ଲଜ୍ଜାଜନକ ରେକର୍ଡ ହାସଲ କଲେ କୋହଲି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଚଳିତ ସିଜିନରେ ଖରାପ ଫର୍ମ ସହ ଲଢୁଥିବା ବିରାଟ କୋହଲି ଏହି ମ୍ୟାଚ୍‌ରେ ଇନିଂସର ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହି ମ୍ୟାଚ୍‌ରେ କୋହଲି କ୍ରମାଗତ ତୃତୀୟ ଗୋଲଡେନ୍‌ ଡକ୍‌(ପ୍ରଥମ ବଲ୍‌ରେ ‘ଶୂନ’ରେ ଆଉଟ୍‌)ରେ ଆଉଟ୍‌ ହୋଇଛନ୍ତି। ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହା ଦ୍ୱିତୀୟ ବୋଲି ଜଣାପଡିଛି। ଏହା ସହ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ସିଜିନରେ ଗୋଲଡେନ୍‌ ଡକ୍‌ରେ ତିନିଥର ଆଉଟ୍‌ ହୋଇଛନ୍ତି। ଏହାପୂର୍ବରୁ, କୌଣସି ଆରସିବି ଖେଳାଳି ଗୋଟିଏ ସିଜିନ୍‌ରେ ପ୍ରଥମ ବଲରେ ତିନିଥର ଶୂନରେ ଆଉଟ୍‌ ହୋଇ ନ ଥିଲେ। ସମଗ୍ର ଆଇପିଏଲ୍‌ରେ କ୍ୟାରିୟର୍‌ରେ କୋହଲି ୬ଥର ଗୋଲଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭାରତ ୨୦୨୩ ହକି ବିଶ୍ୱକପ୍‌ରୁ ବିଦାୟ ନେଇଛି। କ୍ରସ୍‌ ଓଭର ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍‌ଆଉଟ୍‌ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ...

ପ୍ରକାଶ ପାଇଲା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍‌

ଦୁବାଇ, ୭ା୧୨: ଆଇସିସିର ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ...

୩୯୧୧ ଦିନ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌

ସାଉଥାମ୍ପଟନ, ୧୩।୮: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ ଫାଓ୍ବଦ ଆଲାମ୍‌। ଗୁରୁବାରଠାରୁ ସାଉଥାମ୍ପଟନରେ ଘରୋଇ ଇଂଲଣ୍ଡ ବିପକ୍ଷରେ...

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ।...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

ଆଜି ଆଇପିଏଲ୍‌ ନିଲାମି

ନୂଆଦିଲ୍ଲୀ,୨୩ା୧୨: ମାର୍ଚ୍ଚ ମାସ ସୁଦ୍ଧା ଟି୨୦ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବ ମିନି...

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବଡ଼ ନିଷ୍ପତ୍ତି; ସ୍ବଦେଶ ଫେରିଲେ ଏହି ୪ ଖେଳାଳି

ନୂଆଦିଲ୍ଲୀ,୨୩।୧୦: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ସହ ଥିବା ୪ ଖେଳାଳି ସ୍ବଦେଶ ଫେରି...

ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରିବେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୩୧ା୩ (ପି.ଟି.):ଭେଟେରାନ ଭାରତୀୟ ସିମର ଭୁବନେଶ୍ୱର କୁମାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ମ୍ୟାଚରେ ଅଧିନାୟକତ୍ୱ କରିବେ। ଦଳର ପ୍ରକୃତ...

Advertisement
Archives

Model This Week