Posted inଖେଳ

ନୂଆ ରେକର୍ଡ କରିପାରନ୍ତି କୋହଲି, ହାତରେ ବଡ଼ ସୁଯୋଗ

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ବିଶ଼୍ବକପ୍‌ ୨୦୨୪ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ । ଏହି ସମୟ ମଧ୍ୟରେ ସେ ଲଣ୍ଡନ ଯାଇଥିଲେ । ତେବେ ପୂର୍ବରୁ କୋହଲି ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବୋଲି ଖବର ଆସିଥିଲା । ସେ ଟି-୨୦ ଇଣ୍ଟରନ୍ୟାସନାଲଲ ଫର୍ମାଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ସେ ଟେଷ୍ଟ ଏବଂ ଓଡିଆଇ ଖେଳିବା ଜାରି ରଖିବେ। ତେବେ ଆଗାକୁ ଭାରତୀୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ୱାନ୍‌ଡେ ସିରିଜ ଖେଳିବାକୁ ଯାଉଛି । କୋହଲି କେବଳ ୱାନ୍‌ଡେ ସିରିଜ୍‌ ଖେଳିବେ । ଏହି ସିରିଜ୍‌ରେ ସେ ଏକ ନୂଆ ରେକର୍ଡର ଟାର୍ଗେଟ୍‌ରେ ରହିବେ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ଭାରତର ସଚିନ ତେନ୍ଦୁଲକର । ତାଙ୍କ କ୍ୟାରିଅର୍‌ ସମୟରେ ସେ ୪୬୩ଟି ଓଡିଆଇ ମ୍ୟାଚ ଖେଳି ମୋଟ ୧୮,୪୨୬ ରନ ସ୍କୋର କରିଛନ୍ତି । ଏହାପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯିଏ କି ୪୦୪ଟି ମ୍ୟାଚ ଖେଳି ନିଜ ଓଡିଆଇ କ୍ୟାରିୟରରେ ୧୪,୨୩୪ ରନ ସ୍କୋର କରିଛନ୍ତି । ବର୍ତ୍ତମାନ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି, ସେ ଏପର୍ଯ୍ୟନ୍ତ ୨୯୨ଟି ମ୍ୟାଚରେ ୧୩୮୪୮ରନ ସଂଗ୍ରହ କରିଛନ୍ତି। ଏହାର ଅର୍ଥ ହେଉଛି ଏହି ଫର୍ମାଟରେ ୧୪ ହଜାର ରନ ପୂରଣ କରିବା ପାଇଁ ତାଙ୍କୁ ମାତ୍ର ୧୫୨ ରନ ଆବଶ୍ୟକ । ଏହି ସିରିଜ ତିନିଟି ମ୍ୟାଚ ବିଶିଷ୍ଟ ଏବଂ କୋହଲି ସମସ୍ତ ମ୍ୟାଚ ଖେଳିବେ। ତେଣୁ ଏହି ୧୪ ହଜାର ରନ୍‌ ପହଞ୍ଚିବା କଷ୍ଟସାଧ୍ୟ ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗ’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri