Posted inଖେଳ

ଓଡ଼ିଶା ଏଫ୍‌ସି ଫୁଟ୍‌ବଲ କମିଟିରେ ଭିଲ୍ଲା

ଭୁବନେଶ୍ୱର, ୭।୫(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ କମିଟିରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ ଭିଲ୍ଲାଙ୍କୁ ସାମିଲ କରାଯାଇଛି। ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି। ସ୍ପେନ ଲିଜେଣ୍ଡ ଭିଲ୍ଲାଙ୍କୁ କ୍ଲବର ଗ୍ଲୋବାଲ ଫୁଟ୍‌ବଲ ଅପରେଶନ ହେଡ୍‌ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଏଫ୍‌ସି ସହିତ ସାମିଲ ହେବାପରେ ଭିଲ୍ଲା କହିଛନ୍ତି ଯେ, ”ମୁଁ ନିଜ ଅଭିଜ୍ଞତାକୁ ଉପଯୋଗ କରିବାକୁ ଚେଷ୍ଟା କରିବି। ମୁଁ ଭାରତରେ ଖେଳିନାହିଁ ସତ, ମାତ୍ର ଜଣେ ପେସାଦାର ଖେଳାଳିଭାବେ ଦୀର୍ଘ ୨୦ ବର୍ଷ ଏବଂ ତା’ ପୂର୍ବରୁ ଏକାଡେମୀରେ ରହିବାର ଅଭିଜ୍ଞତା ଅଛି। ଆମ ଦଳ ଯେତେପ୍ରକାର ପ୍ରୋଜେକ୍ଟ କରିବ ସେଥିରେ ମୁଁ ନିଜ ଫୁଟ୍‌ବଲ ଅଭିଜ୍ଞତା ଉପଯୋଗ କରିବି“। ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି। ”ଓଡ଼ିଶା ଏଫ୍‌ସି ପରିବାରକୁ ଭିଲ୍ଲା ଏବଂ ଡିଭି୭ (ଭିଲ୍ଲାଙ୍କ ଗ୍ରୁପ୍‌) ଗ୍ରୁପ୍‌ଙ୍କୁ ସ୍ବାଗତ କରିବା ଆମ ପାଇଁ ଖୁସିର କଥା। ପୂର୍ବରୁ ଆମେ ଭିଲ୍ଲାଙ୍କ ଆକ୍ସନକୁ ଟିଭିରେ ଦେଖୁଥିଲୁ। ମାତ୍ର ଏବେ ଓଡ଼ିଶାରେ ଫୁଟ୍‌ବଲର ବିକାଶ ପାଇଁ ସାଥିହୋଇ କାମ କରିବୁ। ସ୍ପେନରେ ଦୀର୍ଘ ବର୍ଷ ଫୁଟ୍‌ବଲ ବିଜ୍‌ନେସ ଅଭିଜ୍ଞତା ରଖିଥିବା ଭିକ୍ଟର ଓନାଟେ ଏବଂ କୋଚ୍‌ ଗୋମ୍ବାଉଙ୍କ ସହ ମିଶି କାର୍ଯ୍ୟକରିବା ଆମ ପାଇଁ ଆନନ୍ଦଦାୟକ। ଗୋମ୍ବାଉ ଆମ ପରିବାରର ଅଂଶବିଶେଷ ସଦୃଶ। କ୍ଲବ ପାଇଁ ଶ୍ରେଷ୍ଠ ଖେଳାଳି, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ଆଣିବା ପାଇଁ ଆମେ ସାଥିହୋଇ କାର୍ଯ୍ୟ କରିବୁ“ ବୋଲି ରୋହନ କହିଛନ୍ତି। କ୍ଲବ ସଭାପତି ରାଜ ଅଟଓ୍ବାଲ ମଧ୍ୟ ଭିଲ୍ଲାଙ୍କୁ ନେଇ ଖୁସି ଜାହିର କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ”ଭିଲ୍ଲା ସ୍ପେନ ଦଳର ସଦସ୍ୟଭାବେ ୟୁରୋ ଏବଂ ବିଶ୍ୱକପ ଟାଇଟଲ ଜିତିଛନ୍ତି। ସେହିପରି ବାର୍ସିଲୋନା ସହ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗ୍‌ ଚାମ୍ପିୟନ ହୋଇଛନ୍ତି। ତାଙ୍କ ଫର୍ମୁଲାରେ ଓଡ଼ିଶା ଏଫ୍‌ସି ଉନ୍ନତ ପ୍ରଦର୍ଶନ ସହ ଆସନ୍ତା ବର୍ଷ ଆଇଏସ୍‌ଏଲ ଟେବୁଲର ଶୀର୍ଷରେ ରହିବା ଆଶା ରହିଛି। ଆମେ ଅତ୍ୟନ୍ତ ଉତ୍ସାହିତ,ଉଲ୍ଲସିତ ଏବଂ ତାଙ୍କ ଉପସ୍ଥିତି ଓଡ଼ିଶା ଏଫ୍‌ସି ପାଇଁ ଭିନ୍ନତା ଆଣିବାନେଇ ଆମେ ଦୃଢ଼ ଆଶାୟୀ“ ବୋଲି ବିଶାଳ କହିଛନ୍ତି। ପୂର୍ବତନ ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଜୋସେପ ଗୋମ୍ବାଉ ଓ ଭିକ୍ଟର ଓନାଟେ ଡିଭି୭ର ଅଂଶବିଶେଷ ରହିବେ। ଏହି ଗ୍ରୁପ୍‌ କୋଚିଂ ଷ୍ଟାଫ୍‌ଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଭାରତୀୟ ଏବଂ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଓ ପଡ଼ିଆ ଭିତରେ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସପୋର୍ଟ ଯୋଗାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ନୟାପଲ୍ଲୀ ଯୁବତୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି। ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି ଚଳାଇଥିଲା ପୋଲିସ। ଗୁଳିଟି…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?