ପୁରୀ ହେବ ସ୍ବଚ୍ଛ ଐତିହ୍ୟ ଧାମ

ପୁରୀ ଅଫିସ,୨୩ା୧୦: ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ପୁରୀ। ତେଣୁ ପୁରୀକୁ ସ୍ବଚ୍ଛ ଐତିହ୍ୟ ଧାମ ଭାବେ ଗଢି ତୋଳିବାକୁ ଜିଲା ପ୍ରଶାସନ ପକ୍ଷରୁ ‘ମୋ ଧାମ, ମୋ ଗର୍ବ ଅଭିଯାନ’ ଆରମ୍ଭ ହୋଇଛି। ଏହାର ରୂପରେଖ କ’ଣ ରହିବ ଓ ଏହାକୁ କିପରି ସଫଳ କରାଯିବ ସେ ନେଇ ଗୁରୁବାର ଟାଉନ ହଲ୍‌ରେ ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଶିକ୍ଷକ, ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ, ସରକାରୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପୃଥକ୍‌ ପୃଥକ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫନୀ ବିଧ୍ୱସ୍ତ ପୁରୀ ସହରକୁ ଠିଆ କରାଇବା, ମୋ ବିଚ୍‌ ଅଭିଯାନ ଏବଂ ସ୍ବର୍ଣ୍ଣାଭ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିବା ନେଇ ସହରବାସୀ ଯେଉଁ ସହଯୋଗ କରିଥିଲେ ସେଥିପାଇଁ ଜିଲାପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ପୁରୀକୁ ସ୍ବଚ୍ଛ ଐତିହ୍ୟ ଧାମ କରିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ପୁରୀବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଜିଲାପାଳ ଆହ୍ବାନ ଦେଇଥିଲେ।
‘ମୋ ଧାମ, ମୋ ଗର୍ବ ଅଭିଯାନ’ ନଭେମ୍ବର ପହିଲାରୁ ଏକ ସପ୍ତାହ ଧରି ଚାଲିବ। ଏଥିରେ ଛାତ୍ରୀଛାତ୍ରଙ୍କ ସମେତ ସବୁବର୍ଗର ଲୋକ ସାମିଲ ହେବେ। ପ୍ରତି ୱାର୍ଡରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ବ୍ୟକ୍ତି ଦସ୍ତଖତ ଅଭିଯାନ ମାଧ୍ୟମରେ ସହରକୁ ସ୍ବଚ୍ଛ ରଖିବାକୁ ଶପଥ ନେବେ। ଏହି ଅଭିଯାନ ଛାତ୍ରୀଛାତ୍ରଙ୍କୁ ନିଜ ଘର ଓ ଚାରିପାଖ ଆବର୍ଜନାମୁକ୍ତ ରଖିବାକୁ ପରାମର୍ଶ ଦେବ। ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ଅଭିଭାବକଙ୍କ ସହ ମିଶି ଆବର୍ଜନାମୁକ୍ତ ଅଭିଯାନରେ ସାମିଲ ଥିବା ନେଇ ମୋବାଇଲ ଫୋନ୍‌ରେ ଭିଡିିଓ ପ୍ରସ୍ତୁତ କରିପାରିବେ। ପ୍ରତି ଘରେ ଓଦା ଆବର୍ଜନା ପାଇଁ ସବୁଜ ରଙ୍ଗର ଡଷ୍ଟବିନ, ଶୁଖିଲା ପାଇଁ ନୀଳ, ସଂକ୍ରମିତ ଆବର୍ଜନା ପାଇଁ ନାଲି ଓ ହାନିକାରକ ଆବର୍ଜନା ଲାଗି କଳା ରଙ୍ଗର ଡଷ୍ଟବିନ ରଖିବେ। ଦୀପାବଳି ପୂର୍ବରୁ ସମସ୍ତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଆବର୍ଜନାମୁକ୍ତ ଓ ପରିଷ୍କାର ରଖାଯିବା ନେଇ ବିଭାଗୀୟ ମୁଖ୍ୟ ଦାୟିତ୍ୱ ନେବେ। ଆବର୍ଜନାମୁକ୍ତ ଓ ପରିଚ୍ଛନ୍ନ ଥିବା ସର୍ବୋତ୍କୃଷ୍ଟ ୩ଟି ଅଫିସକୁ ଦୀପାବଳି ପୂର୍ବରୁ ପୁରସ୍କୃତ କରାଯିବା ସହ ପ୍ରୋତ୍ସାହିତ ପାଇଁ ରାଜ୍ୟସ୍ତରକୁ ସୁପାରିସ କରାଯିବ। ନିଜ ଅନୁଷ୍ଠାନ ଓ କାର୍ଯ୍ୟାଳୟକୁ ପରିଛନ୍ନ ରଖିବା କ୍ଷେତ୍ରରେ ବିଫଳ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ନେଇ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ାଯିବ। ବୈଠକରେ ନୂଆଦିଲ୍ଲୀସ୍ଥିତ ଫିଡ୍‌ ବ୍ୟାକ ଫାଉଣ୍ଡେଶନର ଜ୍ୟୋତି ପ୍ରକାଶ ଉକ୍ତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ ଦାଶ, ସିଡିଏମ୍‌ଓ ଡା. ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?