ଜଳକଷ୍ଟ ଭୋଗୁଛନ୍ତି ଶୂଳିଆକୋଲନି ଗ୍ରାମବାସୀ

କୋରୁକୋଣ୍ଡା ୨୬।୦୫(ଡି.ଏନ. ଏ): ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ଶୂଳିଆକୋଲନି ଗ୍ରାମବାସୀ। ଉକ୍ତ ଗ୍ରାମଟି ମାଲକାନଗିଋ ଜିଲା ସଦରଠାରୁ କୋରୁକୋଣ୍ଡା ବ୍ଲକ ସଦରକୁ ଆସିବା ମୁଖ୍ୟ ରାସ୍ତା କଡରେ ଅବସ୍ଥିତ। କେବେ ମୁନ୍ଦାଏ ପାଣି ପାଇଁ ନଦୀ ନାଳରୁ ଚୁଆଁ ପାଣି ପିଉଛନ୍ତି ତ କେବେ କୂଅରୁ ପାଣି ପିଇବାକୁ ପଡୁଛି। ବିଶୁଦ୍ଧ ପାଣି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ସବୁଥିରୁ ନିରାଶ ହେଉଛନ୍ତି। ବହୁ ଅଭିଯୋଗ ପରେ ସରକାରଙ୍କ ତରଫରୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ପ୍ରତ୍ୟେକ ଗ୍ରାମରେ ନଳକୂପ ଦ୍ୱାରା ପାଣି ଯୋଗାଇ ଦିଆଯାଇଥିଲା । ପରେ ବହୁ ନଳକୂପ ଅଚଳ ହୋଇଯାଇଥିଲା। ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବା ନେଇ ସରକାରଙ୍କ ନଜରକୁ ଆସିବା ପରେ ବହୁ ଅର୍ଥ ବ୍ୟୟରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପରେ ଷ୍ଟାଣ୍ଡ ପୋଷ୍ଟ କରି ଗ୍ରାମବାସୀଙ୍କୁ ଜଳ ଯୋଗାଣ ଆରମ୍ଭ କରାଯାଇଥିଲା । ଏତେସବୁ ଯୋଜନା ପରେ ମଧ୍ୟ ଆଜି ବି ଲୋକେ ପାଣି ପାଇଁ ଖରାରେ ନଳକୂପ ଆଗରେ ଧାଡିବାନ୍ଧି ଠିଆ ହେଉଛନ୍ତି।
ସୂଚନାଯୋଗ୍ୟ, ଶୂଳିଆକୋଲନି ଗ୍ରାମରେ ମୋଟ ୨୫ରୁ ଉର୍ଦ୍ଧ ପରିବାରର ପ୍ରାୟ ୨୪୦ଜଣ ସଦସ୍ୟରୁ ଉର୍ଦ୍ଧ ଲୋକେ ବାସକରନ୍ତି । ୨୪୦ଜଣ ଲୋକଙ୍କ ପାଇଁ ମାତ୍ର ୨ଗୋଟି ନଳକୂପ ବହୁଦିନ ଧରି ଜଳ ଯୋଗାଇ ଆସୁଥିଲା । ସ୍ଥାନୀୟ ପ୍ରଶାନଙ୍କୁ ବାରମ୍ବାର ନିବେଦନ ପରେ ବର୍ଷେ ପୂର୍ବେ ଉକ୍ତ ଗ୍ରାମକୁ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସରକାରଙ୍କ ତରଫରୁ ଯୋଗାଇ ଦେବା ସହିତ ପାଞ୍ଚ ଗୋଟି ଷ୍ଟାଣ୍ଡ ପୋଷ୍ଟ ଯୋଗାଇ ଦିଆଯାଇଥିଲା। ହଲେ ଉକ୍ତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କ୍ଷମ ହେବାର ବର୍ଷକ ମଧ୍ୟରେ ଦୁଇଥର କୌଣସି କାରଣ ବଶତଃ ଅଚଳ ହୋଇଯିବାରୁ ସ୍ଥାନୀୟ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିବାରୁ ମରାମତି କରିଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ମାସେରୁ ଉର୍ଦ୍ଧ ହେବ ପ୍ରକଳ୍ପ ଅଚଳ ପଡିଥିଲେ ମଧ୍ୟ ଅଧିକାରୀଙ୍କୁ ଯେତେ କହିଲେବି କେହି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ।
ଏବେ ସାରାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଖରା ସାଙ୍ଗକୁ ଗୁଳୁଗୁଳି ବଢୁଥିବା ବେଳେ ମୁନ୍ଦାଏ ପିଇବା ପାଣି ପାଇଁ ଗ୍ରାମବାସୀଙ୍କ ଭରସା ସେହି ପୁରୁଣା ନଳକୂପ ବୋଲି ଗ୍ରାମବାସୀ ଦୁଃଖ ଭରା କଣ୍ଠରେ କହିବା ସହ ପ୍ରଶାସନର ଖାମଖିଆଲି ମନୋଭାବ ଓ ନିମ୍ନ ମାନର ଯନ୍ତ୍ର ପାତି ବ୍ୟବହାର ପାଇଁ ଉକ୍ତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ବାରମ୍ବାର ଅଚଳ ହୋଇପଡୁଛି ବୋଲି ଲକ୍ଷ୍ମୀ ଖରା, କୁସୁମା ଖିଲ, ଲକ୍ଷ୍ମୀ ର୍କିଷାନୀ, ହରିବାଲା ପୂଜାରୀ,
ଗୌ ଖରଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri