ପୁରୀ ହେବ ସ୍ବଚ୍ଛ ଐତିହ୍ୟ ଧାମ

ପୁରୀ ଅଫିସ,୨୩ା୧୦: ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ପୁରୀ। ତେଣୁ ପୁରୀକୁ ସ୍ବଚ୍ଛ ଐତିହ୍ୟ ଧାମ ଭାବେ ଗଢି ତୋଳିବାକୁ ଜିଲା ପ୍ରଶାସନ ପକ୍ଷରୁ ‘ମୋ ଧାମ, ମୋ ଗର୍ବ ଅଭିଯାନ’ ଆରମ୍ଭ ହୋଇଛି। ଏହାର ରୂପରେଖ କ’ଣ ରହିବ ଓ ଏହାକୁ କିପରି ସଫଳ କରାଯିବ ସେ ନେଇ ଗୁରୁବାର ଟାଉନ ହଲ୍‌ରେ ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଶିକ୍ଷକ, ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ, ସରକାରୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପୃଥକ୍‌ ପୃଥକ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫନୀ ବିଧ୍ୱସ୍ତ ପୁରୀ ସହରକୁ ଠିଆ କରାଇବା, ମୋ ବିଚ୍‌ ଅଭିଯାନ ଏବଂ ସ୍ବର୍ଣ୍ଣାଭ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିବା ନେଇ ସହରବାସୀ ଯେଉଁ ସହଯୋଗ କରିଥିଲେ ସେଥିପାଇଁ ଜିଲାପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ପୁରୀକୁ ସ୍ବଚ୍ଛ ଐତିହ୍ୟ ଧାମ କରିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ପୁରୀବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଜିଲାପାଳ ଆହ୍ବାନ ଦେଇଥିଲେ।
‘ମୋ ଧାମ, ମୋ ଗର୍ବ ଅଭିଯାନ’ ନଭେମ୍ବର ପହିଲାରୁ ଏକ ସପ୍ତାହ ଧରି ଚାଲିବ। ଏଥିରେ ଛାତ୍ରୀଛାତ୍ରଙ୍କ ସମେତ ସବୁବର୍ଗର ଲୋକ ସାମିଲ ହେବେ। ପ୍ରତି ୱାର୍ଡରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ବ୍ୟକ୍ତି ଦସ୍ତଖତ ଅଭିଯାନ ମାଧ୍ୟମରେ ସହରକୁ ସ୍ବଚ୍ଛ ରଖିବାକୁ ଶପଥ ନେବେ। ଏହି ଅଭିଯାନ ଛାତ୍ରୀଛାତ୍ରଙ୍କୁ ନିଜ ଘର ଓ ଚାରିପାଖ ଆବର୍ଜନାମୁକ୍ତ ରଖିବାକୁ ପରାମର୍ଶ ଦେବ। ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ଅଭିଭାବକଙ୍କ ସହ ମିଶି ଆବର୍ଜନାମୁକ୍ତ ଅଭିଯାନରେ ସାମିଲ ଥିବା ନେଇ ମୋବାଇଲ ଫୋନ୍‌ରେ ଭିଡିିଓ ପ୍ରସ୍ତୁତ କରିପାରିବେ। ପ୍ରତି ଘରେ ଓଦା ଆବର୍ଜନା ପାଇଁ ସବୁଜ ରଙ୍ଗର ଡଷ୍ଟବିନ, ଶୁଖିଲା ପାଇଁ ନୀଳ, ସଂକ୍ରମିତ ଆବର୍ଜନା ପାଇଁ ନାଲି ଓ ହାନିକାରକ ଆବର୍ଜନା ଲାଗି କଳା ରଙ୍ଗର ଡଷ୍ଟବିନ ରଖିବେ। ଦୀପାବଳି ପୂର୍ବରୁ ସମସ୍ତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଆବର୍ଜନାମୁକ୍ତ ଓ ପରିଷ୍କାର ରଖାଯିବା ନେଇ ବିଭାଗୀୟ ମୁଖ୍ୟ ଦାୟିତ୍ୱ ନେବେ। ଆବର୍ଜନାମୁକ୍ତ ଓ ପରିଚ୍ଛନ୍ନ ଥିବା ସର୍ବୋତ୍କୃଷ୍ଟ ୩ଟି ଅଫିସକୁ ଦୀପାବଳି ପୂର୍ବରୁ ପୁରସ୍କୃତ କରାଯିବା ସହ ପ୍ରୋତ୍ସାହିତ ପାଇଁ ରାଜ୍ୟସ୍ତରକୁ ସୁପାରିସ କରାଯିବ। ନିଜ ଅନୁଷ୍ଠାନ ଓ କାର୍ଯ୍ୟାଳୟକୁ ପରିଛନ୍ନ ରଖିବା କ୍ଷେତ୍ରରେ ବିଫଳ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ନେଇ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ାଯିବ। ବୈଠକରେ ନୂଆଦିଲ୍ଲୀସ୍ଥିତ ଫିଡ୍‌ ବ୍ୟାକ ଫାଉଣ୍ଡେଶନର ଜ୍ୟୋତି ପ୍ରକାଶ ଉକ୍ତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ ଦାଶ, ସିଡିଏମ୍‌ଓ ଡା. ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri