ମହାନଦୀ କୂଳରେ ବିରାଜିତ ମା’ ମନସା,୩୦ ବର୍ଷ ଧରି ଅକାଳ ବୋଧନ ପୂଜା; ଧର୍ମ ନିକିତିରେ ତଉଲ ହୁଅନ୍ତି ମାନସିକଧାରୀ

ମହାକାଳପଡ଼ା, ୨୮/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍‌ର ଉପକୂଳବର୍ତ୍ତୀ ରାମନଗର ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଥିବା କ୍ଷୁଦ୍ର ପଲ୍ଲୀ ପିତାପାଟ ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ଅକାଳ ବୋଧନ ମା’ ମନସା ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ସର୍ପଦେବୀ ମା’ ମନସାଙ୍କ ଏହି ପୂଜା ଅଞ୍ଚଳରେ ଏକ ସ୍ୱତନ୍ତ୍ର ଧାର୍ମିକ ପରମ୍ପରା ଭାବେ ପରିଚିତ। ଏଠାରେ ମାନସିକଧାରୀମାନେ ଧର୍ମ ନିକିତିରେ ତଉଲ ହୋଇ ମା’ଙ୍କ ନିକଟରେ ନିଜର ମାନସିକ ପୂରଣ କରିଥାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୩୦ ବର୍ଷ ପୂର୍ବେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି, ଶନିବାର ଦିନ ଏହି ଗ୍ରାମରେ ଏକ ଅଘଟଣ ଘଟିଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ମାତ୍ର ଦୁଇ ଦିନ ମଧ୍ୟରେ ଦୁଇଟି ପରିବାରର ପାଞ୍ଚ ଜଣ ସଦସ୍ୟ ସର୍ପଦଂଶନରେ ଅକାଳ ମୃତ୍ୟୁବରଣ କରିଥିଲେ। ଏହି ଦୁଃଖଦ ଘଟଣା ବିଜୁଳି ବେଗରେ ଚାରିଆଡ଼େ ପ୍ରଚାରିତ ହୋଇଥିଲା। ଭୟରେ ଗାଁ ଲୋକେ ଘରେ ତାଟିକବାଟ ପକାଇ ରହୁଥିଲେ। ଦିନ ଦ୍ୱିପ୍ରହରରେ ମଧ୍ୟ ଗାଁ ଦାଣ୍ଡ ଶୂନଶାନ ହୋଇଯାଉଥିଲା।

ଏଭଳି ଅଘଟଣ କାହିଁକି ଘଟିଲା, ତାହାକୁ ନେଇ ଗ୍ରାମର କେତେକ ମୁରବୀ ଆଲୋଚନା କରିବା ସହ ପଣ୍ଡିତମାନଙ୍କ ସହ ପରାମର୍ଶ କରିଥିଲେ। ପଣ୍ଡିତମାନଙ୍କ ପରାମର୍ଶ ଅନୁଯାୟୀ, ସର୍ପଦେବୀ ମା’ଙ୍କ କୋପ ଯୋଗୁଁ ଏଭଳି ଘଟଣା ଘଟିଥିବା ବିଶ୍ୱାସ କରାଯାଇଥିଲା। ଏହାର ପ୍ରତିକାର ସ୍ୱରୂପ ନିର୍ଦ୍ଦିଷ୍ଟ ଦିନରେ ମା’ଙ୍କୁ ପୂଜା କଲେ ମା’ ସନ୍ତୁଷ୍ଟ ହେବେ ଏବଂ ଭବିଷ୍ୟତରେ ଏଭଳି ଅଘଟଣ ଘଟିବ ନାହିଁ ବୋଲି ପରାମର୍ଶ ଦିଆଯାଇଥିଲା।

ସେହିଦିନଠାରୁ ଗ୍ରାମମୁଣ୍ଡ ମହାନଦୀ କୂଳରେ ଅକାଳ ବୋଧନ ମା’ ମନସା ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା। ଆଜି ମଧ୍ୟ ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି।

ପରିବାରର ମଙ୍ଗଳ, ସନ୍ତାନସନ୍ତତିଙ୍କ ସୁସ୍ଥତା ଓ ଶିଶୁମାନଙ୍କ ଆରୋଗ୍ୟ କାମନା କରି ମାନସିକଧାରୀମାନେ ମା’ଙ୍କ ନିକଟରେ ମାନସିକ କରିଥାନ୍ତି। ଏହି ପୀଠରେ ଧର୍ମ ନିକିତିରେ ମାନସିକଧାରୀମାନଙ୍କୁ ତଉଲ କରାଯାଏ। ନିକିତିର ଗୋଟିଏ ପାର୍ଶ୍ୱରେ ମାନସିକଧାରୀ ଏବଂ ଅନ୍ୟ ପାର୍ଶ୍ୱରେ ସମାନ ପରିମାଣର ଫଳ, ନଡ଼ିଆ, କଦଳୀ, ଚିନିରେ ପ୍ରସ୍ତୁତ ବାତସା ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ରଖାଯାଇଥାଏ। ଏଥିସହ ଭକ୍ତମାନେ ମା’ଙ୍କ ଗଳାରେ ଟଙ୍କାର ହାର ମଧ୍ୟ ଅର୍ପଣ କରିଥାନ୍ତି।

ମା’ଙ୍କ ପୀଠରେ ୫୧ଟି ମୃଣ୍ମୟୀ ମୂର୍ତ୍ତି ବିରାଜମାନ କରୁଥିବା ଦେଖିବାକୁ ମିଳେ। ମା’ଙ୍କ ମସ୍ତକରେ ଅଷ୍ଟନାଗ ଭାବେ ଅନନ୍ତ, ବାସୁକୀ, ପଦ୍ମ, ମହାପଦ୍ମ, କୁଳିକ, ଶଙ୍ଖ, ତକ୍ଷକ ଓ କର୍କଟ ପ୍ରମୁଖ ନାଗଦେବତା ବିରାଜିତ ଅଛନ୍ତି। ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ଏହି ନାଗଦେବତାମାନେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ମା’ଙ୍କ ପୂଜା ଆରମ୍ଭ ହେବା ପରଠାରୁ ଗ୍ରାମରେ ଆଉ କୌଣସି ଅଘଟଣ ଘଟିନାହିଁ ବୋଲି ଆୟୋଜକମାନେ ଦାବି କରିଛନ୍ତି। ଏହି ବିଶ୍ୱାସ ଓ ଆସ୍ଥାକୁ ନେଇ ପ୍ରତିବର୍ଷ ମା’ଙ୍କ ଦର୍ଶନ ପାଇଁ ଗ୍ରାମରେ ଭକ୍ତଙ୍କ ଭିଡ଼ ଜମିଥାଏ।

ମା’ଙ୍କ ଦର୍ଶନ ପାଇଁ କୋଲକାତା, ବାଲେଶ୍ୱର, ରାଜନଗର, ପାରାଦ୍ୱୀପ, କୁଜଙ୍ଗ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ମା’ଙ୍କ ଅଲୌକିକ କିମ୍ବଦନ୍ତୀକୁ ଆଧାର କରି କୋଲକାତାରୁ ବଙ୍ଗୀୟ ଓ ଓଡ଼ିଆ ଯାତ୍ରାଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଏ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି।

ଗ୍ରାମର ଆବାଳବୃଦ୍ଧବନିତା ଏହି ପୂଜା ଓ ମେଳାରେ ମିଳିମିଶି ସହଯୋଗ କରୁଥିବା ବେଳେ, ମା’ ମନସାଙ୍କ ପୀଠ ଆଜି ଅଞ୍ଚଳର ଏକ ପ୍ରମୁଖ ଆସ୍ଥା ଓ ଭକ୍ତିର କେନ୍ଦ୍ର ପାଲଟିଛି।

ଫଟୋ: ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ମହାନଦୀ କୂଳ ପିତାପାଟ ଗ୍ରାମରେ ଅନୁଷ୍ଠିତ ମା’ ମନସାଙ୍କ ଅକାଳ ବୋଧନ ପୂଜା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …

