି ନାହିଁ ସେ ନେଇ ଲାଗି ରହିଛି ସସପେନ୍ସ ।

ବିରାଟ ଆଣ୍ଠୁ ଯନ୍ତ୍ରଣା କାରଣରୁ ପ୍ରଥମ ଦିନିକିଆରୁ ବାଦ ପଡିଥିଲେ । ତେଣୁ ଯଦି କୋହଲି ଶୀଘ୍ର ଫିଟ ନୁହନ୍ତି ତେବେ ବାରବାଟୀରେ ଦର୍ଶକ ନିରାଶ ହେବା ନିଶ୍ଚିତ । କାରଣ କେବଳ କୋହଲିଙ୍କୁ ଦେଖିବାକୁ ବାରବାଟୀରେ ନିଆରା କ୍ରେଜ ଦେଖିବାକୁ ମିଳିଛି । Virat Kohli ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ଚାତକ ଭଳି ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ରାତି ଅଧରୁ ଯାଇ ଲାଇନରେ ଠିଆ ହୋଇ ଟିକେଟ ଖଣ୍ଡେ ଖଣ୍ଡେ କାଟିଛନ୍ତି । ଯଦି କୋହଲି ବାରବାଟୀ ମ୍ୟାଚ ନଖେଳନ୍ତି ତେବେ ନିରାଶ ଓ ଅତୋତ୍ସାହିତ ହେବେ ହଜାର ହଜାର ଦର୍ଶକ । ତେବେ ବିରାଟ କୋହଲିଙ୍କ ଆହତ ସମସ୍ୟାକୁ ନେଇ ବଡ ଅପଡେଟ ଦେଇଛନ୍ତି ଶୁଭମନ ଗିଲ । ସେ କହିଛନ୍ତି, ଅଭ୍ୟାସ ବେଳେ କୋହଲି ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ ୨ୟ ମୁକାବିଲାରେ ସେ ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି।

ସୂଚନା ଯେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୩ ଟିକିଆ ଦିନିକିଆ ସିରିଜରେ ଦ୍ବିତୀୟ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ OCA ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଦିନ ୧ଟା ୩୦ରୁ ଆରମ୍ଭ ହେବ ମ୍ୟାଚ


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri