‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ ଥିଏଟରରେ ପ୍ରଦର୍ଶନ ପାଇଁ ସରକାରୀ ଅନୁମତି ମିଳିଛି। ଏହି ଫିଲ୍ମଟି ପୂର୍ବରୁ ‘ବ୍ୟାଟଲ ଅଫ ଗଲୱାନ’ନାମରେ ତିଆରି ହେଉଥିଲା। ତେବେ ଫିଲ୍ମର କାମ ଶେଷ ହେବା ପରେ ଏହାର ନାମ ବଦଳାଇ ‘ମାତୃଭୂମି’ ରଖାଯାଇଥିଲା। ୨୦୨୦ରେ ଭାରତ ଓ ଚାଇନା ସେନା ମଧ୍ୟରେ ଗଲୱାନ ଘାଟିରେ ଘଟିଥିବା ସଂଘର୍ଷକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି।
ଫିଲ୍ମରେ ଚାଇନା ସହ ଜଡ଼ିତ ଅନେକ ଦୃଶ୍ୟ ରହିଥିଲା। ଭାରତ-ଚାଇନା ସମ୍ପର୍କରେ ସୁଧାରକୁ ଦୃଷ୍ଟିରେ ରଖି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠିଥିବା କୁହାଯାଇଛି।

ଏହାପରେ ଫିଲ୍ମ ନିର୍ମାତାମାନେ ଆବଶ୍ୟକ କଟ ଏବଂ ଏଡିଟ କରି ନୂଆ ଭର୍ସନ ପ୍ରସ୍ତୁତ କରିଥିଲେ। ନୂଆ ଭର୍ସନକୁ ଦେଖିବା ପରେ ଅଧିକାରୀମାନେ ସନ୍ତୁଷ୍ଟ ହୋଇଥିବା ଏବଂ ଗତ ସପ୍ତାହରେ ଫିଲ୍ମକୁ ଥିଏଟରରେ ପ୍ରଦର୍ଶନ ପାଇଁ NOC ମିଳିଥିବା ଜଣାପଡ଼ିଛି।
ସଲମାନ ଫିଲ୍ମର ରିଲିଜ ପାଇଁ ୧୩ ନଭେମ୍ବର ଉପରେ ନଜର ରଖିଛନ୍ତି। ଦୀପାବଳି ପରବର୍ତ୍ତୀ ସମୟରେ ଦର୍ଶକଙ୍କ ମଧ୍ୟରେ ଉତ୍ସବର ମାହୋଲ ରହୁଥିବାରୁ ଏହି ସମୟ ଫିଲ୍ମ ପାଇଁ ଉପଯୁକ୍ତ ହୋଇପାରେ ବୋଲି ଆଲୋଚନା ହେଉଛି। ତେବେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ରିଲିଜ ତାରିଖ ନେଇ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ।

ସରକାରୀ NOC ମିଳିଥିଲେ ମଧ୍ୟ ଫିଲ୍ମର ସେନ୍ସର ପ୍ରକ୍ରିୟା ଏବେ ବାକି ରହିଛି। ନିର୍ମାତାମାନେ ଖୁବଶୀଘ୍ର ଫିଲ୍ମଟିକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (CBFC) ନିକଟରେ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। CBFCରୁ ମଧ୍ୟ ଅନୁମତି ମିଳିଲେ ଏବଂ ଚଳିତ ମାସରେ ସମସ୍ତ ପ୍ରକ୍ରିୟା ଶେଷ ହେଲେ, ନଭେମ୍ବର ୧୩ରେ ‘ମାତୃଭୂମି’ ରିଲିଜ ହେବାର ସମ୍ଭାବନା ରହିଛି। ତେବେ ଏନେଇ ଆଗାମୀ କିଛି ଦିନରେ ଅଧିକ ସ୍ପଷ୍ଟତା ମିଳିପାରେ।

ଦେଶଭକ୍ତିର ଭାବନା ଏବଂ ଗଲୱାନ ଘଟଣାକୁ କେନ୍ଦ୍ର କରି ତିଆରି ହୋଇଥିବା ଏହି ୱାର୍‌-ଡ୍ରାମାକୁ ନେଇ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଉତ୍ସୁକତା ରହିଛି। ଏବେ ସରକାରୀ କ୍ଲିୟରାନ୍ସ ପରେ ଫିଲ୍ମଟି ଖୁବଶୀଘ୍ର ବଡ଼ ପରଦାକୁ ଆସିବ ବୋଲି ଆଶା ବଢ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?