Posted inଫୁରସତ

୧୭ ବର୍ଷ ଧରି ଗାଁରେ ଜଳୁଛି ନିଆଁ..

ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ। ଆଧୁନିକ ବିଜ୍ଞାନ ଏସବୁ ରହସ୍ୟ ନେଇ ନୀରବ। ସେଭଳି ଏକ ରହସ୍ୟମୟ ଘଟଣା ଦୀର୍ଘ ୧୭ ବର୍ଷ ଧରି ଇଟାଲୀର ସିସିଲିରେ ଥିବା କାନେଟୋ ଡି କାରୋନିଆ ଗାଁରେ ଘଟିଚାଲିଛି। ଏପର୍ଯ୍ୟନ୍ତ ଏହି ରହସ୍ୟର ଉତ୍ତର ବିଜ୍ଞାନକୁ ମିଳିନାହିଁ। ଗାଁରେ ଘରଠାରୁ ଆରମ୍ଭ କରି କାର୍‌, ଲୁଗାପଟା, ଗଛଲତା ଆଦିରେ ହଠାତ୍‌ ନିଆଁ ଲାଗିଯାଇଥାଏ। ଏହା କିପରି ହେଉଛି କିମ୍ବା କାହିଁକି ହେଉଛି ତାହାର କୌଣସି ଉତ୍ତର ମିଳିପାରିନାହିଁ। ଗବେଷକ ଦଳ ଏଠାରେ ପହଞ୍ଚି ଏହାର ରହସ୍ୟ ଖୋଜି ବିଫଳ ହୋଇଛନ୍ତି। ଅନେକ ଏହାକୁ ଭୌତିକକାଣ୍ଡ ବୋଲି କହିଥାନ୍ତି। ଏନେଇ ଗାଁରେ ଧୀରେ ଧୀରେ ତାନ୍ତ୍ରିକଙ୍କ ଆଗମନ ହେବାରେ ଲାଗିଛି। ଗତ ୨୦୦୪ ମସିହାଠାରୁ ଏଭଳି ପ୍ରତିଦିନ ଅଘଟଣ ଘଟୁଥିଲେ ମଧ୍ୟ ଏହାର କୌଣସି ନିରାକରଣ କରାଯାଇପାରୁ ନାହିଁ। ଏଠାରେ ଅତୃପ୍ତ ଆତ୍ମାଙ୍କ ବାସ ଯୋଗୁ ଏସବୁ ହେଉଥିବା ଲୋକମାନେ ବିଶ୍ୱାସ କରୁଛନ୍ତି। ସନ୍ଧ୍ୟାପରେ ଏଠାରେ ଶୁଣାଯାଉଛି ବିଭିନ୍ନ ଭୟଙ୍କର ଶବ୍ଦ। ଶବ୍ଦ କିପରି ସୃଷ୍ଟି ହେଉଛି ତାହାର ସନ୍ଧାନ ମଧ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri