ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.)

କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି। ହେଲେ ଅନେକ ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ନାହିଁ କିମ୍ବା ଚାଷୀଙ୍କ ଲାଗି ବିଶ୍ରାମ ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନଙ୍କୁ ଶୀତ କାକର ଓ ଖରାରେ ମଣ୍ଡି ଆଗରେ ବସି ରହିବାକୁ ପଡୁଛି। ଏଭଳି ସ୍ଥିତିରେ ଅଦିନିଆ ବର୍ଷା ଦାଉ ସାଧୁଛି। ବର୍ଷା ପୂର୍ବାନୁମାନ ଯୋଗୁ ଅନେକ ତାରପୋଲିନ ବ୍ୟବସ୍ଥା କରି ଧାନ ଘୋଡ଼ାଇ ରଖିଛନ୍ତି। ଶୁକ୍ରବାର ଜିଲାରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଧାନ ଭିଜି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବର୍ଷା ଯୋଗୁ ଧାନର ଆର୍ଦ୍ରତା ବଢ଼ି ମାନ କମିଯିବା ଆଶଙ୍କାରେ ଠିକ୍‌ ମୂଲ୍ୟ ପାଇବେ କି ନାହିଁ ଭାବି ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଅନ୍ୟପକ୍ଷେ କେତେକ ମଣ୍ଡିରେ ଧାନ କ୍ରୟ ନେଇ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ କରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀମାନେ ଧାନ ବିକିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ହେଁ ସେମାନଙ୍କୁ ମିଳିବାକୁ ଥିବା ସମସ୍ତ ବ୍ୟବସ୍ଥା କରାଯାଉ ନ ଥିବା ସଦର ବିଧାୟକ ମୋହନ ମାଝି କହିଛନ୍ତି। ଅନେକ ସମୟରେ ଦିନ ଦିନ ଧରି ଖର୍ଚ୍ଚାନ୍ତ ହୋଇ ଧାନ ବିକିବା ପାଇଁ ଅପେକ୍ଷା କରିବାକୁ ପଡୁଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାରୋକୋ, ଘେରାଉ ଆଦି ଆନ୍ଦୋଳନ କରୁଛନ୍ତି। ବିଶେଷକରି ଚାଷୀମାନଙ୍କ ପାଇଁ ମଣ୍ଡିରେ ବ୍ୟବସ୍ଥା, ଉଚିତ୍‌ ମୂଲ୍ୟ ଏବଂ ଠିକ୍‌ ସମୟରେ ଧାନ କିଣା ଯାଉ ନ ଥିବା ନେଇ ଅଭିଯୋଗ ହେଉଥିଲେ ହେଁ ଠିକ୍‌ ତଦାରଖ ହେଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି। ପ୍ରକାଶ ଯେ, ଜିଲାରେ ୧୪.୮୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଅଦ୍ୟାବଧି ୧୧ ଲକ୍ଷ କୁଇଣ୍ଟାଲ କିଣା ସରିଛି। ସେହିପରି ପ୍ରାୟ ୫୨ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଥିବା ଜଣାପଡ଼ିଛି। ଜିଲାରେ ୫୪ ପ୍ୟାକ୍ସ ସମେତ ସମୁଦାୟ ୮୯ ମଣ୍ଡିରେ ଧାନ କିଣାଯାଉଥିବା ବେଳେ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ
ପଚାରିବାରୁ ଚାଷୀଙ୍କଠାରୁ ଧାନ କିଣା ସୁରୁଖୁରୁରେ ଚାଲିଛି। ବର୍ଷା ପାଇଁ ତାର୍ପୋଲିନ ଘୋଡ଼ାଇ ରଖାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଏସିପି, ୭ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ୪ ଏଏସ୍‌ଆଇଙ୍କ ବଦଳି

କଟକ ଅଫିସ,୨୧ା୪: କମିଶନରେଟ୍‌ ପୋଲିସରେ ବୁଧବାର ଜଣେ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର, ୪୪ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ବଦଳି କମିଶନରେଟ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିସରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଡଭୋକେଟ ଜେନେରାଲ...

ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ‘ଗୀତିକବିତା ପୁରସ୍କାର’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ବିଶିଷ୍ଟ ଗୀତିକାର, ପ୍ରଯୋଜକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ଶାରଦା...

କଲରାପତରିଆ ବାଘ ଛାଲ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଫୁଲବାଣୀ ଅଫିସ, ୨୪।୪: କନ୍ଧମାଳ ଜିଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଛକରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି।...

‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ...

କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି...

ଗୁମୁଡୁମାହା ଗୁଳିକାଣ୍ଡ: ଦୋଷୀ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି; ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି କ୍ଷତିପୂରଣ

ଭୁବନେଶ୍ୱର,୨୨ା୧୦:(ବ୍ୟୁରୋ) କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତ ବ୍ୟକ୍ତିଙ୍କ ପରିବାର ଓ ଆହତଙ୍କୁ ଏଯାଏ ମିଳିନି ନ୍ୟାୟ। ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ...

ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ...

Advertisement
Archives

Model This Week