ଗାଁ-ଘର୍‌ଫେରା ତିହାର୍‌

ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଓଡିଶାର ପଶ୍ଚିମ ପ୍ରାନ୍ତ ବା କୋଶଳାଞ୍ଚଳରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଗଣପର୍ବ ନୂଅଁାଖାଇ। ବହୁ ଦିଗରୁ ଏହା ଏକ ଅନନ୍ୟ ପର୍ବ ବା ତିହାର୍‌। ମୁଖ୍ୟତଃ ଏହା ଏକ କୃଷିପର୍ବ ହୋଇଥିଲେ ମଧ୍ୟ ପରମ୍ପରା କ୍ରମେ ଏହା ପଶ୍ଚିମ ଓଡିଶାବାସୀଙ୍କ ସାମାଜିକ ଏବଂ ସାଂସ୍କୃତିକ ପରିଚିତିର ତିହାର୍‌ ପାଲଟି ଯାଇଛି। ଭାଦ୍ରବ ମାସରେ ଆସେ ନୂଅଁାଖାଇ ତିହାର୍‌। ଅଁାଟ୍‌, ମାଲ୍‌, ବେର୍ଣ୍ଣା ଭଳି ଉଚ୍ଚ ଜମିରେ କମ୍‌ ଅବଧିର ଧାନଚାଷ କରାଯାଏ। ସରିଅଁା ଧାନ୍‌ ଏହି କିସମ୍‌ର ଧାନ ମଧ୍ୟରୁ ଅନ୍ୟତମ। କଥାରେ ଅଛି- ଭୁଦୋ ମାସର୍‌ ଖରା, ବାଘ ନାଇଁ ଖାଏ ଚରା। ଏଭଳି ଏକ କଷ୍ଟସାଧ୍ୟ ସମୟରେ ଚାଷୀ ମୁହଁରେ ହସ ଭରିଦିଏ କ୍ଷେତରେ ଲହସି ଉଠୁଥିବା ଧାନକେଣ୍ଡା। ଚାଷୀ ପ୍ରଥମ ଅନ୍ନକୁ ଇଷ୍ଟଦେବୀ, ଗ୍ରାମ ଦେବାଦେବୀ ଏବଂ ପୂର୍ବପୁରୁଷଙ୍କୁ ଅର୍ପଣ କରେ। ପରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ନୂଅଁା ଅନ୍ନ ବା ନୂଅଁାକୁଣ୍ଡା ସେବନ କରନ୍ତି। ପରିବାରରେ ବଡ ମାନଙ୍କୁ ଛୋଟମାନେ ମୁଣ୍ଡିଆ ମାରି ସମ୍ମାନ ଓ ଭକ୍ତି ପ୍ରକାଶ କରନ୍ତି। ବଡମାନେ ସ୍ନେହ ଓ ଆଶୀର୍ବାଦ ଅଜାଡି ଦିଅନ୍ତି। ପରେ ଆରମ୍ଭ ହୁଏ ଜୁହାର୍‌ ଭେଟ୍‌ ପର୍ବ।
ନୂଅଁାଖାଇ ବାସ୍ତବରେ ଏକ ଆକର୍ଷଣର ତିହାର୍‌। ଯେତେ ଦୂରଦୂରାନ୍ତରରେ ଥିଲେ ମଧ୍ୟ ପରିବାର ଲୋକେ ନୂଅଁାଖାଇ ପାଇଁ ଗଁା ଓ ଘର ମୁହଁା ହୁଅନ୍ତି। ଘରକୁ, ଗାଁକୁ ଫେରିବାକୁ ଯେମିତି ବ୍ୟାକୁଳ ହୁଅନ୍ତି। ଏଣୁ ନୂଅଁାଖାଇକୁ ଗଁା ଓ ଘର ଫେରା ତିହାର୍‌ ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ନିଜ ଗାଁ ଓ ସହରକୁ ପ୍ରାୟ ସମସ୍ତେ ଫେରୁଥିବାରୁ ପିଲାଦିନର ସାଙ୍ଗସାଥୀ, ଭାଇବନ୍ଧୁଙ୍କ ଏହା ଏକ ମହାମିଳନ ପର୍ବ ହୋଇଥାଏ। ଗାଁ ଓ ଘର ଚଳଚଞ୍ଚଳ ହୋଇଉଠେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୀତର ଆସର ଜମେ। ଭାଦ୍ରବର ତୀକ୍ଷ୍ମ ଖରା ଭଳି ଝଲସି ଉଠେ ମାନବୀୟ ସମ୍ବେଦନ। ଧାନ କିଆରିରେ ଲହସୁ ଥାଏ ନୂଆକେଣ୍ଡା ଧରିଥିବା ଧାନଗଛ। ଠିକ୍‌ ସେହିପରି ମଣିଷର ଭାବୋଚ୍ଛ୍ବାସରେ ଲହସୁ ଥାଏ ଘର, ଗାଁ ରାସ୍ତାଘାଟ। ମଣିଷ କର୍ମମୁଖର ହୋଇ ଯେଉଁଠି ଥିଲେ ବି ଜନ୍ମମାଟି, ଘର, ଗାଁକୁ ଯେ ଭୁଲିପାରେ ନାହିଁ ଏହି ଅନୁଭବ ଦେଇଥାଏ ନୂଅଁାଖାଇ।
ସମୟ ବଦଳୁଛି। ତା’ ସହ ବଦଳୁଛି ଆଚାର, ବ୍ୟବହାର, ପ୍ରଥା, ପରମ୍ପରା ଓ ସଂସ୍କୃତି। ବିଭିନ୍ନ କାରଣରୁ ଅନେକ ଲୋକ ଆଉ ଗାଁକୁ ଫେରୁନାହାନ୍ତି। କର୍ମସ୍ଥଳରେ କିମ୍ବା କେଉଁ ଏକ ବଡ ସହରରେ ଘରଟିଏ କରି ରହିଯାଉଛନ୍ତି। ଅନେକଙ୍କର ଇଚ୍ଛା ଥିଲେ ବି ପରିସ୍ଥିତି ଚାପରେ ପଡି ଗାଁକୁ ଆଉ ଫେରିପାରୁ ନାହାନ୍ତି। ସମୟର ଧାବମାନ ସ୍ରୋତରେ ମଣିଷ ସହ ପ୍ରଥା ପରମ୍ପରା ବି ବଦଳି ଚାଲିଛି। ହେଲେ ନୂଅଁାଖାଇ ତିହାର୍‌ର ମୌଳିକତା ନଷ୍ଟ ହୋଇନାହିଁ। ଆଜିବି ଏହା ଏକ ଅନନ୍ୟ ଆକର୍ଷଣର ପର୍ବ ହୋଇ ଆସିରହିଛି।
– ବୀରେନ୍ଦ୍ର କୁମାର ଝାଙ୍କର, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍‌କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri