Posted inଖେଳ

୧୩ ରନ୍‌ ଦୂରରେ ରେକର୍ଡ

ଜୋହାନ୍ସବର୍ଗ,୨।୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ କୋଚ୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ଅଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୬ ମ୍ୟାଚ୍‌ ଖେଳିଥିବା ଭାରତୀୟ ଅଧିନାୟକଙ୍କ ନାମରେ ୬୧୧ ରନ୍‌ ରହିଛି। ସେହିଭଳି ଡ୍ରାଭିଡ୍‌ ୧୧ ମ୍ୟାଚ୍‌ରେ ୬୨୪ ରନ୍‌ କରିଥିଲେ। ଏହି ଧାରାରେ ବର୍ତ୍ତମାନ କୋଚ୍‌ଙ୍କୁ ପଛରେ ପକାଇବା ପାଇଁ କୋହଲିଙ୍କୁ ୧୪ ରନ୍‌ ଦରକାର। ତେବେ ଏହି ଦେଶରେ ଭାରତୀୟ ବ୍ୟାଟର ଭାବେ ସଚିନ ତେନ୍ଦୁଲକର ସର୍ବାଧିକ ରନ୍‌ କରିଛନ୍ତି। ସେ ୧୫ ମ୍ୟାଚ୍‌ରେ ସର୍ବାଧିକ ୧୧୬୧ ରନ୍‌ କରିଥିଲେ।

ଦୁଇ ବର୍ଷ ହେଲା ଶତକ ଅପେକ୍ଷାରେ ଥିବା କୋହଲି ସେଞ୍ଚୁରିଆନ ଟେଷ୍ଟରେ ୩୫ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ପାଳିରେ ୧୮ ରନ୍‌ କରିଥିଲେ। ଉଭୟ ଥର ଅଫ୍‌ ଷ୍ଟମ୍ପ ବାହାର ବଲକୁ କଭର ଉପରେ ମାରିବାକୁ ଯାଇ ଧରା ପଡ଼ିଥିଲେ ଉଇକେଟ ପଛରେ।

ଏହାବାଦ୍‌ ଷ୍ଟିଭ ଓ୍ବ’ଙ୍କ ଅଧିନାୟକତ୍ୱ ରେକର୍ଡର ସମ୍ମକକ୍ଷ ହେବାର ସୁଯୋଗ ରହିଛି ୩୨ ବର୍ଷୀୟ ବ୍ୟାଟରଙ୍କ ପାଖରେ। ଏପର୍ଯ୍ୟନ୍ତ ୬୭ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା କୋହଲି ୪୦ଟି ମ୍ୟାଚ୍‌ ଜିତିଛନ୍ତି। ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ବିଜୟ ହେଲେ ସଫଳତମ ଟେଷ୍ଟ ଅଧିନାୟକଙ୍କ ତାଲିକାରେ କୋହଲି ମିଳିତ ତୃତୀୟ ସ୍ଥାନ ଅଧିକାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅସ୍ତ୍ରୋପଚାର ପରେ କାନ୍ଧରୁ ବାହାରିଲା ତୀର

ନୂଆଦିଲ୍ଲୀ,୧୧।୧- ଏମ୍ସ ଟ୍ରମା ସେଣ୍ଟରର ଡାକ୍ତରଙ୍କ ଦୀର୍ଘ ସମୟ ଅସ୍ତ୍ରୋପଚାର ପରେ ଆସାମର ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନଙ୍କ କାନ୍ଧରୁ ସଫଳତାର ସହ ତୀର ବାହାର କରି...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଇତିହାସ ରଚିଲେ ମିରାବାଇ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁ ପଦକ ଜିତିବାରେ ସଫଳ ହୋଇଛନ୍ତି। ସେ ଶନିବାର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ...

ସଫଳତା ପାଇଁ କୋହଲିଙ୍କ ଭୋକ ଅବିଶ୍ୱାସନୀୟ: ହିଟ୍‌ମ୍ୟାନ୍‌

ଆବୁଧାବି,୪।୧୧: ଅନେକ ଥର ଭାରତୀୟ ଟିମ୍‌ର ଓପନର୍‌ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଭିତରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ।...

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର...

ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: କ୍ୱାର୍ଟର ଫାଇନାଲରେ ଆଶୁତୋଷ

ଚେନ୍ନାଇ, ୩।୮(ପି.ଟି.)- ଏଠାରେ ଚାଲିଥିବା କ୍ୟୁ-ଲଙ୍ଗ୍‌ ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ୟୁ ସ୍ପୋଟର୍‌ସ ତାରକା ଆଶୁତୋଷ ପାଢ଼ୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ଅବ୍ୟାହତ...

ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…

ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍‌ରେ...

ଟେଷ୍ଟୋଷ୍ଟେରୋନ ନିୟମ: ଲମ୍ବା ଲଢେଇରେ ହାରିଲେ ସିମେନ୍ୟା

ଜେନିଭା,୧୦।୯ (ଏପି): ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ମିଡିଲ ଡିଷ୍ଟାନ୍ସ ରନର କାଷ୍ଟର ସିମେନ୍ୟା ଏକ ଲମ୍ବା ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇରେ ପରାସ୍ତ...

Advertisement
Archives

Model This Week