Posted inଖେଳ

ଚହଲଙ୍କ ଦୁଷ୍ଟ କହିଲେ ଏହି କ୍ରିକେଟର୍‌

ଦୁବାଇ,୨୩।୧୦: ଆଇପିଏଲ୍‌ରେ ୨୦୨୦ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (ଆରସିବି)ଦଳ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି। ମ୍ୟାଚ୍‌ ପରେ ମଜା କରୁଥିବା ନଜର ଆସୁଛନ୍ତି। ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଭ୍ୟାସ ଅଧିବେଶନ ବେଳର ଏକ ଫଟୋ ଅଧିନାୟକ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋରେ ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡିକଲ, ମହମ୍ମଦ ସିରାଜଙ୍କ ସହ ନିଜେ କୋହଲି ନଜର ଆସିଛନ୍ତି। ସେ କ୍ୟାପଶନ୍‌ରେ ଲେଖିଥିଲେ, ପୁଣିଥରେ ସ୍କୁଲ ଦିନ ମନେ ପଡିଗଲା। ଗୋଟିଏ ଶ୍ରେଣୀର ଚାରି ଜଣ ପିଲା ଏବଂ ଡି’ଭିଲିୟର୍ସ ସେହି ପିଲା ଯିଏ ତାଙ୍କ ହୋମ ୱାର୍କ ଶେଷ କରି ଦେଇଛନ୍ତି। ଅତ୍ୟ ତିନି ଜଣ ଭଲ ଭାବରେ ଜାଣିଛନ୍ତି ଯେ ହୋମ ଓ୍ବାର୍କ କରି ନ ଥିବାରୁ ସେମାନେ ଅସୁବିଧାରେ ପଡିବା ଏକପ୍ରକାର ନିଶ୍ଚିତ।
ଏହି ଫଟୋକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ସ୍ପିନର ରସିଦ ଖାନ ଓ ଆରସିବି ସ୍ପିନର ୟୁଜବେନ୍ଦ୍ର ଚହଲ ମଜାଳିଆ କମେଣ୍ଟ ଦେଇଥିଲେ। ଫଟୋରେ ସିରାଜଙ୍କ ଭାବଭଙ୍ଗୀକୁ ଦେଖି ରସିଦ କହିଥିଲେ ଶିକ୍ଷକ ହୋମୱାର୍କ ଦେଇଛନ୍ତି ବୋଲି ବି ସିରାଜ ଆଦୌ ଜାଣି ନାହାନ୍ତି। ଚହଲ ତୁରନ୍ତ ତାଙ୍କ ସହ ଯୋଗଦେଇ ଫଟୋରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇଥିଲେ। ସେ ଲେଖିଥିଲେ, ମୁଁ ଖସିକି କ୍ଲାସ୍‌କୁ ଯାଇ ନ ଥିଲି, କାରଣ ଆଜି ହୋମୱାର୍କ ଚେକ ହେବାର ଥିଲା। ରସିଦ ଏହାର ଉତ୍ତର ଦେଇ କହିଥିଲେ ଯେ ତୁମ ଭଳିଆ ଦୁଷ୍ଟ ପିଲାଙ୍କୁ ସ୍କୁଲକୁ ଅବିଭାବକଙ୍କୁ ଆଣି ଅନୁପସ୍ଥିତିର ଠୋସ କାରଣ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri