ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ମନା କରୁଛନ୍ତି ଗ୍ରାମବାସୀ

ପଟ୍ଟାଙ୍ଗୀ,୧୨ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମବାସୀ ଆନ୍ଧ୍ର ସହ ଅଛୁ ଓ ରହିବୁ ବୋଲି ମତ ଦେଇଛନ୍ତି। ଏପରିକି ଆଗାମୀ ଦିନରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶାର ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମେ ୧୦ ଖଣ୍ଡ ଗ୍ରାମର ଲୋକ ଭୋଟଦେବୁ ନାହିଁ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆମକୁ ଯେପରି ସହଯୋଗ କରାଯାଉଛି ସେହିପରି ସହଯୋଗ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଉନାହିଁ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବାରୁ ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ତଥା ସ୍ଥାନୀୟ ବ୍ଲକ ପ୍ରଶାସନ ଆମମାନଙ୍କ ନିକଟରେ ବାରମ୍ବାର ପହଞ୍ଚି ବିଭିନ୍ନ ପ୍ରତିଶ୍ରୁତି ଦେଉଛି। ଏହିପରି ମତ ରଖିଛନ୍ତି କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମର ସୋଢା ପେଲି ବିଶୁଙ୍କ ସମେତ ଅନ୍ୟମାନେ।

ଆନ୍ଧ୍ରର ସାଲୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ସେମାନେ ଉପସ୍ଥିତ ଗଣମାଧ୍ୟମ ନିକଟରେ ଏହା କହିଛନ୍ତି। ଗ୍ରାମବାସୀଙ୍କ ମତାମତର ତଦନ୍ତ ହେବାର ଆବଶ୍ୟକତା ରହିଛି। ଏହା ଯଦି ସତ୍ୟ ହୋଇଥାଏ ବେଳହୁଁ ସମାଧାନ ରହିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଏବଂ ପଟ୍ଟାଙ୍ଗୀ ବ୍ଲକ ସଭାପତି ଶରତ କୁମାର ଧଳ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ, ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସେଠାରେ ହୋଇଛି। କିଛି କାମ ମଧ୍ୟ ନିର୍ମାଣାଧୀନ ରହିଛି। ସୀମାନ୍ତ ଲୋକଙ୍କ ପ୍ରତ୍ୟେକ ସମସ୍ୟା ଉପରେ ବ୍ଲକ ପ୍ରଶାସନ ଦୃଷ୍ଟି ରଖିଛି। ମଙ୍ଗଳବାର ଘଟଣା ଉପରେ ଆମେ ଗୁରୁତ୍ୱ ଦେବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳଙ୍କ ପିତାଙ୍କ ଦେହାନ୍ତ

କଟକ ଅଫିସ, ୭।୪- ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି।...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଡ୍ରାଇଭର କହିଲେ ଏଭଳି କଥା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ...

କୃଷି ଆଇନ ପ୍ରତ୍ୟାହାର ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ କୃଷକ ସଂଗଠନ

ଛତ୍ରପୁର,୧୪।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ...

ଉଦ୍‌ଘାଟିତ ହେଲା ଦ୍ୱିତୀୟ ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୨ା୪-ଗଞ୍ଜାମ-ଗଜପତି ସମବାୟ ଦୁଗ୍ଧ ଉପତ୍ାଦକ ସଂଘ ପକ୍ଷରୁ ଗଞ୍ଜାମ ଜିଲାର ଦ୍ୱିତୀୟ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ୍‌ ମିଶ୍ରିତ ଏଟିଏମ୍‌ ଗୁରୁବାର ବ୍ରହ୍ମପୁର ତୁଳସୀନଗର...

ମା’ ସମ୍ମୁଖରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତ, ୪ ଗିରଫ

ବଲାଙ୍ଗୀର ଅଫିସ,୧୯ା୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳୁ ସୁଦପଡ଼ା ନିବାସୀ ଅଜୁ ଦୋରା (୨୫)ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା...

୯ କାଉନସିଲର ପ୍ରାର୍ଥୀପତ୍ର ନାକଚ

ଧାମନଗର,୧୦ା୩: ନୂଆ କରି ଗଠିତ ଧାମନଗର ଏନ୍‌ଏସି ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅଧ୍ୟକ୍ଷ ପଦ ପାଇଁ କୌଣସି ନାମାଙ୍କନ...

ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍‌

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି...

ଭୋଟ ବର୍ଜନ ନିଷ୍ପତ୍ତି

ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ...

Advertisement
Archives

Model This Week