ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସ୍ବର୍ଗତ ରାମା ରାଓଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
ବିଧାୟକ ଶୋକାକୁଳ ପରିବାର ସହିତ କିଛି ସମୟ ବିତାଇବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ଏଥିସହିତ ଏହି ଦୁଃଖଦ ସମୟରେ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି। ରାମା ରାଓଙ୍କର ଏପରି ଅକାଳ ମୃତ୍ୟୁରେ ଗୋଖୁରଗୁଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

