Posted inଖେଳ

ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିପାରିଲେ ନାହିଁ ବିରାଟ କୋହଲି: ଆଇପିଏଲ୍‌ ସାଥୀ ଖେଳାଳି କରିଦେଲେ ଫିକା

ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ କୋହଲିଙ୍କର ଆଇପିଏଲ ସାଥୀ କାଇଲ ଜେମିସନ୍‌ ତାଙ୍କ ଏହି ଦିନକୁ ସ୍ମରଣୀୟ କରିବାକୁ ଦେଇନାହାନ୍ତି। କୋହଲି ୪୪ ରନ ସ୍କୋର କରିବା ପରେ ମ୍ୟାଚ୍‌ର ତୃତୀୟ ଦିନରେ ଆଉଟ୍‌ ହୋଇଥିଲେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ମ୍ୟାଚର ତୃତୀୟ ଦିନରେ ରବିବାର ଓଦା ଗ୍ରାଉଣ୍ଡ ହେତୁ ଖେଳ ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବର୍ଷା ହେତୁ ପ୍ରଥମ ଦିନରେ ଖେଳ ଖେଳାଯାଇ ପାରି ନଥିଲା। ଦ୍ୱିତୀୟ ଦିନର ଖେଳ ଶେଷରେ ବିରାଟ କୋହଲି ୪୪ରେ ଅପରାଜିତ ରହିଥିଲେ। ତୃତୀୟ ଦିନରେ ସେ ନିଜ ଇନିଂସରେ ଗୋଟିଏ ରନ ମଧ୍ୟ ଯୋଡିପାରି ନ ଥିଲେ। ତାଙ୍କୁ କାଇଲ ଜେମସନ ଆଉଟ୍‌ କରିଥିଲେ। ବିରାଟ କୋହଲିଙ୍କ ଦଳ ଆରସିବିରୁ କାଇଲ ଜେମିସନ୍‌ ଆଇପିଏଲରେ ଖେଳନ୍ତି।
ବିରାଟ କୋହଲିଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୯୨ଟି ଟେଷ୍ଟର ୧୫୪ ଇନିଂସରେ ୭୫୩୪ ରନ ସଂଗ୍ରହ କରିଛନ୍ତି। ୨୭ ଶତକ ଏବଂ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅର୍ଥାତ୍‌ ଟେଷ୍ଟରେ ତାଙ୍କର ଅର୍ଦ୍ଧଶତକରୁ ଅଧିକ ଶତକ ଅଛି। ଅଧିନାୟକ ଭାବେ କୋହଲି ଭାରତ ପାଇଁ ସର୍ବାଧିକ ରନ ସ୍କୋରର। ମୋଟ ଉପରେ ସେ ବିଶ୍ୱର ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲି ହାରାହାରି ୫୯ରେ ଅଧିନାୟକ ଭାବରେ ୯୯ ଇନିଂସରେ ୫୪୩୬ ରନ ସଂଗ୍ରହ କରିଛନ୍ତି। ସେ ୨୦ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀ ୩୪୫୪ ରନ ସହ ଭାରତୀୟ ଅଧିନାୟକ ଭାବରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?