ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ନାକା ଡ୍ୟୁଟି କରାଯାଇ ଯାନବାହନ ଯାଞ୍ଚ ସହ ଅମାନିଆ ଚାଳକଙ୍କ ଉପରେ ନଜର ରଖାଯାଉଛି।
ଏହି କ୍ରମରେ ଆନନ୍ଦପୁର ବ୍ୟାରେଜ ଛକ ନିକଟରେ ଚାଲିଥିବା ନାକା ଡ୍ୟୁଟି ସ୍ଥଳରେ ଆନନ୍ଦପୁର ଉପଜିଲାପାଳ ପହଞ୍ଚି ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଯାଞ୍ଚ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଡ୍ୟୁଟିରେ ଅଧିକ ସଚେତନ ରହିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା କେତେକ ଚାଳକଙ୍କୁ ସଚେତନ କରାଯାଇଥିଲା।
ନାକା ଡ୍ୟୁଟି ସମୟରେ ଆନନ୍ଦପୁର ଥାନା ଆଇଆଇସି ଫଣୀନ୍ଦ୍ର ଭୂଷଣ ନାଏକଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ପାର୍ବଣ ସମୟରେ ସମସ୍ତେ ଟ୍ରାଫିକ ନିୟମ ମାନିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖି ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

