Posted inଖେଳ

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ପସନ୍ଦ ଓପନର ରୋହିତଙ୍କ ସହ ଲୋକେଶ ରାହୁଲ ଓପନିଂ କରିବେ ବୋଲି କୋହଲି ସ୍ପଷ୍ଟ କରିଛନ୍ତି।

ଟସ୍‌ ବେଳେ ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆର ଉପର ୬ ବ୍ୟାଟ୍ସମ୍ୟାନଙ୍କ ନାମ କୋହଲିଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ କୋହଲି କହିଥିଲେ, ଆଇପିଏଲ ପୂର୍ବରୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏବେ ଟପ୍‌ ଅର୍ଡରରେ ରାହୁଲଙ୍କ ଛଡ଼ା ଅନ୍ୟ କାହାକୁ ସୁଯୋଗ ଦେବା କଷ୍ଟକର। ତାଙ୍କ ସହ ରୋହିତ ଓପନ କରିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ମୁଁ ତୃତୀୟ କ୍ରମରେ ବ୍ୟାଟିଂ କରିବି। ଏବେ କେବଳ ଏତିକି ଅପଡେଟ୍‌ ଦେଇପାରିବି ବୋଲି ଇଂଲଣ୍ଡ ବିପକ୍ଷ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ପୂର୍ବରୁ ଟସ୍‌ ବେଳେ କୋହଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ ବିକଳ୍ପ ଖୋଜ, ଏହି ଦୁଇ ଖେଳାଳିଙ୍କୁ ଦଳକୁ ଆଣ: ହରଭଜନ

ନୂଆଦିଲ୍ଲୀ,୨୬।୧: ଦିନିକିଆ କ୍ରିକେଟରେ ଭାରତର ସ୍ପିନରମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ କ୍ରିକେଟର ହରଭଜନ ସିଂହ। ଏହି ଫର୍ମାଟରେ ଆର୍‌...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୧…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି...

ଓକିନଓ୍ବା କରାଟେ ସ୍କୁଲର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି): ଓକିନୱା କରାଟେ ସ୍କୁଲ ଆନୁକୂଲ୍ୟରେ କରାଟେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି...

ଫ୍ରେଞ୍ଚ୍‌ ଓପନ୍‌: ସ୍ବିଟେକଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌

ପ୍ୟାରିସ୍‌,୧୧।୧୦(ଏପି): ପୋଲାଣ୍ଡ ଟିନ୍‌ଏଜର ଇଗା ସ୍ବିଟେକ ଏଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଣସିଡ୍‌ ସ୍ବିଟେକ ଆମେରିକାର ଚତୁର୍ଥ ସିଡ୍‌...

ସେହ୍ବାଗଙ୍କ ଭବିଷ୍ୟବାଣୀ: ଭାରତ ଗୋଟିଏ ମ୍ୟାଚ୍‌ ହାରିଲେ ବିଦା, ପାକିସ୍ତାନ ଏଥର…

ନୂଆଦିଲ୍ଲୀ,୬।୯: ଏସିଆ କପ୍‌ ୨୦୨୨ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଏପରି ସ୍ଥିତିରେ ଦଳକୁ...

ମହିଳା ଟି-୨୦ ବିଶ୍ୱକପ୍‌: ଭାରତର ଦ୍ୱିତୀୟ ବିଜୟ

କେପଟାଉନ୍‌,୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଜିତିଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ...

ସୁନୀଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୨ା୩ (ପି.ଟି.)-କୋଭିଡ୍‌ ଟେଷ୍ଟରେ ଭାରତୀୟ ଫୁଟ୍‌ବଲ ଟିମ୍‌ ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଫଳରେ ସେ...

Advertisement
Archives

Model This Week