Posted inଖେଳ

ଆଇପିଏଲ୍‌ର ଅବଶିଷ୍ଟାଂଶ ଆୟୋଜନ ପାଇଁ ୪ ଇଂଲିଶ କାଉଣ୍ଟି ଆଗ୍ରହୀ

ଲଣ୍ଡନ, ୭।୫(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନ ପାଇଁ ୪ ଇଂଲିଶ ପ୍ରିମିୟର କାଉଣ୍ଟି ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ହେଲେ ମିଡିଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲଙ୍କାଶାୟାର। ଜୈବ ସୁରକ୍ଷିତ ପରିବେଶରେ ୪ ଖେଳାଳି ଓ କିଛି ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହେବାରୁ ଭାରତରେ ଆୟୋଜିତ ଆଇପିଏଲର ୧୪ତମ ସଂସ୍କରଣକୁ ଅଧାରୁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍‌ ଇଣ୍ଡିଆର ଇଂଲଣ୍ଡ ଟୁର୍‌ ପରେ ସେପ୍ଟେମ୍ବରରେ ଏକ ଓ୍ବିଣ୍ଡୋ ବାହାର କରିବାକୁ ଚେଷ୍ଟା କରୁଛି। ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ରେ ଶେଷ ହେବ। ଇଏସ୍‌ପିଏନ୍‌ ରିପୋର୍ଟ ଅନୁସାରେ ଲଡର୍‌ସ, ଓଭାଲ (ଉଭୟ ଲଣ୍ଡନ), ଏଜ୍‌ବାଷ୍ଟନ (ବର୍ମିଂହାମ) ଏବଂ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ (ମାଞ୍ଚେଷ୍ଟର) ଏହି ଗ୍ରୁପ୍‌ର ଅଂଶବିଶେଷ ଭାବେ ଇସିବି (ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ)କୁ ସେମାନଙ୍କ ଆଗ୍ରହ ଦେଖାଇଛନ୍ତି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୨ ସପ୍ତାହ ମଧ୍ୟରେ ଟୁର୍ନାମେଣ୍ଟ ଶେଷ କରିବା ଯୋଜନା ରହିଛି। ପ୍ରତିଦିନ ୨ଟି ଲେଖାଏ ମ୍ୟାଚ କରି ଲିଗ୍‌କୁ ୨୦ ଦିନ ମଧ୍ୟରେ ଶେଷ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ବିସିସିଆଇ ଏବଂ ଇସିବି ପ୍ରତିନିଧିଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ଟୁର୍ନାମେଣ୍ଟ ଆୟୋଜନ ସପକ୍ଷରେ ଯୁକ୍ତି ହେଲା ସବୁ ଖେଳାଳି ଟି୨୦ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଏହି ମେଗା ଇଭେଣ୍ଟ ଭାରତରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି। ଯଦି ଉଭୟ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ୟୁଏଇରେ ଖେଳାଯାଏ ତେବେ ବିଶ୍ୱକପର ଦ୍ୱିତୀୟାର୍ଦ୍ଧ ବେଳକୁ ପିଚ୍‌ ସ୍ଲୋ ହୋଇଯିବା ସମ୍ଭାବନା ରହିଛି। ତେଣୁ ଆଇପିଏଲ ଆୟୋଜନ ପାଇଁ ଇଂଲଣ୍ଡ ପ୍ରକୃଷ୍ଟ ବିକଳ୍ପ ହୋଇପାରେ। ତେବେ କେତେକ ସମସ୍ୟା ମଧ୍ୟ ମୁଣ୍ଡ ଟେକିବା ସମ୍ଭାବନା ରହିଛି। ସେପ୍ଟେମ୍ବର ୧୪ରେ ଭାରତର ଇଂଲଣ୍ଡ ଗସ୍ତ ଶେଷ ବେଳକୁ ସେଠାରେ ୩୦ ଭାରତୀୟ କ୍ରିକେଟର ଉପସ୍ଥିତ ଥିବେ। ମାତ୍ର କ୍ୱାରାଣ୍ଟାଇନ୍‌ ନିୟମ ଦେଖିବାକୁ ଗଲେ ଅନ୍ୟ ଖେଳାଳିମାନେ ଯିବା କଷ୍ଟକର ହୋଇପଡ଼ିବ। ଲିଗ୍‌ ଯଦି ଚଳିତ ବର୍ଷ ନ ହୁଏ ତେବେ ବିସିସିଆଇ ୨୦୦୦ରୁ ୨୫୦୦ କୋଟି କ୍ଷତି ସହିବ। ତେଣୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୌଣସି ପ୍ରକାରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ନିଶ୍ଚିତ ଉଦ୍ୟମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri