ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.)

କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି। ହେଲେ ଅନେକ ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ନାହିଁ କିମ୍ବା ଚାଷୀଙ୍କ ଲାଗି ବିଶ୍ରାମ ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନଙ୍କୁ ଶୀତ କାକର ଓ ଖରାରେ ମଣ୍ଡି ଆଗରେ ବସି ରହିବାକୁ ପଡୁଛି। ଏଭଳି ସ୍ଥିତିରେ ଅଦିନିଆ ବର୍ଷା ଦାଉ ସାଧୁଛି। ବର୍ଷା ପୂର୍ବାନୁମାନ ଯୋଗୁ ଅନେକ ତାରପୋଲିନ ବ୍ୟବସ୍ଥା କରି ଧାନ ଘୋଡ଼ାଇ ରଖିଛନ୍ତି। ଶୁକ୍ରବାର ଜିଲାରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଧାନ ଭିଜି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବର୍ଷା ଯୋଗୁ ଧାନର ଆର୍ଦ୍ରତା ବଢ଼ି ମାନ କମିଯିବା ଆଶଙ୍କାରେ ଠିକ୍‌ ମୂଲ୍ୟ ପାଇବେ କି ନାହିଁ ଭାବି ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଅନ୍ୟପକ୍ଷେ କେତେକ ମଣ୍ଡିରେ ଧାନ କ୍ରୟ ନେଇ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ କରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀମାନେ ଧାନ ବିକିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ହେଁ ସେମାନଙ୍କୁ ମିଳିବାକୁ ଥିବା ସମସ୍ତ ବ୍ୟବସ୍ଥା କରାଯାଉ ନ ଥିବା ସଦର ବିଧାୟକ ମୋହନ ମାଝି କହିଛନ୍ତି। ଅନେକ ସମୟରେ ଦିନ ଦିନ ଧରି ଖର୍ଚ୍ଚାନ୍ତ ହୋଇ ଧାନ ବିକିବା ପାଇଁ ଅପେକ୍ଷା କରିବାକୁ ପଡୁଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାରୋକୋ, ଘେରାଉ ଆଦି ଆନ୍ଦୋଳନ କରୁଛନ୍ତି। ବିଶେଷକରି ଚାଷୀମାନଙ୍କ ପାଇଁ ମଣ୍ଡିରେ ବ୍ୟବସ୍ଥା, ଉଚିତ୍‌ ମୂଲ୍ୟ ଏବଂ ଠିକ୍‌ ସମୟରେ ଧାନ କିଣା ଯାଉ ନ ଥିବା ନେଇ ଅଭିଯୋଗ ହେଉଥିଲେ ହେଁ ଠିକ୍‌ ତଦାରଖ ହେଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି। ପ୍ରକାଶ ଯେ, ଜିଲାରେ ୧୪.୮୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଅଦ୍ୟାବଧି ୧୧ ଲକ୍ଷ କୁଇଣ୍ଟାଲ କିଣା ସରିଛି। ସେହିପରି ପ୍ରାୟ ୫୨ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଥିବା ଜଣାପଡ଼ିଛି। ଜିଲାରେ ୫୪ ପ୍ୟାକ୍ସ ସମେତ ସମୁଦାୟ ୮୯ ମଣ୍ଡିରେ ଧାନ କିଣାଯାଉଥିବା ବେଳେ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ
ପଚାରିବାରୁ ଚାଷୀଙ୍କଠାରୁ ଧାନ କିଣା ସୁରୁଖୁରୁରେ ଚାଲିଛି। ବର୍ଷା ପାଇଁ ତାର୍ପୋଲିନ ଘୋଡ଼ାଇ ରଖାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri