ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ କାରବାର ମଧ୍ୟ ଚାଲିଥିବା ଅଭିଯୋଗ ହେଉଛି। ତେବେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବିଭିନ୍ନ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଗ୍ରାମବାସୀ ପୋଲିସ ଏବଂ ଅବକାରୀ ବିଭାଗ ଉପରୁ ଆସ୍ଥା ହରାଇ ଜିଲାପାଳଙ୍କୁ ଫେରାଦ ହେଉଛନ୍ତି।
ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ବିଜେପୁର ଥାନା ଅନ୍ତର୍ଗତ ତାଲପଦର ଗ୍ରାମର ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଗ୍ରାମରେ ଚାଲିଥିବା ଚୋରାମଦ କାରବାର ରୋକିବା ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବା ପାଇଁ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଉକ୍ତ ଗ୍ରାମରେ ନିଶା ନିବାରଣ ଅଭିଯାନ ଯୋଗୁ ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ଥିଲା। ମାତ୍ର ଗତ କିଛିବର୍ଷ ହେଲା ତାଲପଦର ତଥା ଆଖପାଖ ଗ୍ରାମରେ ଦେଶୀ, ବିଦେଶୀ ମଦ ସମେତ କଫ ସିରପ୍‌ କାରବାର ଅବାଧରେ ଚାଲୁଥିବାରୁ ସ୍ଥାନୀୟ ଲୋକେ ଅସୁରକ୍ଷତି ମଣୁଥିବାବେଳେ ଯୁବପିଢ଼ି ମଧ୍ୟ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଗ୍ରାମରେ ନାନା ବିଶୃଙ୍ଖଳା ଏବଂ ଅପରାଧ ବଢ଼ିଚାଲିଥିବା ଗ୍ରାମବାସୀ କହିଛନ୍ତି। ଏହି ଦୃଷ୍ଟିରୁ ତୁରନ୍ତ ଉକ୍ତ ଗ୍ରାମରେ ନିଶା କାରବର ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। କୁମୁଦିନୀ ଭୋଇ, ଅଞ୍ଜଳି ବର୍ଗେଙ୍କ ସମେତ ଅନେକ ମହିଳା ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ଜିଲାର ମେଲ୍‌ଛାମୁଣ୍ଡା ଥାନା ଅନ୍ତର୍ଗତ ଘନାମାଲ ଗ୍ରାମବାସୀ ମଧ୍ୟ ଅନୁରୂପ ଅଭିଯୋଗ କରି ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଉକ୍ତ ଗ୍ରାମରେ ଦେଶୀମଦ ରାନ୍ଧି ଗ୍ରାମର ବିଦ୍ୟାଳୟ, ମନ୍ଦିର, ରାସ୍ତାଘାଟ, ପୋଖରୀ ହିଡ଼ ଆଦି ସର୍ବସାଧାରଣ ସ୍ଥାନରେ ଅବାଧରେ ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଅଭିଯୋଗ କଲେ ସୁଦ୍ଧା ପୋଲିସ କିମ୍ବା ଅବକାରୀ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି। ତେବେ ଚୋରାମଦର କୁପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଥିବା ଯୋଗୁ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ଗ୍ରାମ୍ୟ କମିଟି ନିଷ୍ପତ୍ତି ନେଇଛି। ଫଳରେ ଏଥିରେ ସହଯୋଗ କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଗ୍ରାମର ସନ୍ତୋଷ ଗଡ଼ତିଆ, ଚୂଡ଼ାମଣି ବାରିକ ପ୍ରମୁଖ ଦାବିପତ୍ର ଦେବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ କେବଳ ଉପରୋକ୍ତ ୨ ଗ୍ରାମ ନୁହେଁ, ଜିଲାର ଅଧିକାଂଶ ଗ୍ରାମରେ ଖୋଲାଖୋଲି ନିଶା କାରବାର ଚାଲିଛି। ନିଶାଜନିତ ଅପରାଧ ମଧ୍ୟ ବଢୁଛି। ଏହାସତ୍ତ୍ୱେ ଏଥିପ୍ରତି ପୋଲିସ ଏବଂ ଅବକାରୀ ବିଭାଗ ଆଖିବୁଜି ଦେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଉଭୟ ବିଭାଗର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଥୁଆମୂଳ ରାମପୁରରେ ‘ୟୁଭିଏ’ର ସୌଜନ୍ୟମୂଳକ ସାକ୍ଷାତ: ଜେଏମ୍ଏଫ୍ସି ବିଚାରପତିଙ୍କ ସହ ସାମାଜିକ-ଆଇନଗତ ସମସ୍ୟା ଉପରେ…

ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ନିୟମିତ ଆବର୍ଜନା ଉଠା ନଗଲେ ଆନ୍ଦୋଳନ: ଟ୍ରାକ୍ଟରରେ ଯାଇ ସ୍ମାରକପତ୍ର ପ୍ରଦାନ, ୧୦ଦିନ ମଧ୍ୟରେ…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ରାସ୍ତାକଡ଼, ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri