୬ ମାସ ପରେ ଭିଜିଲାନ୍ସ ତଦନ୍ତ

ରାୟଗଡ଼ା,୨୫ା୫(ସ୍ବ.ପ୍ର.): କରୋନା ସମୟରେ ରାୟଗଡ଼ା ବ୍ଲକ ପେଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ୬ ମାସ ପରେ ପୁଣି ଭିଜିଲାନ୍ସ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। କରୋନା ବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ, ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରାଯାଇଥିଲା। ଏନେଇ ୨୦୨୨ ଡିସେମ୍ବରରେ ଅଭିଯୋଗ ହୋଇଥିଲା। ସେତେବେଳେ ଭିଜିଲାନ୍ସ ତଦନ୍ତ କରିଥିଲା। କିନ୍ତୁ ୩ ଦିନ ତଳେ ପୁଣି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ଡିଏସ୍‌ପି ଚିଠି ନଂ.୨୯୧, ତା.୨୨ା୫ା୨୩ରେ ଜିଲା ଶିକ୍ଷାଧିକାରୀଙ୍କୁ ସେହି ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ଏସ୍‌. ଆଶାଲତା ଏ ସମ୍ପର୍କରେ ତଥ୍ୟ ମଗାଯାଇଛି। ତାଙ୍କ ଚାକିରି ସମୟର ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଚିଠି ନଂ. ୨୯୨, ତା ୨୨ା୫ା୨୩ରେ ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ପେଣ୍ଟା ଉଚ୍ଚବିଦ୍ୟାଳୟକୁ ଚିଠି ଲେଖି ବ୍ୟାଙ୍କ ପାସ୍‌ବୁକ୍‌, ବିଦ୍ୟାଳୟ କ୍ୟାଶ୍‌ବୁକ୍‌, ୨୦୨୧-୨୧ ମସିହାର ଛାତ୍ରୀଙ୍କ ରେଜିଷ୍ଟର, ଅନ୍ତେବାସୀଙ୍କ ନାମ ଓ ଠିକଣା, ବିନିଯୋଗ ପ୍ରମାଣପତ୍ର, ସରକାରୀ ଗାଇଡ୍‌ଲାଇନ୍‌ ଏବଂ ଯେଉଁ ସାମଗ୍ରୀ କିଣାଯାଇଛି ତାହାର ରେଜିଷ୍ଟର ମଗାଯାଇଛି। ଖୁବ୍‌ ଶୀଘ୍ର ସମସ୍ତ ତଥ୍ୟ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଯେ, କରୋନା ସମୟରେ ସରକାର ଛାତ୍ରୀଛାତ୍ରଙ୍କ ପାଇଁ ଚାଉଳଠାରୁ ଆରମ୍ଭକରି ଷ୍ଟାଇପେଣ୍ଡ ବାବଦରେ ଅର୍ଥ ଦେଇଥିଲେ। କିନ୍ତୁ ପେଣ୍ଟା ଉଚ୍ଚବିଦ୍ୟାଳୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବାବଦରେ ୭୫୦ରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ସରକାର ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟର ୩୪୦ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ଦିଆଯାଇଥିଲା। ସେହିଭଳି ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ମଧ୍ୟ ଛାତ୍ରୀଙ୍କ ପାଇଁ ପ୍ରଦାନ ହୋଇଥିଲା। ତେବେ ଏହି ଅର୍ଥ ଛାତ୍ରୀଙ୍କୁ ପ୍ରଦାନ କରିବା ବଦଳରେ ହଡ଼ପ କରାଯାଇଥିବା ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ଭୋକେସନାଲ ଶିକ୍ଷା ବାବଦର ୩ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ବାଟମାରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ରାୟଗୁରୁ ଗତ ଡିସେମ୍ବରରେ ଉକ୍ତ ବିଦ୍ୟାଳୟ ଯାଇ ତଦନ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟ ତଦନ୍ତ ପରେ ବର୍ତ୍ତମାନା ପୁଣି ତଦନ୍ତ ଆରମ୍ଭ ହୋଇଛି ା ଏ ସମ୍ପର୍କରେ ଭିଜିଲାନ୍ସ ଡିଏସ୍‌ପି ରାୟଗୁରୁ କହିଛନ୍ତି, ସମସ୍ତ ତଥ୍ୟ ମଗାଯାଇଛି। ତଥ୍ୟ ହସ୍ତଗତ ହେବାପରେ ତଦନ୍ତ ଆଗକୁ ବଢ଼ିବା ସହ ସତ୍ୟାସତ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?