Posted inଖେଳ

ଓଡ଼ିଶା ଏଫ୍‌ସି ଫୁଟ୍‌ବଲ କମିଟିରେ ଭିଲ୍ଲା

ଭୁବନେଶ୍ୱର, ୭।୫(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ କମିଟିରେ କିମ୍ବଦନ୍ତୀ ଫୁଟ୍‌ବଲର ଡେଭିଡ ଭିଲ୍ଲାଙ୍କୁ ସାମିଲ କରାଯାଇଛି। ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି। ସ୍ପେନ ଲିଜେଣ୍ଡ ଭିଲ୍ଲାଙ୍କୁ କ୍ଲବର ଗ୍ଲୋବାଲ ଫୁଟ୍‌ବଲ ଅପରେଶନ ହେଡ୍‌ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଏଫ୍‌ସି ସହିତ ସାମିଲ ହେବାପରେ ଭିଲ୍ଲା କହିଛନ୍ତି ଯେ, ”ମୁଁ ନିଜ ଅଭିଜ୍ଞତାକୁ ଉପଯୋଗ କରିବାକୁ ଚେଷ୍ଟା କରିବି। ମୁଁ ଭାରତରେ ଖେଳିନାହିଁ ସତ, ମାତ୍ର ଜଣେ ପେସାଦାର ଖେଳାଳିଭାବେ ଦୀର୍ଘ ୨୦ ବର୍ଷ ଏବଂ ତା’ ପୂର୍ବରୁ ଏକାଡେମୀରେ ରହିବାର ଅଭିଜ୍ଞତା ଅଛି। ଆମ ଦଳ ଯେତେପ୍ରକାର ପ୍ରୋଜେକ୍ଟ କରିବ ସେଥିରେ ମୁଁ ନିଜ ଫୁଟ୍‌ବଲ ଅଭିଜ୍ଞତା ଉପଯୋଗ କରିବି“। ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି। ”ଓଡ଼ିଶା ଏଫ୍‌ସି ପରିବାରକୁ ଭିଲ୍ଲା ଏବଂ ଡିଭି୭ (ଭିଲ୍ଲାଙ୍କ ଗ୍ରୁପ୍‌) ଗ୍ରୁପ୍‌ଙ୍କୁ ସ୍ବାଗତ କରିବା ଆମ ପାଇଁ ଖୁସିର କଥା। ପୂର୍ବରୁ ଆମେ ଭିଲ୍ଲାଙ୍କ ଆକ୍ସନକୁ ଟିଭିରେ ଦେଖୁଥିଲୁ। ମାତ୍ର ଏବେ ଓଡ଼ିଶାରେ ଫୁଟ୍‌ବଲର ବିକାଶ ପାଇଁ ସାଥିହୋଇ କାମ କରିବୁ। ସ୍ପେନରେ ଦୀର୍ଘ ବର୍ଷ ଫୁଟ୍‌ବଲ ବିଜ୍‌ନେସ ଅଭିଜ୍ଞତା ରଖିଥିବା ଭିକ୍ଟର ଓନାଟେ ଏବଂ କୋଚ୍‌ ଗୋମ୍ବାଉଙ୍କ ସହ ମିଶି କାର୍ଯ୍ୟକରିବା ଆମ ପାଇଁ ଆନନ୍ଦଦାୟକ। ଗୋମ୍ବାଉ ଆମ ପରିବାରର ଅଂଶବିଶେଷ ସଦୃଶ। କ୍ଲବ ପାଇଁ ଶ୍ରେଷ୍ଠ ଖେଳାଳି, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ଆଣିବା ପାଇଁ ଆମେ ସାଥିହୋଇ କାର୍ଯ୍ୟ କରିବୁ“ ବୋଲି ରୋହନ କହିଛନ୍ତି। କ୍ଲବ ସଭାପତି ରାଜ ଅଟଓ୍ବାଲ ମଧ୍ୟ ଭିଲ୍ଲାଙ୍କୁ ନେଇ ଖୁସି ଜାହିର କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ”ଭିଲ୍ଲା ସ୍ପେନ ଦଳର ସଦସ୍ୟଭାବେ ୟୁରୋ ଏବଂ ବିଶ୍ୱକପ ଟାଇଟଲ ଜିତିଛନ୍ତି। ସେହିପରି ବାର୍ସିଲୋନା ସହ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗ୍‌ ଚାମ୍ପିୟନ ହୋଇଛନ୍ତି। ତାଙ୍କ ଫର୍ମୁଲାରେ ଓଡ଼ିଶା ଏଫ୍‌ସି ଉନ୍ନତ ପ୍ରଦର୍ଶନ ସହ ଆସନ୍ତା ବର୍ଷ ଆଇଏସ୍‌ଏଲ ଟେବୁଲର ଶୀର୍ଷରେ ରହିବା ଆଶା ରହିଛି। ଆମେ ଅତ୍ୟନ୍ତ ଉତ୍ସାହିତ,ଉଲ୍ଲସିତ ଏବଂ ତାଙ୍କ ଉପସ୍ଥିତି ଓଡ଼ିଶା ଏଫ୍‌ସି ପାଇଁ ଭିନ୍ନତା ଆଣିବାନେଇ ଆମେ ଦୃଢ଼ ଆଶାୟୀ“ ବୋଲି ବିଶାଳ କହିଛନ୍ତି। ପୂର୍ବତନ ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଜୋସେପ ଗୋମ୍ବାଉ ଓ ଭିକ୍ଟର ଓନାଟେ ଡିଭି୭ର ଅଂଶବିଶେଷ ରହିବେ। ଏହି ଗ୍ରୁପ୍‌ କୋଚିଂ ଷ୍ଟାଫ୍‌ଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଭାରତୀୟ ଏବଂ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଓ ପଡ଼ିଆ ଭିତରେ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସପୋର୍ଟ ଯୋଗାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri