Posted inଜାତୀୟ

ସେନା ନିୟନ୍ତ୍ରଣରେ ହିଂସାପ୍ରବଣ ଅଞ୍ଚଳ

ଇମ୍ଫାଲ, ୭।୫: ମଣିପୁର ହିଂସାଜନିତ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ବୋଲି ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ସୈନ୍ୟବାହିନୀ ହିଂସାପ୍ରବଣ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଶନିବାର ଇମ୍ଫାଲ ଉପତ୍ୟକାରେ ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିଛି। ଦୋକାନ ବଜାର ଖୋଲିଥିବାବେଳେ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଶନିବାର ସକାଳେ ଇମ୍ଫାଲ ଓ ଅନ୍ୟ ସହରରେ ଦୋକାନ ବଜାର ଖୋଲିବା ସହ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ରହିଥିବା ଦେଖାଯାଇଛି। ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ରବିବାର ହେବାକୁ ଥିବା ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିକୁ ସ୍ଥଗିତ ରଖିଛି। ମଣିପୁରରେ ଯେଉଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ଥିଲା ସେମାନଙ୍କ ପାଇଁ ପରୀକ୍ଷା ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍‌ଟିଏ କହିଛି।
ଶୁକ୍ରବାର ରାତିରେ ଚୁରାଚାନ୍ଦପୁର ଜିଲାରେ ଦୁଇଟି ଏନ୍‌କାଉଣ୍ଟରରେ ୫ ଜଣ ଉଗ୍ରପନ୍ଥୀ ନିହତ ହୋଇଥିବାବେଳେ ଇଣ୍ଡିଆ ରିଜର୍ଭ ବାଟାଲିୟନର ୨ ଯବାନ ଆହତ ହୋଇଛନ୍ତି। ମୋଟ ୧୩,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ସେନା କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ଚୁରାଚାନ୍ଦପୁର ସମେତ ମୋରେହ, କାକ୍‌ଚିଙ୍ଗ ଏବଂ କାଙ୍ଗପୋକ୍‌ପି ଜିଲା ସେନାର ଦୃଢ଼ ନିୟନ୍ତ୍ରଣରେ ରହିଛି।
ଇମ୍ଫାଲ ଇଷ୍ଟ ଏବଂ ଓ୍ବେଷ୍ଟ ଜିଲାରେ ଶୁକ୍ରବାର ଏକାଧିକ ପୋଡ଼ାଜଳା ଘଟଣା ଘଟିଛି। ମଣିପୁର ହିଂସାରେ ବହୁସଂଖ୍ୟାରେ ଲୋକଙ୍କ ଜୀବନ ଯିବା ସହ ଶତାଧିକ ଆହତ ହୋଇଥିବା ଭିନ୍ନ ସୂତ୍ରରୁ ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ଅନେକ ଆଇଆଇଏମ୍‌ଏସ୍‌ ଏବଂ ଜବାହରଲାଲ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି। ବୁଧବାରଠାରୁ ମେଇତି ସମ୍ପ୍ରଦାୟ ବିରୋଧରେ ସଂଘର୍ଷ ଲାଗି ରହିଥିବାବେଳେ ରାଜ୍ୟରେ ସେନା ଏବଂ ଆସାମ ରାଇଫଲ୍ସରୁ ପାଖାପାଖି ୧୦,୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ମଣିପୁରରେ ମେଇତିମାନଙ୍କୁ ଏସ୍‌ଟି ତାଲିକାରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାକୁ ବିରୋଧ କରି ନାଗା ଓ କୁକି ସମୁଦାୟ ଆନ୍ଦୋଳନ କରୁଛନ୍ତି। ବୁଧବାର ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ ୟୁନିୟନ୍‌ ମଣିପୁର (ଏଟିଏସ୍‌ୟୁଏମ୍‌) ପକ୍ଷରୁ ‘ଟ୍ରାଇବାଲ୍‌ ସୋଲିଡାରିଟି ମାର୍ଚ୍ଚ’ର ଆୟୋଜନ କରାଯାଇଥିଲା। ହିଂସାମତ୍କ ଆନ୍ଦୋଳନର ନିଅଁା ରାଜଧାନୀ ଇମ୍ଫାଲକୁ ବ୍ୟାପିବା ପରେ ରାଜ୍ୟ ସରକାର ଉପଦ୍ରବୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri