ଗାଁ-ଘର୍‌ଫେରା ତିହାର୍‌

ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଓଡିଶାର ପଶ୍ଚିମ ପ୍ରାନ୍ତ ବା କୋଶଳାଞ୍ଚଳରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଗଣପର୍ବ ନୂଅଁାଖାଇ। ବହୁ ଦିଗରୁ ଏହା ଏକ ଅନନ୍ୟ ପର୍ବ ବା ତିହାର୍‌। ମୁଖ୍ୟତଃ ଏହା ଏକ କୃଷିପର୍ବ ହୋଇଥିଲେ ମଧ୍ୟ ପରମ୍ପରା କ୍ରମେ ଏହା ପଶ୍ଚିମ ଓଡିଶାବାସୀଙ୍କ ସାମାଜିକ ଏବଂ ସାଂସ୍କୃତିକ ପରିଚିତିର ତିହାର୍‌ ପାଲଟି ଯାଇଛି। ଭାଦ୍ରବ ମାସରେ ଆସେ ନୂଅଁାଖାଇ ତିହାର୍‌। ଅଁାଟ୍‌, ମାଲ୍‌, ବେର୍ଣ୍ଣା ଭଳି ଉଚ୍ଚ ଜମିରେ କମ୍‌ ଅବଧିର ଧାନଚାଷ କରାଯାଏ। ସରିଅଁା ଧାନ୍‌ ଏହି କିସମ୍‌ର ଧାନ ମଧ୍ୟରୁ ଅନ୍ୟତମ। କଥାରେ ଅଛି- ଭୁଦୋ ମାସର୍‌ ଖରା, ବାଘ ନାଇଁ ଖାଏ ଚରା। ଏଭଳି ଏକ କଷ୍ଟସାଧ୍ୟ ସମୟରେ ଚାଷୀ ମୁହଁରେ ହସ ଭରିଦିଏ କ୍ଷେତରେ ଲହସି ଉଠୁଥିବା ଧାନକେଣ୍ଡା। ଚାଷୀ ପ୍ରଥମ ଅନ୍ନକୁ ଇଷ୍ଟଦେବୀ, ଗ୍ରାମ ଦେବାଦେବୀ ଏବଂ ପୂର୍ବପୁରୁଷଙ୍କୁ ଅର୍ପଣ କରେ। ପରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ନୂଅଁା ଅନ୍ନ ବା ନୂଅଁାକୁଣ୍ଡା ସେବନ କରନ୍ତି। ପରିବାରରେ ବଡ ମାନଙ୍କୁ ଛୋଟମାନେ ମୁଣ୍ଡିଆ ମାରି ସମ୍ମାନ ଓ ଭକ୍ତି ପ୍ରକାଶ କରନ୍ତି। ବଡମାନେ ସ୍ନେହ ଓ ଆଶୀର୍ବାଦ ଅଜାଡି ଦିଅନ୍ତି। ପରେ ଆରମ୍ଭ ହୁଏ ଜୁହାର୍‌ ଭେଟ୍‌ ପର୍ବ।
ନୂଅଁାଖାଇ ବାସ୍ତବରେ ଏକ ଆକର୍ଷଣର ତିହାର୍‌। ଯେତେ ଦୂରଦୂରାନ୍ତରରେ ଥିଲେ ମଧ୍ୟ ପରିବାର ଲୋକେ ନୂଅଁାଖାଇ ପାଇଁ ଗଁା ଓ ଘର ମୁହଁା ହୁଅନ୍ତି। ଘରକୁ, ଗାଁକୁ ଫେରିବାକୁ ଯେମିତି ବ୍ୟାକୁଳ ହୁଅନ୍ତି। ଏଣୁ ନୂଅଁାଖାଇକୁ ଗଁା ଓ ଘର ଫେରା ତିହାର୍‌ ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ନିଜ ଗାଁ ଓ ସହରକୁ ପ୍ରାୟ ସମସ୍ତେ ଫେରୁଥିବାରୁ ପିଲାଦିନର ସାଙ୍ଗସାଥୀ, ଭାଇବନ୍ଧୁଙ୍କ ଏହା ଏକ ମହାମିଳନ ପର୍ବ ହୋଇଥାଏ। ଗାଁ ଓ ଘର ଚଳଚଞ୍ଚଳ ହୋଇଉଠେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୀତର ଆସର ଜମେ। ଭାଦ୍ରବର ତୀକ୍ଷ୍ମ ଖରା ଭଳି ଝଲସି ଉଠେ ମାନବୀୟ ସମ୍ବେଦନ। ଧାନ କିଆରିରେ ଲହସୁ ଥାଏ ନୂଆକେଣ୍ଡା ଧରିଥିବା ଧାନଗଛ। ଠିକ୍‌ ସେହିପରି ମଣିଷର ଭାବୋଚ୍ଛ୍ବାସରେ ଲହସୁ ଥାଏ ଘର, ଗାଁ ରାସ୍ତାଘାଟ। ମଣିଷ କର୍ମମୁଖର ହୋଇ ଯେଉଁଠି ଥିଲେ ବି ଜନ୍ମମାଟି, ଘର, ଗାଁକୁ ଯେ ଭୁଲିପାରେ ନାହିଁ ଏହି ଅନୁଭବ ଦେଇଥାଏ ନୂଅଁାଖାଇ।
ସମୟ ବଦଳୁଛି। ତା’ ସହ ବଦଳୁଛି ଆଚାର, ବ୍ୟବହାର, ପ୍ରଥା, ପରମ୍ପରା ଓ ସଂସ୍କୃତି। ବିଭିନ୍ନ କାରଣରୁ ଅନେକ ଲୋକ ଆଉ ଗାଁକୁ ଫେରୁନାହାନ୍ତି। କର୍ମସ୍ଥଳରେ କିମ୍ବା କେଉଁ ଏକ ବଡ ସହରରେ ଘରଟିଏ କରି ରହିଯାଉଛନ୍ତି। ଅନେକଙ୍କର ଇଚ୍ଛା ଥିଲେ ବି ପରିସ୍ଥିତି ଚାପରେ ପଡି ଗାଁକୁ ଆଉ ଫେରିପାରୁ ନାହାନ୍ତି। ସମୟର ଧାବମାନ ସ୍ରୋତରେ ମଣିଷ ସହ ପ୍ରଥା ପରମ୍ପରା ବି ବଦଳି ଚାଲିଛି। ହେଲେ ନୂଅଁାଖାଇ ତିହାର୍‌ର ମୌଳିକତା ନଷ୍ଟ ହୋଇନାହିଁ। ଆଜିବି ଏହା ଏକ ଅନନ୍ୟ ଆକର୍ଷଣର ପର୍ବ ହୋଇ ଆସିରହିଛି।
– ବୀରେନ୍ଦ୍ର କୁମାର ଝାଙ୍କର, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri