୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର ଗ୍ରହ ଶୁକ୍ରଙ୍କ ରାଶି ତୁଳାରେ ଅଛନ୍ତି ଏବଂ ସେଠାରେ ଶୁକ୍ରଙ୍କ ସହିତ ଯୁତି ଗଠନ କରୁଛନ୍ତି। ବର୍ତ୍ତମାନ ସେ ସ୍ୱାତୀ ନକ୍ଷତ୍ରରେ ଗୋଚର କରୁଛନ୍ତି, କିନ୍ତୁ ଅକ୍ଟୋବର ୧୨ ତାରିଖରେ ନକ୍ଷତ୍ର ପରିବର୍ତ୍ତନ କରି ବିଶାଖା ନକ୍ଷତ୍ରରେ ପ୍ରବେଶ କରିବେ। ବିଶାଖା ନକ୍ଷତ୍ରର ଅଧିପତି ଦେବଗୁରୁ ବୃହସ୍ପତି ଅଟନ୍ତି, ତେଣୁ ବିଶ୍ୱାସ କରାଯାଉଛି ଯେ ଏହି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶି ସହିତ ବୈଶ୍ୱିକ ଘଟଣାବଳୀ ଉପରେ ମଧ୍ୟ ଦେଖିବାକୁ ମିଳିପାରେ। ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ପରିବର୍ତ୍ତନ କାରଣରୁ କେତେକ ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବାର ସଙ୍କେତ ରହିଛି। ଏହି ଆକଳନ ଚନ୍ଦ୍ର ରାଶି ଉପରେ ଆଧାରିତ।

ଦୃକ ପଞ୍ଚାଙ୍ଗ ଅନୁସାରେ, ବୁଧ ୧୨ ଅକ୍ଟୋବର ୨୦୨୬ ସୋମବାର ସଂଧ୍ୟା ୬ଟା ୪୮ ମିନିଟ୍ରେ ସ୍ୱାତୀ ନକ୍ଷତ୍ରରୁ ବାହାରି ବିଶାଖା ନକ୍ଷତ୍ରରେ ପ୍ରବେଶ କରିବେ। ସେ ୩ ନଭେମ୍ୱର ୨୦୨୬ ମଙ୍ଗଳବାର ସକାଳ ୫ଟା ୫୩ ମିନିଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଅର୍ଥାତ ପ୍ରାୟ ତିନି ସପ୍ତାହର ଏହି ସମୟ ଏହି ରାଶିଗୁଡ଼ିକ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

୨୭ଟି ନକ୍ଷତ୍ର ମଧ୍ୟରେ ବିଶାଖା ୧୬ତମ ସ୍ଥାନରେ ଆସିଥାଏ। ଏହାର ବିସ୍ତାର ତୁଳା ଏବଂ ବିଛା ଉଭୟ ରାଶିରେ ରହିଛି ଏବଂ ଏହାର ଅଧିପତି ଗୁରୁ ବୃହସ୍ପତି ଅଟନ୍ତି। ଏହି ନକ୍ଷତ୍ରର ସମ୍ପର୍କ ଚୟନ, ନିଷ୍ପତ୍ତି ଏବଂ ଲକ୍ଷ୍ୟ ପ୍ରତି ଦୃଢ଼ତା ସହିତ ଜଡ଼ିତ। ସେଥିପାଇଁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଏହି ସମୟରେ କୌଣସି ବଡ଼ ନିଷ୍ପତ୍ତି ତରବରିଆ ଭାବେ ନ ନେଇ ଭାବିଚିନ୍ତି ଆଗକୁ ବଢ଼ିବା ଉଚିତ।

* କର୍କଟ ରାଶିର ଲୋକଙ୍କ ଗୋଚର କୁଣ୍ଡଳୀରେ ବୁଧ ଚତୁର୍ଥ ଭାବରେ ରହିବେ।
* ଏହି ଭାବ ଘର, ମାତା, ଯାନବାହନ ଏବଂ ସମ୍ପତ୍ତି ସହିତ ଜଡ଼ିତ ବୋଲି ଧରାଯାଏ, ତେଣୁ ଏହିସବୁ କ୍ଷେତ୍ରରେ ଉତ୍ତମ ଫଳାଫଳ ମିଳିବାର ସମ୍ଭାବନା ରହିଛି।
* ଘର, ଗାଡ଼ି କିମ୍ୱା ଜମିବାଡ଼ି ସମ୍ୱନ୍ଧୀୟ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଏହି ସମୟରେ ସମ୍ପୂର୍ଣ୍ଣ ହେବାର ଯୋଗ ରହିଛି।
* ସମ୍ପତ୍ତି କ୍ରୟ-ବିକ୍ରୟ କିମ୍ୱା ଯାନବାହନ କିଣିବାର ଯୋଜନା ଆଗକୁ ବଢ଼ିପାରେ।
* ମାଆଙ୍କ ସହିତ ସମ୍ପର୍କ ପୂର୍ୱ ଅପେକ୍ଷା ଅଧିକ ମଧୁର ଓ ସହଜ ହେବ। ତାଙ୍କର ସୱାସ୍ଥ୍ୟ ଏବଂ ସହଯୋଗ ମଧ୍ୟ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
* ପ୍ରେମ ଜୀବନ (Love life) ଉତ୍ତମ ରହିବ। ଯେଉଁମାନେ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ପରିବାରର ସହମତି ମିଳିପାରେ।
* ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ବଜାୟ ରହିବ ଏବଂ ଘରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହେବ।
* ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଅନୁକୂଳ। ଏକାଗ୍ରତା ବୃଦ୍ଧି ପାଇବ ଏବଂ କଠିନ ପରିଶ୍ରମର ଉତ୍ତମ ଫଳ ମିଳିବ।
* ଅଫିସ କିମ୍ୱା ବ୍ୟବସାୟରେ ଅଟକି ରହିଥିବା ଯୋଜନା ଏବଂ କାର୍ଯ୍ୟଗୁଡ଼ିକ ଏବେ ଗତିଶୀଳ ହୋଇପାରେ।

କନ୍ୟା ରାଶି

* କନ୍ୟା ରାଶିର ଅଧିପତି ହେଉଛନ୍ତି ସୱୟଂ ବୁଧ, ଏବଂ ଏହି ଗୋଚରରେ ସେ ଦ୍ୱିତୀୟ ଭାବରେ ରହିବେ, ଯାହା ଧନ, ବାଣୀ ଓ ପରିବାରର ଭାବ ଭାବରେ ବିବେଚନା କରାଯାଏ।
* ନିଜ ରାଶିର ସୱାମୀ ଗ୍ରହ ଧନ ଭାବରେ ରହିବା ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।
* ଅପ୍ରତ୍ୟାଶିତ ଉତ୍ସରୁ ଧନ ଆସିବାର ଯୋଗ ବନୁଛି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।
* ଶିକ୍ଷକ, ସେଲ୍ସ, ଗାୟକ ଏବଂ ଓକିଲ ଭଳି ବାଣୀ ଉପରେ ର୍ନିଭର କରୁଥିବା ବୃତ୍ତିରେ ଥିବା ଲୋକଙ୍କ ପାଇଁ ଏହି ସମୟ ବିଶେଷ ଭାବରେ ଲାଭଦାୟକ ପ୍ରମାଣିତ ହେବ।
* ଏହି ସମୟରେ ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିପାରନ୍ତି, ଯାହାକୁ ଉତ୍ତମ ସମର୍ଥନ ମିଳିବାର ଆଶା ରହିଛି।
* ପୈତୃକ ସମ୍ପତ୍ତି କିମ୍ୱା ଧନ ସମ୍ୱନ୍ଧୀୟ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇପାରେ ଏବଂ ଅଟକି ରହିଥିବା ଟଙ୍କା ଫେରି ମିଳିପାରେ।
* ବହୁ ଦିନରୁ ଅଟକି ଥିବା ପେମେଣ୍ଟ ମିଳିବାର ଆଶା ରହିଛି, ଯାହା ଫଳରେ ଆର୍ଥିକ ଚାପ କମିବ।
* ଚାକିରିଆମାନଙ୍କ ପାଇଁ ଏହି ସମୟ ଲାଭଜନକ ରହିବ, ସେହିପରି ବ୍ୟବସାୟୀଙ୍କ ପାଇଁ ମଧ୍ୟ ଉତ୍ତମ ମୁନାଫାର ଯୋଗ ବନୁଛି।

କୁମ୍ଭ ରାଶି

* କୁମ୍ଭ ରାଶିର ଗୋଚର କୁଣ୍ଡଳୀରେ ବୁଧ ନବମ ଭାବରେ ଅବସ୍ଥାନ କରିବେ, ଯାହା ଭାଗ୍ୟ, ଉଚ୍ଚଶିକ୍ଷା ଏବଂ ଗୁରୁଙ୍କ ମାର୍ଗଦର୍ଶନର ସ୍ଥାନ ଭାବରେ ପରିଚିତ।
* ଶିକ୍ଷାଦାନ କିମ୍ୱା ଅଧ୍ୟୟନ ସହିତ ଜଡ଼ିତ ଲୋକଙ୍କୁ ଏହି ସମୟରେ ବିଶେଷ ଲାଭ ମିଳିପାରେ। ନୂତନ ସଫଳତା ଏବଂ ସୱତନ୍ତ୍ର ପରିଚୟ ମିଳିବାର ସମ୍ଭାବନା ରହିଛି।
* କୌଣସି ପୁରୁଣା ଗୁରୁ, ଶିକ୍ଷକ କିମ୍ୱା ମାର୍ଗଦର୍ଶକଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ ହୋଇପାରେ, ଯାହାଙ୍କ ପରାମର୍ଶ ଭବିଷ୍ୟତରେ ଆପଣଙ୍କ କାମରେ ଆସିବ।
* ଉଚ୍ଚଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା କିମ୍ୱା ନାମଲେଖା ସମ୍ୱନ୍ଧୀୟ କ୍ଷେତ୍ରରେ ସଫଳତା ମିଳିବାର ଦୃଢ଼ ସମ୍ଭାବନା ରହିଛି।
* ଯେଉଁ କାର୍ଯ୍ୟ ଦୀର୍ଘ ଦିନରୁ ଅଟକି ରହିଥିଲା, ତାହା ସମ୍ପୂର୍ଣ୍ଣ ହୋଇପାରେ ଏବଂ ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?