ମୋହନା,୨୮।୧୧( ମନ୍ମଥ ମିଶ୍ର ): ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମାଉସୀ ଘରକୁ ଯାଉଥିବା ବେଳେ କାନକଟା ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ…

ଅଣ୍ଡର-୧୯ ଏସିଆ କପ ପାଇଁ ଦଳ ଘୋଷଣା କଲା BCCI ; ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୮।୧୧: BCCI ଅଣ୍ଡର-19 ମହିଳା ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ମହିଳା ଚୟନ କମିଟି ଭାବିକା ଆହିରେଙ୍କୁ ଅଧିନାୟିକା ଏବଂ ଅନାଦି ତାଗଡେଙ୍କୁ…

ଦିବ୍ୟାଙ୍ଗ ହାତରେ ଧରିବେ ଉଦ୍ୟୋଗର ମଶାଲ, ମହମବତୀ ତିଆରିରେ ନେଲେ ତାଲିମ

କର୍ଲାମୁଣ୍ଡା, ୨୮/୧୧ (ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ରେଗଡ଼ା ପଞ୍ଚାୟତ ଅନ୍ତର୍ଗତ…

ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା: ଅଧିକାରୀଙ୍କ ଅନୁପସ୍ଥିତି ଓ ‘କୁକୁଡ଼ା ବିହୀନ ଘର’ ନେଇ ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ୍ ଆବେଦନ ଦାବି

ଥୁଆମୂଳ ରାମପୁର, ୨୮/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ୍‌ଠାରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ…

ତଦନ୍ତକୁ ଯାଇଥିଲେ IIC, ଗାଁରେ ହେଲା ମରଣାନ୍ତକ ଆକ୍ରମଣ

କଣାସ,୨୮।୧୧: ତଦନ୍ତ ପାଇଁ ଗାଁକୁ ଯାଇଥିବା ବେଳେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ ଜିଲା କଣାସ ଅଞ୍ଚଳର ଗଡ଼ିସାଗଦା ଥାନା IIC ଦିଲୀପ ଧଳ ଆକ୍ରମଣର…

ସିରାଜ ବାଦ, ବୁମରାଙ୍କ ପ୍ରତ୍ୟାବର୍ତ୍ତନ? ଶ୍ରୀଲଙ୍କା ବିପକ୍ଷରେ ଭାରତର ସମ୍ଭାବ୍ୟ ଦିନିକିଆ ଦଳ ଉପରେ ନଜର ପକାନ୍ତୁ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଅଛି, ଯେଉଁଠାରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଚାଲିଛି। ଏହି ସିରିଜ ଶେଷ ହେବା ପରେ…

ଠାକୁର ମଦନମୋହନ ସ୍ବାମୀଙ୍କ ସମ୍ପତ୍ତି ସୁରକ୍ଷାରେ ଐତିହାସିକ ବିଜୟ, ମନ୍ଦିର କମିଟିକୁ ଫେରିଲା ଜବରଦଖଲ ଜମି

ଗଞ୍ଜାମ,୨୮ା୧୧(ବିଦ୍ୟାଧର ସାହୁ): ଦୀର୍ଘ ୫୦ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ସହରର ବ୍ରାହ୍ମଣ ଢମଣା ସାହିସ୍ଥିତ ମହାପ୍ରଭୁ ଶ୍ରୀ ମଦନମୋହନ ସ୍ବାମୀଙ୍କ ୬୦୦ ଡେସିମିଲି (ତିନି…

ବୈଭବ ସୂର୍ଯ୍ୟବଂଶୀଙ୍କ ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ରନ ସଂଗ୍ରହ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି ଏହି ବ୍ୟାଟର, ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୧: ଆଜିକାଲି, ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲ (IPL) ହେଉ, ଆନ୍ତର୍ଜାତୀୟ କ୍ରିକେଟ ହେଉ କିମ୍ବା ଅଣ୍ଡର-୧୯ (Under-19)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?