୪୩୮ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୨୩।୧୦: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସାନମଙ୍ଗରେ ୨ଟି ଅଙ୍ଗନୱାଡି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ମଧ୍ୟ ଏହାର ଗୃହ ନିର୍ମାଣ ହୋଇ ନାହିଁ। ଏହି ଦୁଇ କେନ୍ଦ୍ର ନିର୍ମାଣ ପାଇଁ ୨୦୧୯ ଜାନୁୟାରୀ ୫ ଓ ଅଗଷ୍ଟ ୨୫ରେ କାର୍ଯ୍ୟାଦେଶ ସହ ଅନୁଦାନ ଯୋଗାଇ ଦିଆଯାଇଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଉ ନାହିଁ। ସେହିପରି ମାଣିକପାଟଣା ଗ୍ରାମର ୨ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ପ୍ରସ୍ତାବ ମଞ୍ଜୁର ହୋଇପାରିନାହିଁ। କେବଳ ସାନମଙ୍ଗ ଓ ମାଣିକପାଟଣା ନୁହେଁ, ଜିଲାର ୪୩୮ କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି। ସେହିପରି ଶତାଧିକ ଅଙ୍ଗନୱାଡି କେନ୍ଦ୍ର ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଫାଇଲ ତଳେ ରହିଯାଇଛି।
ବିଭିନ୍ନ ସରକାରୀ ଯୋଜନା ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଶିଶୁଙ୍କ ଟିକାକରଣ, ପ୍ରାକ୍‌ ଶିକ୍ଷା, ଅପପୁଷ୍ଟି ରୋକିବାଠାରୁ ଆରମ୍ଭ କରି ନିଃସହାୟ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଏହି କେନ୍ଦ୍ର ମାଧ୍ୟମରେ ସମ୍ପନ୍ନ କରିବାକୁ ସରକାର ନିୟମ କରିଛନ୍ତି। ତେବେ ଜିଲା ପ୍ରଶାସନ ଏଥିପ୍ରତି ନଜର ଦେଇ ନ ଥିବା ବହୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ମତ ଦେଇଛନ୍ତି। ଯେଉଁ ଜିଲାରେ ଗତ ୧୦ବର୍ଷ ମଧ୍ୟରେ ଏକ ପଞ୍ଚମାଂଶ ଗୃହ ନିର୍ମାଣ ସରିନାହିଁ ସେହି ଜିଲାରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ହେବ କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରାପଡା ଜିଲାରେ ୯ଟି ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ମୋଟ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ଅଛି। ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୪୭ ଗୃହ ନିର୍ମାଣ ସାରିବାକୁ ଯୋଜନା ଥିବାବେଳେ ଏଥିରୁ ମାତ୍ର ୯ଟି କେନ୍ଦ୍ରର ନିର୍ମାଣ ସରିଛି। ଆଳି ବ୍ଲକରେ ୮୪, ଡେରାବିଶରେ ୪୫, ଗରଦପୁରରେ ୨୧, କେନ୍ଦ୍ରାପଡାରେ ୫୫, ମହାକାଳପଡାରେ ୪୩, ମାର୍ଶାଘାଇରେ ୩୨, ପଟ୍ଟାମୁଣ୍ଡାଇରେ ୫୯, ରାଜକନିକାରେ ୫୩ ଓ ରାଜନଗର ବ୍ଲକରେ ୪୬ କେନ୍ଦ୍ରର ଗୃହ ନିର୍ମାଣ ଚାଲିଛି। ଏ ସମ୍ପର୍କରେ ରାଜଗଡର ନୟନମଣି ସାମଲ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡା ବ୍ଲକ ସର୍ବଦା ଅବହେଳିତ ଅବସ୍ଥାରେ ରହିଛି। ସମସ୍ତ ଅଞ୍ଚଳକୁ ଗମନାଗମନ ଲାଗି ରାସ୍ତା ନାହିଁ। ଶିଶୁ ଓ ମାତୃ ମୃତ୍ୟୁହାର, ନାବାଳିକା ବିବାହ ଆଦି ସମସ୍ୟା ରହିଛି। ରାଜଗଡ ପଞ୍ଚାୟତରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣାଧୀନ ଅଥବା ପ୍ରସ୍ତାବ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏ ନେଇ ପଞ୍ଚାୟତବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ। ଆଳି ବ୍ଲକର ରତନ କୁମାର ଭୂୟଁା କୁହନ୍ତି, ଏହି ବ୍ଲକରେ ସର୍ବାଧିକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣାଧୀନ ଅଥବା କାର୍ଯ୍ୟାଦେଶ ପାଇ ବନ୍ଦ ରହିଛି। ବହୁ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ନିର୍ମାଣ କାର୍ଯ୍ୟକୁ ବିଳମ୍ବିତ କରୁଥିବା ବେଳେ ସ୍ଥାନ ଚିହ୍ନଟ ନେଇ ଗ୍ରାମରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ ହୋଇପାରିଲେ କେନ୍ଦ୍ର ଗୃହ ନିର୍ମାଣ ସମ୍ଭବ ହେବ। ଏ ସମ୍ପର୍କରେ ପିଡି ଦିଲୀପ କୁମାର ପରିଡା କହିଛନ୍ତି, ସ୍ଥାନ ନିରୂପଣ ନେଇ କେତେକ ସ୍ଥାନରେ ସମସ୍ୟା ଉପୁଜିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ତେବେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହିତ ଆଲୋଚନା କରି ଏହାର ସମାଧାନ ସହିତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri