
ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷର ବିସିଏ ଷଷ୍ଠ ସେମିଷ୍ଟର-୨୦୨୫ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବରଗଡ଼ସ୍ଥିତ ବିକାଶ ସ୍କୁଲ ଅଫ୍ ବିଜ୍ନେସ୍ ମ୍ୟାନେଜମେଣ୍ଟ କଲେଜର ବିସିଏ ବିଭାଗର ୨୫ଜଣ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ଭୂପେଶ ପାଣିଗ୍ରାହୀ ଏବଂ ସ୍ବସ୍ତି ଦାଶ ୧୦ ଏସ୍ଜିପିଏ ସହିତ ପ୍ରଥମ ର଼୍ୟାଙ୍କ ରଖିଛନ୍ତି। ସେହିପରି ଆକାଂକ୍ଷା ଗିରି, ଦେବ ପ୍ରସନ୍ନ ନାୟକ, ବିକାଶ ବହିଦାର, ଶିବମ୍ ସାହୁ ୯.୭୫ ଏସ୍ଜିପିଏ ରଖି ଦ୍ୱିତୀୟ ଏବଂ ସ୍ବାଗତ ପ୍ରଧାନ ୯.୫ ଏସ୍ଜିପିଏ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ଚତୁର୍ଥରୁ ଦଶମ ସ୍ଥାନ ମଧ୍ୟରେ ଅଛନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସଫଳତାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓ, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. କ୍ଷୀରୋଦ କୁମାର ପ୍ରଧାନ, ଉପାଧ୍ୟକ୍ଷ ଦୀପକ କୁମାର ନାୟକ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି କୃତିତ୍ୱ ନେଇ ସେ ଖୁସି ପ୍ରକଟ କରିବା ସହିତ ବିଜିନେସ୍ ମ୍ୟାନେଜମେଣ୍ଟ କଲେଜର ଉଚ୍ଚମାନର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏହି ଅନନ୍ୟ ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରଧାନ ସମସ୍ତ କୃତୀ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।