Posted inଖେଳ

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ଜାତୀୟ ଚୟନକର୍ତ୍ତାଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଏକ ଭର୍ଚୁଆଲ ବୈଠକ କରିବେ। ଏଥିରେ ବିରାଟ କୋହଲିଙ୍କ ଦିନିକିଆ ଦଳର ନେତୃତ୍ୱ ଉପରେ ଆଲୋଚନା କରାଯିବ।

କୋହଲିଙ୍କ ହାତରୁ ଦିନିକିଆ ଦଳର ନେତୃତ୍ୱ ଖସିବାର ବିଶେଷ ସମ୍ଭାବନା ରହିଛି। ଏଥର ମଧ୍ୟ ଆଇସିସି ଟୁର୍ନାମେଣ୍ଟ ଜିତିବାରେ ବିଫଳ ହେବାରୁ ଅଧିନାୟକ ଭାବେ ତାଙ୍କ ଭବିଷ୍ୟତ ଏବେ ଦୋଛକିରେ।

ବର୍ତ୍ତମାନ ଟିମ୍‌ ଇଣ୍ଡିଆ ପାଇଁ କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ନାହିଁ। ଆଗାମୀ ବର୍ଷ ଖୁବ୍‌ କମ୍‌ ଦିନିକଆ ମ୍ୟାଚ୍‌ ଖେଳାଯିବାର ଅଛି। କାରଣ ୨୦୨୨ରେ ଅଷ୍ଟ୍ରେଲିଆରେ ପୁଣି ଥରେ ଟି୨୦ ବିଶ୍ୱକପ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି...

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଆରମ୍ଭ ହେବ ବିଶ୍ୱକପ ସୁପରଲିଗ୍‌

ନୂଆଦିଲ୍ଲୀ, ୨୮।୭: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଏକଦିବସୀୟ କ୍ରିକେଟ ସିରିଜ ଚଳିତମାସ ୩୦ରୁ ଆରମ୍ଭ ହେବ। ଏହି ସିରିଜରୁ ଆନୁଷ୍ଠାନିକଭାବେ କ୍ରିକେଟ ବିଶ୍ୱକପ ସୁପରଲିଗ୍‌ ଆରମ୍ଭ...

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ...

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ରୋଷେଇ କରୁଛନ୍ତି ଚେନ୍ନାଇ କ୍ରିକେଟର୍‌

ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ...

କୋଭିଡ୍‌-୧୯: ସିଡ୍‌ନୀ ଟେଷ୍ଟର ବିକଳ୍ପ ଭେନ୍ୟୁ ମେଲବୋର୍ନ: କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ପି.ଟି.): ସିଡନୀରେ କୋଭିଡ୍‌-୧୯ ପ୍ରକୋପ ବଢିବାରେ ଲାଗିଥିବା ବେଳେ ଏଠାରେ ଆୟୋଜନ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି।...

ଦ୍ୱିତୀୟ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ଶତକ

ଆଡିଲେଡ, ୨୯।୧୧(ଏଏଫ୍‌ପି)- ସ୍ଥାନୀୟ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ...

ଏହି ଅଭିନେତ୍ରୀଙ୍କୁ ହ୍ବାଟ୍‌ସଆପ୍‌ରୁ ବ୍ଲକ୍‌ କରିଦେଇଥିଲେ ରିଷଭ ପନ୍ତ: ଏବେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ସମ୍ପ୍ରତି ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ...

Advertisement
Archives

Model This Week