ଗାଁ ଆମ୍ବ ପସରା: ଆମ୍ରପଲ୍ଲୀ ଆମ୍ବର ଚାହିଦା ଅଧିକ

ରାୟଗଡ଼ା, ୧୧।୬(ସ୍ବ.ପ୍ର.): ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର କୃଷକଙ୍କ ଦ୍ୱାରା ଉପତ୍ାଦିତ ହୋଇଥିବା ଆମ୍ବକୁ ସୁବିଧାରେ ବଜାରରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ରାୟଗଡ଼ା, ଜେକେପୁରଠାରେ ଗାଁ ଆମ୍ବ ପସରା ଖୋଲାଯାଇଥିଲା। ମଙ୍ଗଳବାରଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଶନିବାର ପର୍ଯ୍ୟନ୍ତ ଚାଲିଥିଲା। ୫ ଦିନିଆ ଆମ୍ବ ବିକ୍ରୟ ମେଳାରେ ଦିନରେ ଖାଁ ଖାଁ ରହିଥିବା ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟା ୫ଟାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଜମୁଥିଲା। ତେବେ ଚଳିତ ବର୍ଷ ଆମ୍ରପାଲି ଆମ୍ବର ଅଧିକ ଚାହିଦା ଥିବା ଦେଖିବାକୁ ମିଳିଛି। ଗାଁ ଆମ୍ବ ପସରାରେ ୫ ଦିନ ଭିତରେ ୮୫.୭୨ କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ବିକ୍ରି ହୋଇଥିବା ଜଣାପଡ଼ିଛି।
ଚଳିତ ଥର ରାୟଗଡ଼ା ଜିଲାର ଆମ୍ବ ଭୁବନେଶ୍ୱରରେ ଅନୁଷ୍ଠିତ ଗାଁ ଆମ୍ବ ପସରାରେ ମଧ୍ୟ ବିକ୍ରି ପାଇଁ ଯାଇଛି। ଦୁଇ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା ଧରତିପେନୁ ଓ କଳାରସୁଣି ପକ୍ଷରୁ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ଗାଁ ଆମ୍ବ ପସରରେ ରାୟଗଡ଼ା ଜିଲାର ବିଭିନ୍ନ ପ୍ରକାର ଆମ୍ବ ବିକ୍ରି ପାଇଁ ନେଇଥିବା ସୂଚନା ମିଳିଛି। ରାୟଗଡ଼ା ଠାରେ ଆୟୋଜିତ ଗାଁ ଆମ୍ବ ପସରାରେ ତନଗିରାନି, ଧରତିପେନୁ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, କୋଲନରା ନାରୀଶକ୍ତି ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, ନିୟମରାଜା ଆଗ୍ରୋ ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, କଳରସୁଣି ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା, ଚାଟିକୋଣାର ବିଶ୍ୱାମା ସନ୍ତୋଷୀ ଏସଏଚଜି, ମା ଲଳିତା ବ୍ଲକ ଲେଭଲ ଫେଡ଼େରେସନ, ଜଗନ୍ନାଥପୁରର ମା’ ଅଗ୍ନିଗାଙ୍ଗାମା ଏସଏଚଜି, ରାୟଗଡ଼ାର ମା’ ମାଣିକେଶ୍ୱରୀ ଏସଏଚଜି, କାଶୀପୁରର ଦିଶାଖାଲି ଉପତ୍ାଦକ ଗୋଷ୍ଠୀ ଓ ରାୟଗଡ଼ାର ଅନୁଗ୍ରହୀ ଏସଏଚଜି ଏହି ଆମ୍ବ ପସରାରେ ଅଂଶଗ୍ରହଣ କରି ଆମ୍ବ ବିକ୍ରି କରିଛନ୍ତି। ଏହି ଆମ୍ବ ପସରାରେ ସୁନ୍ଦରୀ, ଆମ୍ରପଲି, ଦାଶେରୀ, ତୋଟାପୁରି, ବମ୍ବେ ଗ୍ରୀନ, ହିମସାଗର, ଲେଙ୍ଗଡ଼ା, ବାଇଗଣପଲି, ମଲିକା, ଆଖୁରସ ଓ କେଶର ଭଳି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଆମ୍ବ ବିକ୍ରି ହୋଇଛି। ଆମ୍ବଗୁଡ଼ିକ ସମ୍ପୂର୍ଣ୍ଣ ଜୈବୀକ ପଦ୍ଧତିରେ ଚାଷ ହୋଇଥିବା ଏସଏଚଜି ମହିଳା ଓ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନିମାନେ ପ୍ରକାଶ କରିଛନ୍ତ। ଗାଁ ଆମ୍ବ ପସରାରେ ୨୫୦କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଆମ୍ବ ବିକ୍ରି ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସୁନ୍ଦରୀ ଆମ୍ବ ୧୭.