Posted inଖେଳ

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ବିଦେଶୀ ପିଚ୍‌ରେ ଭାରତୀୟ ବ୍ୟାଟରଙ୍କ ସଫଳତା ପାଇଁ ସଚିନ ତେନ୍ଦୁଲକର ଏକ ନୂଆ ମାନଦଣ୍ଡ ସ୍ଥାପନ କରିଥିଲେ, କିନ୍ତୁ ବିରାଟ କୋହଲି ସେହି ପ୍ରଦର୍ଶନକୁ ଆହୁରି ଉଚ୍ଚ ସ୍ତରକୁ ନେଇଥିଲେ ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରତିକ୍ରିୟା ଦେଇ ଡିଭିଲିୟର୍ସ କହିଛନ୍ତି ଯେ, ସଚିନ ପ୍ରଥମ ଖେଳାଳି ଥିଲେ ଯିଏ ପ୍ରମାଣ କରିଥିଲେ ଯେ, ଉପମହାଦେଶର ଜଣେ ବ୍ୟାଟସମ୍ୟାନ ଭାବରେ, ବାଉନ୍ସ ଏବଂ ସିମ୍ ଗତି ପ୍ରଦାନ କରୁଥିବା ପରିସ୍ଥିତିରେ ମଧ୍ୟ ଜଣେ ଭଲ ପ୍ରଦର୍ଶନ କରିପାରିବ। ବିରାଟ ସେହି ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି ଏବଂ ସ୍ତରକୁ ଆହୁରି ଉଚ୍ଚ କରିଛନ୍ତି।ଡିଭିଲିୟର୍ସ କହିଛନ୍ତି ଯେ ବିରାଟ ଓ ସଚିନଙ୍କ ପ୍ରଦର୍ଶନର ପ୍ରଭାବ ଏବେ ଅନ୍ୟ ଭାରତୀୟ ବ୍ୟାଟରଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି । କେଏଲ୍ ରାହୁଲ ଓ ଦେବଦତ୍ତ ପଡିକ୍କଲଙ୍କ ଭଳି ଖେଳାଳିମାନେ ମଧ୍ୟ ଏହି ପରମ୍ପରାକୁ ଆଗକୁ ନେଉଛନ୍ତି। ଡି’ଭିଲିୟର୍ସଙ୍କ ମତରେ, ବିଦେଶୀ ପରିସ୍ଥିତିରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନର ମାନଦଣ୍ଡ ବଦଳାଇବାରେ ବିରାଟଙ୍କ ବଡ଼ ଭୂମିକା ରହିଛି ।

ତେବେ ଡିଭିଲିୟର୍ସ କେଏଲ୍ ରାହୁଲଙ୍କ ବିଦେଶୀ ରେକର୍ଡକୁ ନେଇ ମଧ୍ୟ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ରାହୁଲଙ୍କ ବ୍ୟାଟିଂ ଟେକ୍ନିକ୍ ଅତ୍ୟନ୍ତ ମଜବୁତ ଏବଂ ସେ ଭାରତୀୟ ଦଳ ପାଇଁ ଜଣେ ବଡ଼ ସମ୍ପଦ । କିନ୍ତୁ ବିଦେଶରେ ତାଙ୍କ ହାରାହାରି ପ୍ରଦର୍ଶନ ଆଶା ଅନୁସାରେ ହୋଇନାହିଁ।ଡିଭିଲିୟର୍ସ କହିଛନ୍ତି ଯେ ବିଦେଶୀ ମାଟିରେ ନୂଆ ବଲ୍‌ର ସାମ୍ନା କରିବା ସବୁବେଳେ କଷ୍ଟକର। ପ୍ରଥମ ବଲ୍‌ରେ ଶୂନ୍ୟରେ ଆଉଟ୍ ହେବା କିମ୍ବା ନୂଆ ବଲ୍‌ର ଶିକାର ହେବାର ଆଶଙ୍କା ରହିଥାଏ। ତେଣୁ ରାହୁଲ ଯେତେବେଳେ ଭଲ ଭାବେ ସେଟ୍ ହୋଇଯାଆନ୍ତି, ସେତେବେଳେ ତାଙ୍କୁ ବଡ଼ ଇନିଂସକୁ ଆହୁରି ବଡ଼ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଡିଭିଲିୟର୍ସ ପରାମର୍ଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?