Posted inଜାତୀୟ

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ ଏବଂ ଏହା ପଛରେ କୌଣସି ବୈଜ୍ଞାନିକ ଆଧାର ନାହିଁ। କରୋନା ଯୋଗୁ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ କମ୍‌, କିନ୍ତୁ ସ୍କୁଲ ବନ୍ଦ ପାଇଁ ଖର୍ଚ୍ଚ ବହୁତ ଅଧିକ। ମହାମାରୀ ସମୟରେ ସ୍କୁଲ ବନ୍ଦ ହେତୁ ଭାରତରେ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଅଭାବ ୫୫ରୁ ୭୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ମଧ୍ୟ କୁହାଯାଇଛି।

ସେ କହିଛନ୍ତି,ସ୍କୁଲ ଖୋଲିବା ଦ୍ୱାରା କରୋନା ଭାଇରସ ମାମଲା ବୃଦ୍ଧି ପାଇଛି ଏବଂ ସ୍କୁଲଗୁଡ଼ିକ ‘ସୁରକ୍ଷିତ ସ୍ଥାନ’ ନୁହେଁ ବୋଲି କୌଣସି ପ୍ରମାଣ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଏକ ସାଧାରଣ ନୀତି ଦୃଷ୍ଟିକୋଣରୁ ପିଲାମାନଙ୍କୁ ଟିକାକରଣ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ। ଏପରିକି ଏହା ପଛରେ କୌଣସି ବୈଜ୍ଞାନିକ କାରଣ ମଧ୍ୟ ନାହିଁ। କରୋନା ମହାମାରୀ ଚାଲିଥିଲେ ମଧ୍ୟ ସ୍କୁଲ ବନ୍ଦ କରିବା କିଛି ଯଥାର୍ଥତା ନାହିଁ। କରୋନାର ନୂଆ ଭାରିଆଣ୍ଟ ଆସିଥିଲେ ବ ସ୍କୁଲ ବନ୍ଦ କରିବା ଶେଷ ପନ୍ଥା ନୁହେଁ। କାରଣ ଅନେକ ଦେଶରେ ସ୍କୁଲ ବନ୍ଦ ରହିଥିଲେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢ଼ିଛି। ତେଣୁ କରୋନା ବୃଦ୍ଧି ମାମଲାରେ ସ୍କୁଲର କୌଣସି ଭୂମିକା ହିଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଟାନ ସହ ଚାଇନାର ନୂଆ ସୀମା ବିବାଦ

ନୂଆଦିଲ୍ଲୀ,୧।୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି।...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ବଢ଼ୁଛି ହାଜତ ହିଂସା

ନୂଆଦିଲ୍ଲୀ, ୯।୮(ଆଇଏଏନ୍‌ଏସ୍‌): ସପ୍ତାହେ ପରେ ଭାରତ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ...

ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ

ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍‌ ସ୍ଥିତ ବୁଥ୍‌...

ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍‌ସି

କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍‌ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି...

ଦେଶରେ ୨୩୬ ଓମିକ୍ରନ୍‌ ଆକ୍ରାନ୍ତ, ୧୬ ରାଜ୍ୟରେ ଆତଙ୍କ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୬ ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

ଘାସ କାଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ...

ସିସୋଡିଆଙ୍କୁ ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମନୀଷ ସିସୋଡିଆଙ୍କୁ ରାଜା ହରିଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି। କୁହାଯାଏ ଯେ, ସତ୍ୟର ପଥ ଅନୁସରଣ କରୁଥିବା ରାଜା...

Advertisement
Archives

Model This Week