୪୫ କ୍ୱିଣ୍ଟାଲ, ଆମ୍ରପଲି ୮୫.୭୨ କ୍ୱିଣ୍ଟାଲ, ତୋଟାପୁରି ୧୫.୮ କ୍ୱିଣ୍ଟାଲ, ଦାଶେରୀ ୧୫.୮ କ୍ୱିଣ୍ଟାଲ, ବମ୍ବେ ଗ୍ରୀନ ୬.୬ କ୍ୱିଣ୍ଟାଲ, ହିମସାଗର ୧୧.୩ କ୍ୱିଣ୍ଟାଲ, ଲେଙ୍ଗଡ଼ା ୮.୯ କ୍ୱିଣ୍ଟାଲ, ବାଇଗଣପଲି ୨୬.୮ କ୍ୱିଣ୍ଟାଲ, ମଲିକା ୨୦.୧ କ୍ୱିଣ୍ଟାଲ, ଆଖୁରସ ୨୩.୪୬ କ୍ୱିଣ୍ଟାଲ ଓ କେଶର ୨.୩ କ୍ୱିଣ୍ଟାଲ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହି ଆମ୍ବ ପସରାରେ ୯ ଲକ୍ଷ ୭୨ ହଜାର ୩୪୪ଟଙ୍କାର ଆମ୍ବ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ସୂଚନା ମିଳିଛି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଫଳିଛି ା ଜିଲାର ବିଭିନ୍ନ ସ୍ଥାନରେ ଆମ୍ବ ଚାଷୀ ଆମ୍ବ ବିକ୍ରି କରି ଭଲ ରୋଜଗାର କରିବା ଆଶା ରଖିଥିଲେ। ଏପ୍ରିଲ ଶେଷ ସମୟରୁ ବଜାରରେ ଆମ୍ବ ବିକ୍ରି ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଜୁନ୍‌ ପହିଲାରେ ଆମ୍ବ ପସରା ଖୋଲିଥିଲା ା ଫଳରେ ଆମ୍ବ ଚାଷୀ ଉଚିତ ଦରର ଆମ୍ବ ବିକ୍ରି କରିପାରି ନ ଥିବା କହିଛନ୍ତି ା ଲୋକେ ମଧ୍ୟ ଜୈବିକ ସାରରେ ଉତ୍ପାଦିତ ହେଉଥିବା ଆମ୍ବ ଅପେକ୍ଷା କାର୍ବାଇଡ଼ ଦ୍ୱାରା ପଚା ଯାଇଥିବା ଆମ୍ବକୁ ବେଶୀ ପସନ୍ଦ କରୁଛନ୍ତି ା ଗାଁ ଆମ୍ବ ପସରାରେ ପ୍ରଥମ ଦନରେ ଆମ୍ବ କିଲୋ ପିଛା ୫୦ରୁ ୬୦ଟଙ୍କା ରଖାଯାଇଥିବା ବେଳେ ବଜାରରେ ୩ କିଲୋ ଆମ୍ବର ଦର ୧୦୦ ଟଙ୍କା ରହିଥିଲା ା ଫଳରେ ବିକ୍ରେତାମାନେ ଆମ୍ବ ପସରାରେ ସେହି ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଖବର ନେବାରୁ ଜଣାପଡ଼ିଛି ଯେ, ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା ଓ ଏସଏଚଜି ଗ୍ରୁପ୍‌ ଚାଷୀଙ୍କଠାରୁ କିଲୋ ପିଛା ୨୦ରୁ ୨୫ଟଙ୍କା ଦେଇ ଆମ୍ବ କିଣିଛନ୍ତି ା ତେବେ ଚଳିତ ବର୍ଷ ଅଧିକ ପରିମାଣରେ ଆମ୍ବ ଉତ୍ପାଦନ ହୋଇଥିବାରୁ କମ୍‌ ଦରରେ ଆମ୍ବ ବିକ୍ରି ହୋଇଛି।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଚାଷୀଙ୍କ ଆମ୍ବ ବିକ୍ରି ପାଇଁ ପ୍ରତିବର୍ଷ ଗାଁ ଆମ୍ବ ପସରା ଆୟୋଜନ କରିଥାନ୍ତି ା ଏହାର ଦାୟିତ୍ୱ ଓରମାସ ସଂସ୍ଥାକୁ ଦିଆଯାଏ ା ଓରମାସ ସଂସ୍ଥା ଗାଁ ଆମ୍ବ ପସରାକୁ କିଭଳି ଆମ୍ବ ଆସି ବିକ୍ରି ହୋଇପାରିବ ସେନେଇ ସମସ୍ତ ଏସଏଚଜି ଗ୍ରୁପଙ୍କୁ ଗାଡ଼ି ଭଡ଼ା, ଆମ୍ବ ପାଇଁ ମାଗଣା ବ୍ୟାଗ ଆଦି ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri